Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

*ଏସ.ଏଚ-୧୦ ରେ ସିରିଜ ଦୁର୍ଘଟଣା ଅଳ୍ପକେ ବଞ୍ଚିଲେ ଟ୍ରକ ଚାଳକ*

ସମ୍ବଲପୁର/ରେଙ୍ଗାଲି : ଶ୍ରାବଣ ଶେଷ ସୋମବାର ମଧ୍ୟ ରାତ୍ରି ୧୨ଟା ବେଳେ ରେଙ୍ଗାଲି ବ୍ଲକ ନୁଆଁ ରମ୍ପେଲା ଜିଓ ପେଟ୍ରୋଲ ପମ୍ପ ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଯାଇଛି l ଘଟଣାରୁ ପ୍ରକାଶ ଯେ ଗୋଟିଏ ଟ୍ରଳର ଓ ତିନୋଟି ହାଇୱା ଝାରସୁଗୁଡା ରୁ ସମ୍ବଲପୁର ଅଭିମୁଖେ ଯାଉଥିଲେ l ପ୍ରଥମେ ଏକ ଟ୍ରଳର ଗାଡି ଟି ରାସ୍ତା ରେ ଗଭୀର ଗାତ ଥିବାରୁ ଜୋର ରେ ବ୍ରେକ ଦେଇଥିଲେ l ପଛରେ ଆସୁଥିବା ଦ୍ୱିତୀୟ ଫ୍ଲାଏ ଆସ ବୋଝେଇ ଗାଡି ମଧ୍ଯ ନିୟନ୍ତ୍ରଣ କରିବା ପାଇଁ ଜୋର ରେ ବ୍ରେକ ଦେଇଥିଲେ। ଫଳରେ ତୃତୀୟ ବାଲି ବୋଝେଇ ହାଇୱା ଡ୍ରାଇଭର ମଧ୍ୟ ଜୋର ରେ ବ୍ରେକ ଦେଇଥିଲା କିନ୍ତୁ ଗାଡି ଟି ବାଲି ଲୋଡ଼ ଥିବା ଯୋଗୁଁ ଭାରସାମ୍ୟ ହରାଇ ଆସ ଟ୍ରକଡାଲା ରେ ଜୋର ରେ ପିଟି ହୋଇ କେବିନ ଟି ଡାଲା ରେ ପଶିଯାଇଥିଲା l ଫଳରେ ଡ୍ରାଇଭର ଅଧଘଣ୍ଟା ଯାଏଁ କେବିନ ସ୍ଟେରିଙ୍ଗ ଓ ସିଟ ମଝିରେ ଫସିରହିଥିଲେ। ଡ୍ରାଇଭର ଫସିରହିଥିବାରୁ କଷ୍ଟ ଅନୁଭବ କରି ଜୋର ଜୋର ରେ ଚିତ୍କାର କରି ତାଙ୍କୁ ବଞ୍ଚାଇବା ପାଇଁ କାକୁତି ବିନତି ହେଉଥିଲେ। ଯେତେ ବାହାରିବା ପାଇଁ ଚେଷ୍ଟା କଲେ ମଧ୍ୟ କେବିନରେ ଚାପି ହୋଇ ବାହାରକୁ ବାହାରିବା ରେ ସେ ବିଫଳ ହୋଇଥିଲେ l କିଛି ସମୟ ପରେ ଖବର ପାଇ ରେଙ୍ଗାଲି ପୋଲିସ ଘଟଣା ସ୍ଥଳ କୁ ଆସି ଟ୍ରାଫିକ ନିୟନ୍ତ୍ରଣ କରିଥିଲେ ଓ ରେଙ୍ଗାଲି ଅଗ୍ନିଶମ ବିଭାଗ କୁ ଫୋନ କରି ସାହାର୍ଯ୍ଯ ଲୋଡ଼ିଥିଲେ। ପୋଲିସ ଆସିବା ପୂର୍ବରୁ ଦୁର୍ଘଟଣା ଘଟାଇଥିବା ଟ୍ରଲର ଓ ଆସ ବୋଝେଇ ହାଇୱା ଗାଡି ଘଟଣାସ୍ଥଳ ରୁ ଫେରାର ମାରିଥିବା ଅନ୍ୟ ଟ୍ରକ ଚାଳକ ଓ ପ୍ରତ୍ୟକ୍ଷଦର୍ଶୀ ପ୍ରକାଶ କରିଛନ୍ତି।ବାଲି ବୋଝେଇ ହାଇୱା କେବିନ ରେ ଅନେକ ସମୟ ରୁ ଫସି ରହିଥିବା ଡ୍ରାଇଭରକୁ ଅଗ୍ନିଶମ ବିଭାଗ ଘଟଣା ସ୍ଥଳକୁ ପହଁଞ୍ଚି ରଶି ସାହାର୍ଯ୍ଯ ରେ କେବିନ କୁ ଦମକଳ ରେ ଟାଣି କେବିନ ରୁ ଡ୍ରାଇଭର କୁ ଜୀବିତ ଅବସ୍ଥା ରେ ବାହାର କରିଥିଲେ ପରେ ରେଙ୍ଗାଲି ପୋଲିସ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରୁ ୧୦୮ ଆମ୍ବୁଲାନ୍ସ ଡକାଇ ଗୁରୁତର ଡ୍ରାଇଭର କୁ ବୁର୍ଲା ଭୀମସାର କୁ ଚିକିତ୍ସା ପାଇଁ ପଠାଇଛନ୍ତି l ଡ୍ରାଇଭର ଟି ଜୁଯୁମୁରା ଭୋଇପାଲି ର ସଦାନନ୍ଦ ଓରାମ (୩୭) ବୋଲି ଜଣାପଡିଛି। ତାଙ୍କ ମୋବାଇଲ ରୁ ପରିବାର ଲୋକଙ୍କୁ କଲ କରି ଶୀଘ୍ର ବୁର୍ଲା ଭୀମ ସାର ପହଂଚିବା ପାଇଁ ଘଟଣାସ୍ଥଳ ରେ ଉପସ୍ଥିତ ସ୍ବେଛାସେବୀ ତାଙ୍କଘରେ ସୂଚନା ଦେଇଛନ୍ତି l ତେବେ ଏଲଏନଟି ରୋଡ଼ ସେଫଟି ପରିଚାଳନା ବିଭାଗ ର ତ୍ରୁଟି ଓ ନିମ୍ନମାନ ର ରକ୍ଷଣା ବେକ୍ଷଣ ପାଇଁ କୋଟି କୋଟି ଟଙ୍କା ରୋଡ଼ ଟ୍ୟାକ୍ସ ଦେଇ ମଧ୍ୟ ନିରୀହ ଜନସାଧାରଣ ହନ୍ତସନ୍ତ ହୋଉଥିବା ସ୍ଥାନୀୟ ଗାଡି ମାଲିକ ଓ ବୁଦ୍ଧିଜୀବୀ ମହଲ ରେ ଚର୍ଚ୍ଚାର ଯୋର ଧରିଛି l