Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

କୁଚିଣ୍ଡା ଉପଖଣ୍ଡ ମହାବିଦ୍ୟାଳୟ ଗୁଡିକର ୫ ଦଫା ନେଇ ଛାତ୍ର ହେବେ ଏକାଠି

ସମ୍ବଲପୁର:କୁଚିଣ୍ଡା ପରି ଏକ ଆଦିବାସୀ ଅଧ୍ୟୁଷିତ ଉପଖଣ୍ଡରେ ଶିକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ଭାବେ ଭୁଶୁଡି ପଡିଛି l ଏହାକୁ ନେଇ ଛାତ୍ର ଅସନ୍ତୋଷ ବଢିବା ସାଙ୍ଗକୁ କଲେଜର ବିକାଶ ନେଇ ଛାତ୍ର ମଞ୍ଚ ଏକାଠି ହେଉଥିବା ନେଇ ସୂଚନା ମିଳିଛି।ଯେଉଁ କୁଚିଣ୍ଡା ମହାବିଦ୍ୟାଳୟ ପଶ୍ଚିମ ଓଡିଶାର ଅନ୍ୟତମ ପ୍ରମୁଖ ଶିକ୍ଷା କେନ୍ଦ୍ର ସାଜି ଅଂଚଳର ସୁନାମ ବୃଦ୍ଧି କରିଛି,ସେହି ମହା ବିଧ୍ୟାଳୟ ୧୯୯୮ ମସିହା କ୍ୟାବିନେଟ ମଞ୍ଜୁରୀ ପରେ ଓ ମହାବିଦ୍ୟାଳୟକୁ ୫୦ ରୁ ଉର୍ଦ୍ଧ ବର୍ଷ ହୋଇଯାଇଥିଲେ ସୁଦ୍ଧା ତାହା ନା ସମ୍ପୂର୍ଣ ସରକାରୀ ମାନ୍ୟତା ପାଇଛି ନା ତାର ନିଜସ୍ୱ ଜମି ଅଛି ? ଦୁଃଖର ବିଷୟଯେ କୁଚିଣ୍ଡା ମହାବିଦ୍ୟାଳୟରରେ ଥିବା ପିଜି ଓ ବିଇଡି ପାଠ୍ୟକ୍ରମ ବନ୍ଦ ହୋଇ ଯାଇଛି l ସେହିପରି ବାମରା ଓ ଜମନକିରା ବ୍ଲକ ରେ ମଧ୍ୟ ଶିକ୍ଷାର ଦୁର୍ଦଶା ନକହିବା ଭଲ l ଏହି ସବୁ ସମସ୍ୟାର ସମାଧାନ ପାଇଁ କୁଚିଣ୍ଡା କଲେଜର ସମ୍ପୂର୍ଣ୍ଣ ସରକାରୀ କରଣ, ଜମି ପଟ୍ଟା ପ୍ରଦାନ ଓ ବନ୍ଦ ହୋଇଯାଇଥିବା ବି.ଇ.ଡି ଏବଂ ପି.ଜି ପାଠ୍ୟକ୍ରମର ପୁନଃ ପ୍ରଚଳନ,ଆଦିବାସୀ ଅଧ୍ୟୁଷିତ କୁଚିଣ୍ଡା ଅଞ୍ଚଳରେ କାର୍ଯ୍ୟରତ ସମସ୍ତ ସରକାରୀ କର୍ମଚାରୀମାନଙ୍କର ସନ୍ତାନ ସନ୍ତତି ମାନଙ୍କୁ ସରକାରୀ ଶିକ୍ଷାନୁଷ୍ଠାନ ମାନଙ୍କରେ ପଢିବା ବାଧ୍ୟତା ମୂଳକ କରାଯିବା,କୁଚିଣ୍ଡାରେ ଏକ ଡିଗ୍ରୀ ମହିଳା ମହାବିଦ୍ୟାଳୟ ସ୍ଥାପନ,ବାମରା କଲେଜରେ ବିଜ୍ଞାନ ପାଠ୍ୟକ୍ରମ ଆରମ୍ଭ,ଜମନକିରା କଲେଜରେ ଥିବା ବିଜ୍ଞାନ ପାଠ୍ୟକ୍ରମକୁ ପୂର୍ଣ୍ଣ ଅନୁଦାନ ପ୍ରଦାନ ପ୍ରଭୃତି ୫ ଦଫା ଦାବିକୁ ନେଇ ଆଞ୍ଚଳିକ ଛାତ୍ର ସାମ୍ମୁଖ୍ୟ କୁଚିଣ୍ଡା ଆସନ୍ତା ଶୁକ୍ରବାର ୨୯ ତାରିଖ ଦିନ ଦିନ ସକାଳ ୯ଟା ସମୟରେ କୁଚିଣ୍ଡା କଲେଜ ଠାରୁ ଉପଜିଲ୍ଲାପାଳ କାର୍ଯ୍ୟାଳୟ କୁଚିଣ୍ଡା ପର୍ଯ୍ୟନ୍ତ ଶୋଭାଯାତ୍ରାରେ ଯାଇ ଧାରଣା ପ୍ରଦର୍ଶନ ପୂର୍ବକ ମୁଖ୍ୟମନ୍ତ୍ରୀ ଓ ଉଚ୍ଚ ଶିକ୍ଷା ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବି ପତ୍ର ପ୍ରଦାନ କରାଯିବାକୁ ନିଷ୍ପତ୍ତି ନିଆଯାଇଥିବା ଜଣାପଡିଛି।