Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ହାତୀ ମୀନାରର ସ୍ରଷ୍ଟାଙ୍କ ବିୟୋଗରେ ଶୋକସଭା

କେନ୍ଦୁଝରଗଡ଼/ ଚମ୍ପୁଆ : ୦୨ : ୦୯ : ବିଶିଷ୍ଟ ସାହିତ୍ୟିକ ତଥା ହାତୀ ମୀନାରର ସ୍ରଷ୍ଟା ଡ଼କ୍ଟର କୃଷ୍ଣଚନ୍ଦ୍ର ନାୟକଙ୍କ ଏକାଦଶାହ ରେ ସୃତିସଭା ଆୟୋଜିତ ହୋଇଛି । ଚମ୍ପୁଆ ବ୍ଲକ ଜାଲି ପଂଚାୟତ ଅନ୍ତର୍ଗତ ଜାଲି ଗ୍ରାମରେ ପ୍ରିୟମ୍ବଦା ସାଂସ୍କୃତିକ ପରିଷଦ, ଜାଲି ଏବଂ ସଂଜୀବନୀ ସାହିତ୍ୟ ସଂସଦ, ଭଣ୍ଡା, କେନ୍ଦୁଝର ଆନୁକୂଲ୍ୟରେ ବିଶିଷ୍ଟ ସାହିତ୍ୟିକ, ଗବେଷକ ଡ଼କ୍ଟର କୃଷ୍ଣଚନ୍ଦ୍ର ନାୟକ ଙ୍କ ଏକାଦଶାହ ରେ ସୃତି ସଭା ଓ ପ୍ରତିଭା ଆଲୋଚନା ଅନୁଷ୍ଠିତ ହୋଇଯାଇଛି l ସଂଜୀବନୀ ସାହିତ୍ୟ ସଂସଦ, ସମ୍ପାଦକ, ଲେଖକ ଶ୍ରୀ ଡମ୍ବରୁ ମହାନ୍ତଙ୍କ ଆବାହକତ୍ୱ ରେ ଅବସର ପ୍ରାପ୍ତ ଶିକ୍ଷାବିତ କାଶୀନାଥ ମହାନ୍ତ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ l ଏଥିରେ ଅତିଥି, ବକ୍ତା ଭାବେ ବିଶିଷ୍ଟ ସାହିତ୍ୟିକ, ଅବସରପ୍ରାପ୍ତ ପ୍ରାଧ୍ୟାପକ ଡ଼କ୍ଟର ବିମ୍ବାଧର ବେହେରା, କବି ଭରତ ଚନ୍ଦ୍ର ପାତ୍ର, ହରେକୃଷ୍ଣ ବେଜ, ଫୁଟବଲ କୋଚ ବୀରେନ୍ଦ୍ର ମହାନ୍ତ, କବି କିଶୋର ମହାନ୍ତ, ପ୍ରକୃତି ମିତ୍ର, ଶିକ୍ଷାବିତ କ୍ଷେତ୍ରବାସୀ ମହାନ୍ତ, କବି ଜଗବନ୍ଧୁ ମହାନ୍ତ, କବି ପ୍ରବଚକ ଭାବଗ୍ରାହୀ ମହାନ୍ତ ପ୍ରମୁଖ ଯୋଗ ଦେଇ ସାହିତ୍ୟିକ କୃଷ୍ଣଚନ୍ଦ୍ରଙ୍କ ବହୁମୁଖୀ ପ୍ରତିଭା ଓ ଜୀବନୀ ଉପରେ ଆଲୋକପାତ କରି ତାଙ୍କ ଗବେଷଣାତମକ ପୁସ୍ତକ ” କେନ୍ଦୁଝର ଲୋକ ନାଟକ, କେନ୍ଦୁଝର ଦର୍ଶନ କଥା ଓ କାହାଣୀ ପରବର୍ତୀ ପିଢୀଙ୍କୁ ଅଧିକ ଗବେଷଣା ଓ ପ୍ରେରଣା ଯୋଗାଇବ ବୋଲି ମତବ୍ୟକ୍ତ କରିଥିଲେ । ତାଙ୍କ ପରିକଳ୍ପିତ ହାତୀ ମିନାର ଓ ତାରା ତାରିଣୀ ମନ୍ଦିର ପର୍ଯଟନ ସ୍ଥଳୀର ମାନ୍ୟତା ପାଇଁ ଦାବୀ ରଖିବା ସହିତ ସେ ପରବର୍ତୀ ପିଢୀ ପାଇଁ ପ୍ରେରଣା ର ଉତ୍ସ ହୋଇ ରହିବେ ବୋଲି ସୃତି ଚାରଣ କରିଥିଲେ l ଅନ୍ୟତମ ବକ୍ତା ଭାବେ ଅବସରପ୍ରାପ୍ତ ପ୍ରଶାସକ ବୃଷଭ ଚନ୍ଦ୍ର ନାୟକ, ଗଣ୍ଡ ସମାଜ ସଂଗଠକ ହରେକୃଷ୍ଣ
ନାୟକ, ବିରଞ୍ଚି ନାୟକ, କବି ବୈକୁଣ୍ଠ ନାଥ ମହାନ୍ତ, ସାମ୍ବାଦିକ ନରେଶ ଚନ୍ଦ୍ର ପଟନାୟକ, ଆକାଶବାଣୀ ଘୋଷାକ, କଳାକାର ତୁଷାର ସାମନ୍ତ, ଭାସ୍କର ମିଶ୍ର, ସମାଜସେବୀ, ସଂଗଠକ ଅଖିଳ ଚନ୍ଦ୍ର ନାଏକ, ବିଜେପି ନେତ୍ରୀ କିରଣଵାଳା ନାୟକ, କଂଗ୍ରେସ ଯୁବ ନେତା ବିନୋଦ ବିହାରୀ ନାଏକ ପ୍ରମୁଖ ସୃତିଚାରଣ କରି ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ l ପ୍ରଥମେ ସାହିତ୍ୟିକ କୃଷ୍ଣଚନ୍ଦ୍ର ଓ ତାଙ୍କ ପତ୍ନୀ ପ୍ରିୟମ୍ବଦା ଙ୍କ ଫଟୋ ଚିତ୍ର ରେ ଅତିଥି ମନେ ଧୂପ, ପ୍ରଦୀପ ପ୍ରଜ୍ୱଳନ କରି ପୁଷ୍ପ ଅର୍ପଣ କରି କାର୍ଯ୍ୟକ୍ରମ ର ଶୁଭାରମ୍ଭ କରି ସମୂହଭାବେ ନିରବ ପ୍ରାଥନା କରାଯାଇଥିଲା l କୃଷ୍ଣଚନ୍ଦ୍ରଙ୍କ ପୁତ୍ର ଡ଼କ୍ଟର ଯଯାତି ନାୟକ ହାତୀ ମିନାର ଓ ତାରାତାରିଣୀ ମନ୍ଦିର କୁ ଆଗେଇନେବା ଓ ବାପା ଙ୍କ ସ୍ଵପ୍ନ ସାକାର କରିବାକୁ ସହଯୋଗ ଲୋଡି ଧନ୍ୟବାଦ ଅର୍ପଣ କରିଥିବାବେଳେ ପ୍ରିୟମ୍ବଦା ସାଂସ୍କୃତିକ ପରିଷଦ ସଦସ୍ୟ – ସରପଞ୍ଚ ତୁଳସୀ ବଲ୍ଳଭ ସିଂହ, ଲଷ୍ମୀଧର ନାୟକ, ସୁଷମା ନାୟକ, ତୃପ୍ତି ନାୟକ, କ୍ଷୀରୋଦ ନାୟକ, ପ୍ରଜ୍ଞାପାରମିତା, ଅପରାଜିତା, ବିଚିସ୍ମିତା, କବିରାଜ, ତପନ ପ୍ରମୁଖଙ୍କ ଦ୍ଵାରା ପରିଚାଳିତ ହୋଇଥିଲା l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ