Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବେଲଗୁଣ୍ଠା ସମ୍ବାଦ ଆମ ଓଡ଼ିଶା ଓ ସ୍ନାତକ ବିଜ୍ଞାନ ମହାବିଦ୍ୟାଳୟ ରେ ସେର୍ଚ୍ଛାକୃତ ରକ୍ତଦାନ ଶିବିର 32 ୟୁନିଟ କଲେକ୍ସନ,

ବେଲଗୁଣ୍ଠା,24/09,ଆଜି ବେଲଗୁଣ୍ଠା ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟ ପରିସରରେ ସମ୍ବାଦ ଆମ ଓଡ଼ିଶା ଏବଂ ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି I ଏହି ଶିବିରରେ ଏକ ଦମ୍ପତ୍ତି, ପାଞ୍ଚ ମହିଳା ଏବଂ 23 ଜଣ ନୂତନ ରକ୍ତଦାତାଙ୍କ ସମେତ ମୋଟ 32 ଜଣ ରକ୍ତଦାତା ସ୍ଵେଚ୍ଛାକୃତ ରକ୍ତଦାନ କରିଥିଲେ I ଆଜିର ଏହି କାର୍ଯ୍ୟକ୍ରମରେ ଅତିଥି ରୂପେ ବେଲଗୁଣ୍ଠା ନଗରପାଳ ଫିରୋଜ ସେଠୀ, ବେଲଗୁଣ୍ଠା ଥାନା ଅଧିକାରୀ ବନବିହାରୀ ପ୍ରଧାନ,ଏସ୍ଆଇ ଅଭୟ ପ୍ରଧାନ, ଏଏସ୍ଆଇ ଅନୁ ମଲ୍ଲିକ, ମହାବିଦ୍ୟାଳୟ ଅଧ୍ୟକ୍ଷ ଅଜିତ୍ କୁମାର ପଟ୍ଟନାୟକ, ଅଧ୍ୟାପକ ସପନ କୁମାର ପ୍ରଧାନ,ପ୍ରଫୁଲ୍ଲ କୁମାର ଜେନା, ପିଙ୍କି ପାତ୍ର, ପ୍ରେସକ୍ଲବ ସଭାପତି ପ୍ରଦ୍ୟୁମ୍ନ ପାତ୍ର, ବଣିକ ସଙ୍ଘ ସଭାପତି ସନତ କୁମାର ସୁବୁଦ୍ଧି,ସମିତିସଭ୍ୟ ସୁଧାଂଶୁଶେଖର ପୋଲାଇ,ସରପଞ୍ଚ ସସ୍ମିତା ପାଠୀ, ମହାବିଦ୍ୟାଳୟ ସଭାପତି ସନ୍ତୋଷ କୁମାର ପଣ୍ଡା, ଭଞ୍ଜନଗର ସମ୍ବାଦ ପ୍ରତିନିଧି ବିଶ୍ଵମ୍ବର ଜେନା, କାଉନସିଲର୍ ଭାସ୍କର ପାତ୍ର, ଦିବ୍ୟରଞ୍ଜନ ଦାଶ,ଦିଲ୍ଲୀପ୍ ଆଚାରୀ, ଜିତେନ୍ଦ୍ର ସୁବୁଦ୍ଧି,ପ୍ରତିମା ସ୍ଵାଇଁ, ପ୍ରଦୀପ ସେଠୀ, କାଉନସିଲର୍ ପ୍ରତିନିଧି ଅଜୟ ପାତ୍ର, ସୀମା ସାମଲ, ସନ୍ତୋଷ କୁମାର ସ୍ୱାଇଁ ପ୍ରମୁଖ ଯୋଗଦେଇଥିଲେ I ଆଜିର କାର୍ଯ୍ୟକ୍ରମକୁ ସମ୍ବାଦ-ଆମ ଓଡ଼ିଶା ପ୍ରତିନିଧି ପ୍ରଦ୍ୟୁମ୍ନ କୁମାର ପାତ୍ର ଏବଂ ମହାବିଦ୍ୟାଳୟ କର୍ମଚାରୀ ରଞ୍ଜିତ୍ କୁମାର ସାମଲ ସଂଯୋଜନା କରିଥିଲେ I ଆଜିର ଏହି ରକ୍ତଦାନ ଶିବିରରେ ରକ୍ତଦାନ କରିଥିବା ପାଞ୍ଚ ଜଣ ମହିଳା ହେଲେ ଅଙ୍କିତା ପତି, ପ୍ରତିମା ସ୍ଵାଇଁ,ସ୍ମୃତିରେଖା ବିଷୋୟୀ, ଅଙ୍କିତା ପାତ୍ର, ପୂଜାରାଣୀ ସ୍ଵାଇଁ, ଅନିଶା ବାଡ଼ତ୍ଯା ଏବଂ ଦମ୍ପତ୍ତି ହେଲେ କାଉନସିଲର୍ ପ୍ରତିମା ସ୍ୱାଇଁ ଏବଂ ତାଙ୍କ ସ୍ୱାମୀ ସନ୍ତୋଷ କୁମାର ସ୍ୱାଇଁ I ଏହା ସହିତ ସୁଶାନ୍ତ ଜେନା, ଜଗନ୍ ପୋଲାଇ, ରାଜେନ୍ଦ୍ର କୁମାର ଗୌଡ଼, ମହେନ୍ଦ୍ର ବେହେରା, ଅବିନାଶ ଚୌଧୂରୀ, ସମିତିସଭ୍ୟ ସୁଧାଂଶୁ ଶେଖର ପଲାଇ, ତ୍ରୀପତୀ ଖଟେଇ, ରୋଟାରୀ କ୍ଳବ୍ ସଭାପତି ସନତ୍ କୁମାର ସୁବୁଦ୍ଧି,ଜିତେନ୍ଦ୍ର ପ୍ରଧାନ,କାହ୍ନୁ ପାତ୍ର, ଦିଗାମ୍ବର ଗୌଡ଼, ପ୍ରଦୀପ ବାଡ଼ତ୍ୟା,ସାଗର ସୁବୁଦ୍ଧି,ଚନ୍ଦ୍ର ଶେଖର ନାୟକ, କାଶୀନଥ ସାହୁ, ଚନ୍ଦନ ଦାସ୍, ଶିବଶଙ୍କର ମାହୁନ୍ତ, ସତ୍ୟନାରାୟଣ ପଟ୍ଟନାୟକ, ଦିଲ୍ଲୀପ କୁମାର ପାତ୍ର, ବିରୁପାକ୍ଷ ପାତ୍ର,ବିଶ୍ୱରଞ୍ଜନ ସ୍ୱାଇଁ, ଭାସ୍କର ପାତ୍ର ଓ ଜଗନ୍ନାଥ ବଢ଼େଇ ପ୍ରମୁଖ ରକ୍ତଦାନ କରିଥିଲେ I ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ସରପଞ୍ଚ ଅନୀଲ୍ ପାଠୀ, ଅଧ୍ୟାପକ ସନ୍ତୋଷ ପାଣିଗ୍ରାହୀ, ଅଶୋକ ସ୍ୱାଇଁ ପ୍ରମୁଖ ସହଯୋଗ କରିଥିବା ବେଳେ ସାମ୍ବାଦିକ ଶିବରାମ ଚୌଧୂରୀ, ସୁଶାନ୍ତ ବେହେରା, ମାଧବ ଚନ୍ଦ୍ର ଆପଟ, ସୁଶାନ୍ତ ମିଶ୍ର, ପ୍ରଭାତ ସାହୁ ପ୍ରମୁଖ ସହଯୋଗ କରିଥିଲେ I ଯୁବ ରେଡ଼କ୍ରସ୍ ଏବଂ ଜାତୀୟ ସେବା ଯୋଜନାର ଛାତ୍ରଛାତ୍ରୀଙ୍କ ସମେତ ଶିବଶଙ୍କର, ସୁଧାଂଶୁ, ମନିଷା, ତୃପ୍ତି, ରଶ୍ମିତା, ପୂଜା ଓ ଚିନ୍ମୟୀ ପ୍ରମୁଖ ସହଯୋଗ କରିଥିଲେ I ସମସ୍ତ କାର୍ଯ୍ୟକ୍ରମକୁ ସମ୍ବାଦ ପ୍ରତିନିଧି ପ୍ରଦ୍ୟୁମ୍ନ ପାତ୍ର ପରିଚାଳନା କରିଥିଲେ Iଭଞ୍ଜନଗର ରକ୍ତଭଣ୍ଡାରର କର୍ମଚାରୀମାନେ ରକ୍ତ ସଂଗ୍ରହରେ ସହଯୋଗ କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories