Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନୂଆଗୁଡା କାଦୁଅ ରାସ୍ତା ସଫା କରାଇଲେ ବ୍ଲକ ଉପାଧ୍ୟକ୍ଷ।

କୋକସରା:୨୧/୦୮ ଅଳ୍ପ ବର୍ଷା ହେଲେ ଗାଁ ଦାଣ୍ଡରେ କାଦୁଅ ପଚ ପଚ ରାସ୍ତା ହୋଇ ଯାତାୟାତ ରେ ନାହିଁ ନ ଥିବା ଅସୁବିଧା ର ସମ୍ମୁଖୀନ ହେଉଥିଲେ କୋକସରା ବ୍ଲକ ଡ଼ହଗାଁ ପଞ୍ଚାୟତ ନୂଆଗୁଡା ର ଗ୍ରାମବାସୀ, ଏନେଇ ଅନେକ ସମୟରେ ସ୍ଥାନୀୟ ସରପଞ୍ଚ ଓ ପଂଚାୟତ ପିଇଓ ଙ୍କୁ ଅଭିଯୋଗ କଲାପରେ ମଧ୍ୟ କୌଣସି ପଦକ୍ଷେପ ନେଇ ନଥିଲେ ପଞ୍ଚାୟତ ପ୍ରତିନିଧି ଓ କର୍ମଚାରୀ, ପରେ ଗାଁ ର କିଛି ଉଦ୍ୟମି ଯୁବକ ରାସ୍ତା ର ଫୋଟୋ ଉଠାଇ ସୋସିଆଲ ମିଡ଼ିଆ ସହ କୋକସରା ବ୍ଲକ ଉପାଧ୍ୟକ୍ଷ ଙ୍କୁ ଅଭିଯୋଗ କରିଥିଲେ। ଲୋକଙ୍କ ଅଭିଯୋଗ ପରେ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ ଲୋକଙ୍କ ସମସ୍ୟା କୁ ଗୁରୁତ୍ୱ ଦେଇ ରାସ୍ତା ମରାମତି କାର୍ଯ୍ୟ ସମ୍ପାଦନ କରିଛନ୍ତି। ନିଜ ସହଯୋଗୀ ସଂଜୟ ସିଙ୍ଘଲ, ରବି ନାରାୟଣ ଦାସ ଙ୍କୁ।ପଠାଇ ଜେସିବି ଟ୍ରାକ୍ଟର ଲଗାଇ ଗାଁ ରାସ୍ତା ରେ ଜମି ରହିଥିବା କାଦୁଅ କୁ ସଫା କରାଇବା ପରେ ରାସ୍ତା ରେ ଏବେ ଯାତାୟାତ କରିବା ସ୍ଵାଭାବିକ ହୋଇଛି। ଜନ ପ୍ରତିନିଧି ଭାବେ ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ କୋକସରା ପଞ୍ଚାୟତ ର ଅନେକ ପଞ୍ଚାୟତ ରେ ରହିଥିବା ଲୋକଙ୍କ ମୌଳିକ ସମସ୍ୟା ପାନୀୟ ଜଳ, ରାସ୍ତାଘାଟ ଓ ଅନ୍ୟାନ୍ୟ ସମସ୍ୟା ସମାଧାନ ଦିଗରେ ସଦା ସର୍ବଦା ତତ୍ପରତା ପ୍ରକାଶ କରି ଲୋକଙ୍କ ମଧ୍ୟରେ ଜନ ପ୍ରତିନିଧି ଭାବେ ନିଜର ଏକ ପରିଚୟ ସୃଷ୍ଟି କରି ପାରିଛନ୍ତି। ରାସ୍ତା ମରାମତି ପରେ ସ୍ଥାନୀୟ ନୂଆଗୁଡା ର ଗ୍ରାମବାସୀ ମାନେ ବ୍ଲକ ଉପାଧ୍ୟକ୍ଷ ଙ୍କୁ ପ୍ରସଂଶା କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ