Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ହେଉଥିବା କଲଭର୍ଟ କାର୍ଯ୍ୟ ଅତ୍ୟନ୍ତ ନିମ୍ନମାନର ଯୋଗୁଁ ଭୁଶୁଡିଲା

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲାରେ ପ୍ରଧାନ ମନ୍ତ୍ରୀ ସଡ଼କ ଯୋଜନାରେ ହେଉଥିବା କାର୍ଯ୍ୟ ଅତ୍ୟନ୍ତ ନିମ୍ନମାନର ହେଉଛି। ଦୀର୍ଘ ବର୍ଷ ଧରି ଅଧିକାରୀ ମାନେ ଗୋଟିଏ ସ୍ଥାନରେ ରହି ଆସୁ ଥିବାରୁ ଏହି ଯୋଜନା ରେ ହେଉଥିବା କାର୍ଯ୍ୟକୁ ଠିକାଦାର ମାନେ ମନ ଇଚ୍ଛା କାମ କରୁଛନ୍ତି। ଏଥିରେ ସେମାନଙ୍କୁ ବିଭାଗୀୟ ଯନ୍ତ୍ରୀ ସମ୍ପୂର୍ଣ୍ଣ ଭାବେ ସହଯୋଗ କରୁଛନ୍ତି। ଆରଡି (ଗ୍ରାମ ନିର୍ମାଣ ବିଭାଜନ) ବିଭାଗରେ ଏଭଳି କାର୍ଯ୍ୟ ସବୁ ବେଳେ ପଦାକୁ ଆସୁଛି। ହେଲେ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ। ଏଭଳି ଦୃଶ୍ୟ ଜିଲାର ଗୋଚ୍ଛାପଡା ଥାନା ଅଂଚଳରେ ଦେଖିବାକୁ ମିଳିଛି। ମୁଣ୍ଡାସାହି ଠାରୁ ଗାଡିପଦର ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ହୋଇଥିବା ରାସ୍ତାରେ ପୋଲ/କଲର୍ଭଟ ଭୁଶୁଡି ଯାଇଛି l ଯାହା ଫଳରେ ୧୦ ଟି ଗ୍ରାମ ଗାଡିପଦର, କ୍ଷେତାପାଜୁ, କିଲୁପାଙ୍ଗା ଆଦିର ଲୋକେ ଯାତାୟାତ କରି ପାରୁ ନାହାନ୍ତି। ଅପରପକ୍ଷେ ଗୋଚ୍ଛାପଡା ମେଡିକାଲକୁ ମଧ୍ୟ ଜରୁରୀ କାଳୀନ ଅବସ୍ଥାରେ ରୋଗୀ ଆସି ପାରୁ ନାହାନ୍ତି। ଏ ସମ୍ପର୍କରେ ବିଭାଗୀୟ ଏସ୍‌ଡିଓ ସୁଶୀଲ ମହାନ୍ତି ଙ୍କୁ ପଚାରିବାରୁ ସେ ବର୍ଷା କମିଲା ପରେ କାମ ଆରମ୍ଭ ହେବ ବୋଲି ସୂଚନା ଦେଇଛନ୍ତି।