Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସରପଞ୍ଚଙ୍କ ୧୨ ଦଫା ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି

ସମ୍ବଲପୁର:ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥାକୁ ଅଣଦେଖା କରି ଅସାମ୍ଭିଧାନିକ ଭାବେ କ୍ଷୁର୍ଣ୍ଣ କରାଯାଉଥିବା ଅଭିଯୋଗ କରି ଆଜି ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ରାଷ୍ଟ୍ରିୟ ପଞ୍ଚାୟତିରାଜ ଗ୍ରାମପ୍ରଧାନ/ସରପଞ୍ଚ ସଂଗଠନର ରାଜ୍ୟ ଶାଖା ପକ୍ଷରୁ ‍୧୨ ଦଫା ଦାବି ସମ୍ବଳିତ ଏକ ଚିଠିରେ ଉଲ୍ଲେଖ କରାଯାଇ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। ସଂଗଠନର ରାଜ୍ୟ ସଭାପତି ରବି ରଥଙ୍କ ଦସ୍ତଖତ ଥିବା ଦାବିପତ୍ରରେ ପଲ୍ଲୀ ଓ ଗ୍ରାମ ସଭା ଆଧାରରେ ସରପଞ୍ଚଙ୍କ ମାଧ୍ୟମରେ ପଞ୍ଚାୟତ ବିକାଶକୁ ସୁନିଶ୍ଚିତ କରିବା,ସରପଞ୍ଚ୍ ମାନଙ୍କ ପ୍ରତି ଅନାସ୍ଥା ପ୍ରସ୍ଥାବର ଉଚ୍ଛେଦ,ପଞ୍ଚାୟତ ବିକାଶ କାମରେ ବିଡିଓଙ୍କ କାଉଣ୍ଟର ଦସ୍ତଖତ ଭଳି ଅସାମ୍ଭିଧାନିକ ବ୍ୟବସ୍ଥାକୁ ବାଦ ଦେବା,ଖାଉଟୀ ସାମଗ୍ରୀ ପାଇଁ ନୁତନ ହୀତାଧିକାରୀଙ୍କୁ ଚିହ୍ନଟ କରାଯାଇ ସାମିଲ କରିବା ,ସରପଞ୍ଚଙ୍କ ମାସିକ ପାରିଶ୍ରମିକ ୩୦ ହଜାରକୁ ବୃଦ୍ଧି କରିବା ଭଳି ୧୨ ଟି ମୌଳିକ ଦାବି ଏଥିରେ ଅନ୍ତର୍ଭୁକ୍ତ ରହିଛି। ଏହାର ନକଲ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ପ୍ରଦୀପ ଅମାତଙ୍କ ସହିତ ଶାସନ ସଚିବ ଓଡିଶାସରକାର, ପଞ୍ଚାୟତି ରାଜ ଓ ପାନୀୟ ଜଳବିଭାଗ ସଚିବ ଓ ନିର୍ଦ୍ଦେଶକଙ୍କ ଅବଗତି ଓ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରେରଣ କରାଯାଇ ତୁରନ୍ତ ଏହି ଦାବି ଉପରେ ଗଠନ ମୂଳକ ନିଷ୍ପତ୍ତି ନିଆନଗଲେ ସରକାରଙ୍କ ସରପଞ୍ଚ୍ ସମୂହ ଅସହଯୋଗ କରିବେ ବୋଲି ଚିଠିରେ ଦର୍ଶାଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ