Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନାହିଁ ନାହିଁରେ ଚାଲିଛି ଗଞ୍ଜାମ ଜିଲ୍ଲାର ଶ୍ରମ ବିଭାଗ ଯୋଗଦାନ ନାମକୁ ମାତ୍ର ଚାଲିଛି, ଶ୍ରମିକ ବେହାଲ୍‌‍, ଦଲାଲ ମାଲେମାଲ

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାରେ ପ୍ରାୟ ୨ଲକ୍ଷରୁ ଅଧିକ ଶ୍ରମିକମାନେ ତାଙ୍କ ନାମ ପଞ୍ଜିକରଣ କରିଥିଲେ ସୁଦ୍ଧା ୫୦ ଭାଗରୁ ଅଧିକ ନିୟମିତ ଭାବରେ ପୁନଃ ନବୀକରଣ ହେଉନଥିବାରୁ ହଜାର ହଜାର ପଞ୍ଜିକରଣ କାର୍ଡଗୁଡ଼ିକ ଲାପ୍‌‍ସ ହୋଇଯାଇଛି।ଫଳରେ ସେ ଶ୍ରମିକମାନେ ସରକାରୀ ସୁବିଧା ପାଇବାରୁ ବଞ୍ଚତ ହେଉଛନ୍ତି। ସରକାରଙ୍କ ଯୋଜନାଗୁଡ଼ିକ ଶ୍ରମିକମାନଙ୍କ ପାଖରେ ପହଞ୍ଚନଥାଏ, କୋଠାବାଡ଼ି ନିର୍ମାଣ ଶ୍ରମିକମାନେ ଅଶିକ୍ଷିତ ହୋଇଥିବାରୁ ସେମାନଙ୍କର ଠିକ୍‌‍? ସମୟରେ ପଞ୍ଜିକରଣ କରିନଥାନ୍ତି, ଅଧିକାଂଶ ଶ୍ରମିକ ଦାଦନ ଖଟିବାକୁ ଯାଉଥିଲେ ସୁଦ୍ଧା ସେମାନଙ୍କର ନାମ ଶ୍ରମ ଅଫିସ ଦ୍ଵାରା ସର୍ଭେ ହୋଇନଥାଏ।ଫଳରେ ବହୁ ଶ୍ରମିକ ଦାଦନ ଖଟିବାକୁ ଯାଇ ମୃତୁ୍ୟବରଣ କଲେ ସୁଦ୍ଧା ସରକାରୀ ସୁବିଧା ପାଇନଥାନ୍ତି କମ୍ପାନୀମାନଙ୍କ ଦ୍ଵାରା ଶୋଷଣର ଶୀକାର ହେଉଥିଲେ ସୁଦ୍ଧା ଶ୍ରମ ବିଭାଗ ପାଖରେ ତାଙ୍କର ତଥ୍ୟ ନଥାଏ।ପ୍ରଥମେ ପ୍ରଥମେ ପ୍ରକୃତ ଗରିବ ଶ୍ରମିକ ମୂଲିଆମାନେ ତାଙ୍କନାମ ଶ୍ରମ ବିଭାଗରେ ପଞ୍ଜିକରଣ କରୁଥିଲେ।ମାତ୍ର ବର୍ତ୍ତମାନକୁ ଦଲାଲମାନେ ଗୋଟିଏ କାର୍ଡ କରିବା ପାଇଁ ଏକ ହଜାରରୁ ୨ ହଜାର ଟଙ୍କା ପର୍ଯ୍ୟନ୍ତ ନେଉଛନ୍ତି।ଏଥିରେ ଶ୍ରମିକ ବଦଳରେ ଟ୍ରାକ୍ଟରଗାଡ଼ି ମାଲିକମାନେ ମଧ୍ୟ ପଞ୍ଜିକରଣ କରୁଛନ୍ତି।କରୋନା ସମୟରେ ଶ୍ରମିକମାନଙ୍କୁ ୧୫୦୦/- ଟଙ୍କା ଲେଖାଏଁ ଆର୍ଥିକ ସହାୟତା ମିଳିଥିଲା, ମାତ୍ର ସେ ୧୫୦୦/- ଟଙ୍କା ୨ବର୍ଷରେ ୨ ଥର ମିଳିଥିଲା, ମାତ୍ର ଆଜି ସୁଦ୍ଧା ପ୍ରାୟ ୨୦ ହଜାରରୁ ଅଧିକ ଶ୍ରମିକ ୧୫୦୦ ଟଙ୍କା ପାଇନଥିବାରୁ ଅଫିସକୁ ଧାଇଁ ଧାଇଁ ହତାଶ ହୋଇ ଖର୍ଚ୍ଚାନ୍ତ ହେଲେ ସୁଦ୍ଧା ସେ ଟଙ୍କା ପାଇନାହାଁନ୍ତି ।ଶ୍ରମ ବିଭାଗ ତରଫରୁ ସମସ୍ତ ଶ୍ରମିକମାନଙ୍କୁ ୧୫ ଦିନିଆ ଦକ୍ଷତା ତାଲିମ ପ୍ରଦାନ କରାଯାଇଥିଲା।ଶ୍ରମିକମାନଙ୍କୁ ୩୦୦୦/- ଙ୍କା ଲେଖାଏଁ ପାରିଶ୍ରମିକ ଦେବା ପାଇଁ ସରକାରଙ୍କ ନିୟମ ରହିଛି। ମାତ୍ର ୧ ଲକ୍ଷରୁ ଅଧିକ ଶ୍ରମିକ ୨ ବର୍ଷ ତଳେ ତାଲିମ ନେଇଥିଲେ ସୁଦ୍ଧା ତାଙ୍କ ଟଙ୍କା କିଏ ଚଳୁ କରିଛି, ତାହା ତଦନ୍ତ ସାପେକ୍ଷ।ହଜାର ହଜାର ଶ୍ରମିକ, ବିବାହ ସହାୟତା, ମୃତୁ୍ୟକାଳୀନ ସହାୟତା, ପିଲାଙ୍କ ପାଠପଢ଼ା ସହାୟତା, ସାଇକେଲ ଓ ଯନ୍ତ୍ରପାତି ସହାୟତା ପାଇଁ ଆବେଦନ କରିଥିଲେ ସୁଦ୍ଧା ୨ ବର୍ଷ ହେଲା, ତାହା କାର୍ଯ୍ୟକାରୀ ନ ହୋଇ ପଡିରହିଛି।ଶ୍ରମିକମାନେ ଅଯଥା ଅଫିସକୁ ଆସି ହଇରାଣ ହେଉଛନ୍ତି।ଶ୍ରମ ଅଫିସରେ କର୍ମଚାରୀ ଅଭାବ କହି ବାରମ୍ୱାର ଦଉଡାଇଛନ୍ତି, କିଛି ଶ୍ରମ ଅଧିକାରୀ ଶ୍ରମିକମାନଙ୍କୁ ଦୁର୍ବବ୍ୟବହାର କରୁଥିବା ଅଭିଯୋଗ ହେଉଛି।ଶ୍ରମ ବିଭାଗ ଶ୍ରମିକମାନଙ୍କୁ ସହଯୋଗ କରିବା ବଦଳରେ ତାଙ୍କ ଦୟାରେ ଅଫିସ ଚାଲୁଛି ବୋଲି ଅଧିକାରୀମାନେ ହାକିମଦାରୀ କରୁଛନ୍ତି ।ପୂର୍ବରୁ ୬୦ ବର୍ଷ ପରେ ପେନ୍‌‍ସନ୍‌‍ ମିଳିବା ବ୍ୟବସ୍ଥା ଥିଲେ ସୁଦ୍ଧା ତାହା ଏବେ କାର୍ଯ୍ୟକାରୀ ହେଉନାହିଁ।ଶ୍ରମିକମାନେ ଶ୍ରମ ନିୟମ ବିଷୟରେ ଜାଣିନଥିବାରୁ ଦଲାଲମାନଙ୍କର ଶୀକାର ହେଉଛନ୍ତି। ଜଣେ ମହିଳା ଶ୍ରମିକ ଅମୂଲ୍ୟ ଦାସ ୨ବର୍ଷ ତଳେ ତାଙ୍କ ଝିଅର ବାହାଘର ସହାୟତା ପାଇଁ ଶ୍ରମ ଅଫିସକୁ ଆସି ଆବେଦନ କରିଥିଲେ। ୨ ବର୍ଷ ମଧ୍ୟରେ ସେ ୧୦ ଥର ଶ୍ରମ ଅଫିସକୁ ଧାଇଁ ଧାଇଁ ହଇରାଣ ହେଉଥିଲେ ସୁଦ୍ଧା କର୍ମଚାରୀମାନେ ଗୁରୁତ୍ଵ ଦେଉନାହାନ୍ତି।ସେ ଜଣେ ଦିନ ମଜୁରୀଆ ହୋଇଥିବାରୁ ସେ କାମକୁ ଯାଇପାରୁନାହାନ୍ତି ବୋଲି କହୁଛନ୍ତି ।ଶ୍ରମ ବିଭାଗର ସବୁ କାମ ଅନ୍‌‍?ଲାଇନ୍‌‍? ହେଲା ପରେ ପ୍ରୋଫାଇଲ ପରିବର୍ତ୍ତନ ପାଇଁ ମୋ ସେବାକେନ୍ଦ୍ର ଓ ଅଫିସକୁ ଧାଇଁବାକୁ ପଡୁଛି। ବୋଝ ଉପରେ ଲଳିତାବିଡା ସଦୃଶ ହୋଇଛି।ଶ୍ରମ କର୍ମଚାରୀମାନେ ଶ୍ରମିକମାନଙ୍କ ଟାକ୍ସ ଦିଆ ପଇସାରେ ଦରମା ପାଇ ପରିବାର ଚଳାଉଥିଲେ ସୁଦ୍ଧା ଶ୍ରମିକମାନଙ୍କୁ ହେୟ ମନେ କରୁଛନ୍ତି । ଦଲାଲମାନଙ୍କ ନିୟନ୍ତ୍ରଣରେ ଶ୍ରମ ଅଫିସ ରହୁଛି। ଏଥିରେ କିଛି କର୍ମଚାରୀ ମଧ୍ୟ ସଂପୃକ୍ତ ରହୁଛନ୍ତି।ତାଙ୍କ ପ୍ରତି କାହାର ନଜର ନାହିଁ, ପ୍ରିୟାପ୍ରିତୀ ପୋଷଣରେ ଚାଲିଛି ଶ୍ରମ ବିଭାଗ ଗଞ୍ଜାମ ଜିଲ୍ଲାରେ।ଶ୍ରମିକମାନେ କିପରି ସୁବିଧାରେ ସବୁ ସରକାରୀ ସୁବିଧା ପାଇପାରିବେ, ସେଥିପାଇଁ ଟ୍ରେଡ ୟୁନିୟନ ଗଠନ ହୋଇଥିଲେ ସୁଦ୍ଧା ତାଙ୍କର ଭୂମିକା ମଧ୍ୟ ନଗଣ୍ୟ ରହୁଛି।ଏଣୁ ଶ୍ରମ ଅଫିସକୁ ଆସି ଶ୍ରମିକମାନେ ସରକାରୀ ସୁବିଧା ପାଇପାରିବେ ସେଥିପାଇଁ ଉଚ୍ଚ ଅଧିକାରୀମାନେ ଆସି ସମୀକ୍ଷା କରୁନଥିବାରୁ ଶ୍ରମ ଅଫିସ ଦୁର୍ନୀତିର ଗନ୍ତାଘର ପାଲଟିଯାଇଛି।ଏଣୁ ଏହାର ଉଚ୍ଚସ୍ତରୀୟ ତଦନ୍ତ କରି ଶ୍ରମିକଙ୍କ ଘର ପାଖରେ ଯେପରି ସବୁ ସୁବିଧା ମିଳିପାରିବ ସେଥିପାଇଁ ହିନ୍ଦୁ ମଜଦୁର ସଭାର ରାଜ୍ୟ ଉପ-ସଭାପତି ରବି ରଥ ଦାବି କରିଛନ୍ତି।ସରକାର ପ୍ରତି ବ୍ଲକ୍‌‍ରେ ଜଣେ ଶ୍ରମ ଅଧିକାରୀଙ୍କୁ ନିଯୁକ୍ତି ଦିଆଯିବ ବୋଲି ଘୋଷଣା କରିଥିଲେ ସୁଦ୍ଧା ତାହା କାର୍ଯ୍ୟକାରୀ ହୋଇନାହିଁ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ