Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଓଲମା ଗାଁ ରେ ବିଳମ୍ବିତ ରାତିରେ ସଶସ୍ତ୍ର ଡକାୟତି,ପୋଲିସ ର ଛାନଭିନ ଜାରି।

କଳାହାଣ୍ଡି ଜିଲ୍ଲା କୋକସରା ଥାନ ଓଲମା ଗାଁ ର ଚାଷୀ ଧନଞ୍ଜୟ ସାହୁ ଙ୍କ ଘରେ ଗତ କାଳି ବିଳମ୍ବିତ ରାତିରେ ଡକାୟତି ହୋଇଥିବା ଅଭିଯୋଗ ହୋଇଛି। ପ୍ରାୟ ୧୨ ଜଣ ଡକାୟତ ପିସ୍ତଲ ମାରଣାସ୍ତ୍ର ଦେଖାଇ ଓ ମାଡ଼ ମାରି ୨୫ ତୋଲା ସୁନା ଗହଣା ଲୁଟ ସହ ଘର ର ସମସ୍ତ ଦାମୀ ଆସବାବପତ୍ର ଭଙ୍ଗାରୁଜା କରି ଡକାୟତ ଦଳ ଘରର ସମସ୍ତ ସଦସ୍ୟ ଙ୍କୁ ପିସ୍ତଲ ମୁନରେ ଦେଖାଇ ଭୟଭୀତ କରି ଡକାୟତି କରିଥିବା ଅଭିଯୋଗ ହୋଇଛି।ଡକାୟତି କରି ଫେରାର ସମୟରେ ବାଡ଼ ଡେଇଁ ଯାଉଥିବା ବେଳେ ଗୋଡ଼ ଭାଙ୍ଗି ଯିବାରୁ ଜଣେ ଡକାୟତ କୁ ଧରି ପୋଲିସ କୁ ଜିମା ଦେଲେ ଗ୍ରାମବାସୀ। ପରେ ଅନ୍ୟ ଜଣେ ଯୁବକ କୁ କାଉଡୋଳା ଗ୍ରାମ ନିକଟରୁ ଧରି ପୋଲିସ ରେ ଅଟକ ରଖି ପଚରାଉଚୁରା ଜାରି ରହିଛି। ସନ୍ଧାନୀ କୁକୁର ସହଜରେ ଡକାୟତ ଦଳ ର ଖିଅ ଖୋଜୁଛି ପୋଲିସ।ଘଟଣା ସ୍ଥଳରେ ଧର୍ମଗଡ଼ ଏସଡିପିଓ ଙ୍କ ନେତୃତ୍ବରେ କୋକସରା ଆମପାଣି କଲମପୁର ପୋଲିସ ଟିମ ତନାଘନା ଜାରି ରଖିଛି।