Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୫ଟି ସଚିବଙ୍କ ଉପରକୁ କାଳି ମାଡ ଘଟଣାର ତୀବ୍ର ନିନ୍ଦା

ସମ୍ବଲପୁର,ତା ୨୦।୮: ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ତ୍ୱରୀତ ସମାଧାନ ଓ ଉନ୍ନୟନ କାର୍ଯ୍ୟକ୍ରମ ମୂଳକ ଗୁଡିକର ଅନୁଧ୍ୟାନ ସମୟରେ ସତ୍ୟବାଦୀ ଠାରେ ୫ଟି ସଚିବ ଭି.କେ.ପାଣ୍ଡିଆନ ଓ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଉପରେ କାଳି ମାଡ ଘଟଣା ଏକ ଅଗଣତାନ୍ତ୍ରୀକ ଓ ଏହା ରାଜନୈତିକ ଅସହିଷ୍ଣୁତାର ନଗ୍ନ ଉଦାହରଣ। ଏହି ମର୍ମରେ ବିଜୁ ଯୁବ ଜନତା ଦଳର ରାଜ୍ୟ ସାଧାରଣ ସଂପାଦକ ହୀରାଲାଲ ବେହେରା କହି ଘଟଣାକୁ ତିବ୍ର ନିନ୍ଦା କରିଛନ୍ତି।ହିଂସା,ଅସହିଷ୍ଣୁତା ଏବଂ ଏଭଳି ଅଶୋଭନିୟ ଆଭିମୁଖ୍ଯ ରାଜ୍ୟ ବିକାଶର ପରିପନ୍ଥି।ଏଭଳି ଚରିତ୍ର ମାନଙ୍କ ପ୍ରତି କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରି ରାଜ୍ୟ ବିକାଶରେ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ