Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗୁଡାହାଣ୍ଡି ଡୋକାରିଚଞ୍ଚରା ସୌନ୍ଦର୍ଯ୍ୟ କରଣ କାର୍ଯ୍ୟ ପରିଦର୍ଶନ କଲେ ଡିଏଫଓ।

କଳାହାଣ୍ଡି ଜିଲ୍ଲାର ର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ଡୋକାରିଚଞ୍ଚରା ରେ ଜଙ୍ଗଲ ବିଭାଗ ଦ୍ୱାରା ଚାଲିଥିବା ସୌନ୍ଦର୍ଯ୍ୟ କରଣ କାର୍ଯ୍ୟ ପରିଦର୍ଶନ ଓ ତଦାରଖ କଲେ କଳାହାଣ୍ଡି ଡିଏଫଓ ଅନୁରାଗ ମିଶ୍ର ।ତାଙ୍କ ସହ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ ଉପସ୍ଥିତ ଥିଲେ। ଦକ୍ଷିଣ ବନଖଣ୍ଡ ଭାରପ୍ରାପ୍ତ
ଡିଏଫଓ ଅନୁରାଗ ମିଶ୍ର ଡୋକାରିଚଞ୍ଚରା ରେ ପହଞ୍ଚି ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପକ୍ଷରୁ ମିଳିଥିବା ୫୦ ଲକ୍ଷ ଅନୁଦାନ ରେ ଧର୍ମଗଡ଼ ରେଞ୍ଜ ଜଙ୍ଗଲ ବିଭାଗ ପକ୍ଷରୁ ସୌନ୍ଦର୍ଯ୍ୟ କରଣ କାର୍ଯ୍ୟ ଜାରି ରହିଥିବା ବେଳେ କାର୍ଯ୍ୟ ତଦାରଖ ଓ ବୁଲି ଦେଖିବା ପରେ ବ୍ଲକ ଉପାଧ୍ୟକ୍ଷ ,ଗୁଡାହାଣ୍ଡି ଡୋକାରିଚଞ୍ଚରା ଉନ୍ନୟନ କମିଟି,ଜଙ୍ଗଲ ବିଭାଗୀୟ ଅଧିକାରୀ ଓ କର୍ମଚାରୀ ଙ୍କ ସହ ଆଲୋଚନା କରିଥିଲେ। ଆଗକୁ କେମିତି ଆଗକୁ ଏହି ପ୍ରାକୃତିକ ପର୍ଯ୍ୟଟନ ସ୍ଥଳି କୁ ଆକର୍ଷଣୀୟ କରାଯାଇ ପର୍ଯ୍ୟଟକ ଙ୍କ ଦୃଷ୍ଟି ଆକର୍ଷଣ କରାଯିବ ସେନେଇ ଆଲୋଚନା ହୋଇଛି। ଡିଏଫ ଓ ଙ୍କ ପରିଦର୍ଶନ ସମୟ ରେ ଧର୍ମଗଡ଼ ରେଞ୍ଜର ଭବାନୀ ଶଙ୍କର କାଉର,ଫରେଷ୍ଟ କର୍ମଚାରୀ ଓ ସଞ୍ଜୟ ସିଙ୍ଘଲ, ରବି ନାରାୟଣ ଦାସ, ଅରୁଣ ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ଥିଲେ