Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଡି ପି ଏ ସରକାରୀ ହାଇ ସ୍କୁଲରେ ମୋ ମାଟି ମୋର ଦେଶ କାର୍ଯ୍ୟକ୍ରମ :ଛାତ୍ର,ଛାତ୍ରୀ ନେଲେ ଶପଥ

ସମ୍ବଲପୁର : ନେହେରୁ ଯୁବ କେନ୍ଦ୍ର ପକ୍ଷରୁ ଆଜି ରେଙ୍ଗଲୋଇ ଡି ପି ଏ ସରକାରୀ ହାଇ ସ୍କୁଲ ପରିସରରେ ପ୍ରଧାନ ଶିକ୍ଷୟିତ୍ରୀ ଉପମା ପଟେଲଙ୍କ ସଭାପତିତ୍ୱରେ ମୋର ମାଟି ,ମୋର ଦେଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି ।ଏହି ଉତ୍ସବରେ ଅବସର ପ୍ରାପ୍ତ ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି,ଅବସର ପ୍ରାପ୍ତ ରାଜ୍ୟ ପୁରସ୍କ୍ରୁତ ପ୍ରଧାନ ଶିକ୍ଷୟିତ୍ରୀ ତୁଳସୀ ମଞ୍ଜରୀ ବହିଦାର, ଅବସର ପ୍ରାପ୍ତ ଉଦ୍ୟାନ ଅଧିକାରୀ ରବୀନ୍ଦ୍ର ଦାସ, ଲଇଡା ବାଳିକା ହାଇ ସ୍କୁଲ ଶିକ୍ଷୟିତ୍ରୀ ନଳିନୀ ମହାନନ୍ଦିଆ, ସୁଚିଶ୍ମିତ ବେହେରା ଓ ଘନଶ୍ୟାମ ନାଏକ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ ।ଏହି ଅବକାଶରେ ବରିଷ୍ଟ ଶିକ୍ଷକ ପ୍ରଫୁଲ୍ଲ ନାୟକ ପ୍ରାରମ୍ଭିକ ସୂଚନା ସହ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ନେହେରୁ ଯୁବ କେନ୍ଦ୍ର ର ରେଙ୍ଗାଲି ବ୍ଲକ ପ୍ରତିନିଧି ଅଜିତ ପଧାନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ । କାର୍ଯ୍ୟକ୍ରମ ରେ ସ୍କୁଲ ପକ୍ଷରୁ ମୁଖ୍ୟ ଅତିଥି ଶ୍ରୀ ନାୟକ ଙ୍କ ପ୍ରକୃତି ସଂରକ୍ଷଣ ଦିଗରେ ଉତ୍ସାର୍ଗିକୃତ କାର୍ଯ୍ୟ କରିଥିବାରୁ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା । ଏହି ଅବସରରେ ବକ୍ତୃତା,ପ୍ରବନ୍ଧ ଲିଖନ,ସଙ୍ଗୀତ , ସ୍ଲୋଗାନ ପ୍ରଦାନ ଆଦି ପ୍ରତିଯୋଗିତା ମଧ୍ୟ ଅନୁଷ୍ଠିତ ହୋଇଥିଲା ।କାର୍ଯ୍ୟକ୍ରମ ଟିକୁ ଗୁଲୁମନି ବୁଦୁଲା,ମନୋଜ ବେହେରା, ଚେତନା ହଲିତ, ସ୍ୱର୍ଣ୍ଣପ୍ରୀୟା ଭୋଳ,ଭଜ ମୋହନ ଦେହୁରୀ , ଧିରେନ୍ ବୁଡା, କୈଳାସ ଭୋଇ ଓ ଘନଶ୍ୟାମ ନାଏକ ପରିଚାଳନା କରିଥିଲେ ।ଏହି ସ୍କୁଲ ପରିସର ରେ ୭୫ ଟି ଚାରା ରୋପଣ କରାଯାଇଥିଲା ।ଶେଷରେ ଛାତ୍ର,ଛାତ୍ରୀ ମାନଙ୍କୁ ମୁଖ୍ୟ ଅତିଥି ଶ୍ରୀ ନାୟକ ଏକ ବିକଶିତ ଦେଶ ଗଠନ ପାଇଁ ଚାରି ସୁତ୍ରି ଶପଥ ପାଠ କରାଇଥିଲେ । ଅନ୍ୟତମ ସ୍ବେଚ୍ଛାସେବୀ ରାଜେସ୍ୱରି କିସାନ ଧନ୍ୟବାଦ ଅର୍ପଣ କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ