Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ପ୍ରଧାନମନ୍ତ୍ରୀ କୃଷି ବୀମା ଟଙ୍କା ଜାଲିଆତି ଘଟଣା ର ମାଷ୍ଟର ମାଇଣ୍ଡ ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ ଗିରଫ : ଜାମିନ ନା ମଞ୍ଜୁର

ଭବାନୀପାଟଣା, ୨୩/୦୯ (ଜଗନ୍ନାଥ ନାଏକ) : କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ବ୍ଲକ ଅଧ୍ୟକ୍ଷ ଗିରଫ । ଏକ ଠକେଇ ମାମଲା ରେ କେଗାଁ ପୋଲିସ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ପ୍ରାପ୍ତ ସୂଚନା ଅନୁଯାୟୀ, ଗୋଲାମୁଣ୍ଡା ବ୍ଲକ ର ମକରାଗୁଡା ଅଞ୍ଚଳରେ ଚାଷୀଙ୍କ ଅଜାଣତ ରେ ଜମିପଟା ବ୍ୟବହାର କରି ପ୍ରଧାନ ମନ୍ତ୍ରୀ କୄଷୀବୀମାଯୋଜନା କରାଯାଇଥିଲା, ଏବଂ କୄଷୀବୀମା ବାବଦକୁ ଲକ୍ଷାଧିକ ଟଙ୍କା ଲୁଟ ହୋଇଥିବା ନେଇ
କେଗାଁ ଥାନାରେ ମକରା ଗୁଡ଼ା ଗ୍ରାମର କ୍ଷେତ୍ର ମୋହନ ବାଗ ନାମକ ଜଣେ ଚାଷୀ ସେ ନ ଜାଣି ତାଙ୍କ ନାମ ରେ ବୀମା ରାଶି ଟଙ୍କା ଉଠାଯାଇଥିବା ନେଇ କେଗାଁ ଥାନା ରେ ଲିଖିତ ଅଭିଯୋଗ କରିଥିଲେ ।
ପୋଲିସ ଘଟଣା ର ତଦନ୍ତ କରି ଏହାର ମାଷ୍ଟର ମାଇଣ୍ଡ ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ ବୋଲି ପ୍ରମାଣ ପାଇବା ପରେ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ତେବେ କେବଳ ମକରାଗୁଡ଼ା ଗ୍ରାମରେ ପ୍ରାୟ ୨୫ ଲକ୍ଷ ରୁ ଅଧିକ ଟଙ୍କା ର ଠକାମୀ ହୋଇଥିବା ପୋଲିସର ପ୍ରାଥମିକ ତଦନ୍ତ ରୁ ଜଣା ପଡ଼ିଛି । ଏହି ପ୍ରଧାନମନ୍ତ୍ରୀ କୄଷୀବୀମା ଯୋଜନା ରେ ଏକ ସୁଚିନ୍ତିତ ରେକେଟ ରେ କେତେ ଟଙ୍କା ର ଘୋଟାଲା ହୋଇଛି ଏବଂ ଆହୁରି କାହା କାହାର ସଂପୃକ୍ତି ରହିଛି ସେନେଇ ପୋଲିସ ସ୍ପଷ୍ଟ କରିନଥିବା ବେଳେ ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ ର ଗିରଫଦାରୀ କୁ ସ୍ପଷ୍ଟ କରିଛନ୍ତି ଧର୍ମଗଡ ଏସ ଡି ଏସ ପି ଓ ଶ୍ରୀ ଧିରଜ ଚୋପଦାର । ଏ ସଂପର୍କ ରେ ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ କେଗାଁ ଥାନା କେଶ ନଂ -୧୯୨ ଦଫା-୪୧୯/୪୨୦/୪୬୭/୪୬୮ /୪୭୧/୩୪ ଆଇପିସି ରେ ଏକ ମାମଲା ରୁଜୁ ହୋଇ ପରେ ତଦନ୍ତ ଆରମ୍ଭ ହୋଇଥିଲା । ଏହି ଘଟଣା ରେ ପୂର୍ବରୁ ଏଥିରେ ସଂପୃକ୍ତ ଥିବା ବାଳକୃଷ୍ଣ ପଟେଲ କୁ ମଧ୍ୟ ଗିରଫ କରିଛି ପୋଲିସ।
ତେବେ ଗୋଲାମୁଣ୍ଡା ବ୍ଲକ ର ବିଭିନ୍ନ ଗ୍ରାମରେ ଚାଷୀ ଙ୍କ ପ୍ରଧାନ ମନ୍ତ୍ରୀ ଫସଲ ବୀମା ଯୋଜନାରେ କୋଟିଏ ରୁ ଅଧିକ ଟଙ୍କା ଏହିପରି ଜାଲିଆତି ହୋଇଥିବା ଏବଂ ଅଧିକ ତଦନ୍ତ ହେଲେ ଆହୁରି ଅନେକ ଙ୍କ ସଂପୃକ୍ତି ଓ ଚାଷୀ ଙ୍କୁ ହରିଲୁଟ ଘଟଣା ର ପର୍ଡାଫାସ ହୋଇ ପାରିବ ବୋଲି ଆଲୋଚନା ହେଉଛି । ବିନ୍ଦୁ ମହାନନ୍ଦଙ୍କ ଜାମିନ ଆବେଦନ ନାମଞ୍ଜୁର ହେବାରୁ ତାକୁ ଜେଲ ହାଜତ କୁ ପଠେଇ ଦିଆ ଯାଇ ଥିବା ଜଣା ପଡିଛି ।