ବିଧାୟକ ହାତପାଣ୍ଠିରୁ ଦୁଇଟି ଗାଡି ପ୍ରଦାନ
        ଆଜି ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରେ ରାୟଗଡ଼ା ବିଧାୟକ ହାତପାଣ୍ଠି ଅର୍ଥର ୨୦୨୨-୨୩ରୁ ୨୫ ଲକ୍ଷ ୫୦ ହାଜର ଟଙ୍କା ପ୍ରଦାନ କରିଛନ୍ତି।ରାୟଗଡା ଜିଲ୍ଲାର ଦୁର୍ଗମ ଅଞ୍ଚଳ ବାସୀଙ୍କ ସେବା ପାଇଁ ଭ୍ରାମ୍ୟମାଣ ଚିକିତ୍ସା ସେବା ଯୋଗାଇ ଦେବା ନିମନ୍ତେ ଜେମାଦେଇପେଣ୍ଠ ଓ କାଶୀପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ୨ ଗୋଟି (ଏମଏଚୟୁ) ଗାଡ଼ି ପ୍ରଦାନ କରିଛନ୍ତି । ଶୁଭାରମ୍ୱ କାର୍ଯ୍ୟକ୍ରମରେ ମାନ୍ୟବର ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା, ଜିଲ୍ଲା ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା ଅନୁସୂୟା ମାଝୀ ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନା ରାଜ୍ୟ ଉପଦେଷ୍ଟା ସୁଧୀର ଦାସ, ରାୟଗଡା ବ୍ଲକ ଅଧ୍ୟକ୍ଷା ଟୁନି ହୁଇକା, କାଶିପୁର ବ୍ଲକ ଅଧ୍ୟକ୍ଷ କଣ୍ଟେଶ୍ୱର ମାଝି, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡକ୍ଟର ଲାଲମୋହନ ରାଉତରାଏ ଏବଂ ବରିଷ୍ଟ ନେତା ଏବଂ ଅଧିକାରୀ ମାନେ ଉପସ୍ଥିତଥିଲେ।

                        