ଗୁଡାରି ରାଜମେସ୍ତ୍ରୀ ସଂଘ ପକ୍ଷରୁ ବିଶ୍ୱକର୍ମା ପୂଜା ପାଳନ
        ଗୁଡାରି ରାଜ ମେସ୍ତ୍ରୀ ସଂଘ ପକ୍ଷରୁ ରବିବାର ଦିନ ବାଇପାସ ଛକ ନିକଟରେ ମହା ଆଡମ୍ବରରେ ବିଶ୍ୱକର୍ମା ପୂଜା ପାଳନ କରାଯାଇଛି। ଆସନ୍ତା ତିନି ଦିନ ଧରି ଏହି ପୂଜାର୍ଚ୍ଚନା କାର୍ଯ୍ୟକ୍ରମ ଜାରି ରହିବ।ଗତ ପନ୍ଦର ବର୍ଷ ଧରି ରାଜମେସ୍ତ୍ରୀ ସଂଘ ତରଫରୁ ବିଶ୍ୱକର୍ମା ପୂଜା ଗୁଡାରି ଠାରେ ପାଳନ ହୋଇ ଆସୁଛି।

                        