Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ପାମରା ରେ ହେବ ନୂଆଁଖାଇ ଭେଟଘାଟ୍

ସୁନ୍ଦରଗଡ଼( ବଡ଼ଗାଁ,):ସମ୍ବଲପୁରୀ କଲା ସଂସ୍କୃତି ଅନୁଷ୍ଠାନ ପାମରା ତରଫରୁ ନୁଆଁଖାଇ ଦିନ ନୁଆଁଖାଇ ଭେଟଘାଟ ପାଇଁ ଆଜି ସନ୍ଦ୍ୟାରେ ଅନୁଷ୍ଠାନ ର ସମ୍ପାଦକ ଶ୍ରୀ ଟୋନିସ ରୋହିଦାସ ଙ୍କର ନେତୃତ୍ୱରେ ନୁଆଁଖାଇ କାର୍ଯ୍ୟକ୍ରମ ପାଇଁ ଆଲୋଚନା ହୋଇଥିଲା।ଏଥିରେ ବିଭୁତି ମହାକୁଳ ମୁଖ୍ୟ ଭୂମିକା ତୁଳାଇ ଥିଲେ।ଦେବାଶିଷ ବାରିକ,ଖାଣ୍ଡବ ଚମାର,ମୌସମ ରାଉତ, ସୁବ୍ରତ ଦାନୀ,ରବି କମାର, ବିକାଶ ଖିଲାରି ଆହୁରି ଏନେକ କର୍ମକର୍ତା ଅନୁଷ୍ଠାନ ରେ ଯୋଡି ହୋଇ ଆଗାମୀ ଦିନରେ କଲା ସଂସ୍କୃତି ଅନୁଷ୍ଠାନ କେମିତି ଉନ୍ନତି ମୂଳକ କାର୍ଯ୍ୟ କରି ପାରିବ ତାହାର ଆଲୋଚନା ହୋଇଥିଲା।.ପଶ୍ଚିମ ଓଡିଶାର ସମ୍ବଲପୁରୀ ଭାଷା ସାହିତ୍ୟ,କଲା ସଂସ୍କୃତି ପରମ୍ପରାକୁ କେମିତି ବଞ୍ଚାଇ ରଖିପାରିବା! ଗାଁ ଗୁଡିକରେ ରହୁଥିବା ହଜିଯାଉଥିବା କୁନି କଳାକାର ମାନଙ୍କ କଳା କିପରି ଆଗକୁ ବାହାର ହେବ ତାଙ୍କୁ ଗୋଟେ ମଞ୍ଚ ମିଳିବ ଆଗାମୀ ଦିନରେ ସେମାନେ ନିଜର ପରିଚୟ ପାଇବେ ତାହା ମଧ୍ୟ ଆଲୋଚନା ହୋଇଥିଲା।ଚଳିତ ବର୍ଷରୁ ପାମରା ଗାଁରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ସମ୍ବଲପୁରି କଲା ସଂସ୍କୃତି ଅନୁଷ୍ଠାନ ତରଫରୁ ଆୟୋଜନକୁ ବ୍ୟାପକ କରାଯାଇଛି।