ଦୁର୍ଗାପୂଜା ପ୍ରସ୍ତୁତି ବୈଠକ
        ଗୁଡାରୀ ଟାଉନ ଦୁର୍ଗା ପୂଜା କମିଟି ସଭାପତି ସନ୍ତୋଷ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆଗାମି ଦୁର୍ଗା ପୂଜାର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଶ୍ରୀ ମହାନ୍ତି କହିଛନ୍ତି ଦୀର୍ଘ ଦଶ ବର୍ଷ ଧରି ଚାଲି ଆସୁଥିବା ଦୁର୍ଗା ପୂଜା ଅତି ଆଡମ୍ଭର ସହ ଅନୁଷ୍ଠିତ ହେବ ସେନେଇ ଗୁଡାରୀ ଯୁବ ଗୋଷ୍ଠୀ ତଥା ବୁଦ୍ଧିଯିବଙ୍କୁ ନେଇ ଏକ ବୈଠକ ଆୟୋଜନ କରାଯାଇଥିଲା।ଆଜିର ବୈଠକରେ ପୂଜାରେ ତୋରଣ, ଆଲୋକ ସାଜସଜ୍ଜା,ମୂର୍ତ୍ତି ନିର୍ମାଣ,ମନୋରଞ୍ଜନ ତଥା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ଏଣୁ ଏଥିରେ ସହରର ଜନ ସାଧାରଣ ସହଯୋଗ ନିହାତୀ ଆବଶ୍ୟକ ବୋଲି କମିଟର ସଭାପତି ଶ୍ରୀ ମହାନ୍ତି କହିଛନ୍ତି। ଉପସଭାପତି କେଦାର ନାଥ ସାହୁ କହିଛନ୍ତି ସହରର ପରିମଳ ଏବଂ ପାନୀୟ ଜଳର ବ୍ୟବସ୍ଥା କରାଯିବ ତଥା ଏହି ବର୍ଷ ମନୋରଞ୍ଜନକାର୍ଯ୍ୟକ୍ରମ ବଲିଉଡର ଏକନାମିଦାମୀ ଗାୟକଙ୍କୁ ଆଣିବା ପାଇଁ ଯୋଜନା ଚାଲିଛି ବୋଲି କହିଛନ୍ତି। ଗତ ବର୍ଷର ଭିଡ଼କୁ ଆଖି ଆଗରେରଖି ଏହି ବର୍ଷ ବେରିକେଟ ତଥା ଦର୍ଶକଙ୍କ ସହ କମିଟିର ଶାନ୍ତି ଶୃଙ୍ଖଳା ରକ୍ଷା କରି କାର୍ଯ୍ୟକ୍ରମ ଗୁଡ଼ିକ ସମ୍ପୁର୍ଣ୍ଣ କରାଯିବ ସେ ଉପରେ ଗୁରୁତ୍ଵ ଦିଆଯିବ ବୋଲି କହିଛନ୍ତି। ଚଳିତବର୍ଷ ପୂଜାରେ ପ୍ରାୟ ୨୦ ଲକ୍ଷ ଟଙ୍କା ବ୍ୟୟ ଅଟକଳ ରଖାଯାଇଛି ବୋଲି ଶ୍ରୀ ସାହୁ କହିଛନ୍ତି। ଏହି ବୈଠକରେ ଦୁର୍ଗାପୂଜା କମିଟିରେ ସମସ୍ତ ସଦସ୍ୟ ତଥା ସହରର ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିବା ଦେଖିବାକୁ ମିଳିଥିଲା।

                        