Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଡଙ୍ଗରପଡା ପଞ୍ଚାୟତରେ ପ୍ରାଥମିକ କୃଷି ସମବାୟ ସମିତି ଲିଃ ଉଦଘାଟିତ

ସମ୍ବଲପୁର(ଡଙ୍ଗରପଡା):ସମବାୟ ସମିତି ଆଉ କେବଳ କୃଷି କ୍ଷେତ୍ରରେ ସିମିତ ହୋଇ ରହିନି। ବରଂ ସାମାଜିକ ଅର୍ଥନୈତିକ ବ୍ୟବସ୍ଥା ଭିତରେ ଏହାକୁ ବ୍ୟାପକ କରାଯାଇଛି।ପଶୁପାଳନ, ପେଟ୍ରୋଲ ପମ୍ପ ଭଳି ବୃହତ ଉଦ୍ୟୋଗରେ ସମବାୟ ଗ୍ରାହାକ ଲାଭବାନ ହୋଇପାରିବେ ବୋଲି ଆଜି ପଟୁଆମହାଣ(ଡଙ୍ଗରପଡା) ପ୍ରାଥମିକ କୃଷି ସେବା ସମବାୟ ସମିତି ଲିମିଟେଡ଼୍ ଉଦଘାଟନ ଉତ୍ସବରେ ଉଦଘାଟକ ଭାବେ ଧନୁପାଲି ସମବାୟ ବ୍ୟାଙ୍କର ପ୍ରବନ୍ଧକ ହେମସିକ୍ତ ଦାଶ ଯୋଗଦେଇ ଏଭଳି ବାର୍ତ୍ତା ଦେଇଛନ୍ତି।ଡଙ୍ଗରପଡା ସରପଞ୍ଚ୍ ତଥା ସେବା ସମବାୟର ସଭାପତି ଅୟସକାନ୍ତ ବଡପଣ୍ଡାଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ସମାଜସେବୀ ଦିଲ୍ଲିପ କୁମାର ପଣ୍ଡା ମୁଖ୍ୟଅତିଥି ଭାବେ ଯୋଗଦେଇ ସମବାୟ ସମିତିରେ ସମସ୍ତେ ମାଲିକ ଓ ଗ୍ରାହାକ ହେଉଥିବାରୁ ଲୋକଙ୍କ ଭାଗିଦାରିତାରେ ଏହା ଏକ ଉତ୍କୃଷ୍ଟ ଓ ଲାଭ ଦାୟକ ସଂସ୍ଥା ହୋଇପାରିବ ଓ ଏହାର ସମସ୍ତେ ସୁଯୋଗ ନେବାକୁ ଉପସ୍ଥିତ ଜନତାଙ୍କୁ ନିବେଦ କରିଥିଲେ ।ଅନ୍ୟମାନଙ୍କ ମଧ୍ୟରେ ଡା.ରାଜାରାମ ଷଡଙ୍ଗୀ,ଟିକି ପ୍ରଧାନ,ଘେନୁପାଲି ସମବାୟ ସମିତିର ସଂପାଦକ ଦୀପେନ ନାଥ ସମ୍ମାନିତ ଅତିଥି ଭାବେ ଯୋଗଦାନ କରିଥିଲେ।ଏହାକୁ ନବ ଗଠିତ ସମବାୟ ସମିତର ସଂପାଦକଆଲୋକ କୃିଷ୍ଣା ମହାକୁଡ, କିରାଣୀ ସୌମ୍ୟ ରଞ୍ଜନ ବେହେରା ,ଡିଓ ମୋହନ ଧରୁଆ ଓ ସୁରେଖା ସାହୁ ପ୍ରମୁଖ ପରିଚାଳନା କରିଥିଲେ। ଶେଷରେ ଡଙ୍ଗରପଡା ଏମବିକେ ଗୀତାଞ୍ଜଳି ମିଶ୍ର ଧନ୍ୟବାଦ୍ ଅର୍ପଣ କରିଥିଲେ।।