Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅଭାବ ଅସୁବିଧା ଓ ସମସ୍ୟା ଘେରରେ ସିମନବାଡି ସ୍ବାସ୍ଥ୍ୟକେନ୍ଦ୍ର : ତୁରନ୍ତ ପୂରଣ ପାଇଁ ଦାବୀ

ବାଲିଗୁଡ଼ା:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧୀନରେ ରହିଥିବା ସିମନବାଡି ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରଟି ନାହିଁ ନାହିଁରେ ଚାଲିଛି। ଆରୋଗ୍ୟ କେନ୍ଦ୍ରରେ ଦୈନିକ ଶତାଧିକ ରୋଗୀ ଚିକିତ୍ସା ପାଇଁ ଆସୁଛନ୍ତି। ସେମାନଙ୍କୁ ଆବଶ୍ୟକ ଇଞ୍ଜେକ୍ସନ, ସାଲାଇନ ଆଦି ଦେବାପାଇଁ ଜଣେ ଷ୍ଟାଫ ନର୍ସର ଆବଶ୍ୟକ ରହିଛି। ପୂର୍ବରୁ ଏଠାରେ ଷ୍ଟାଫ ନର୍ସ କାର୍ଯ୍ୟ କରୁଥିବା ବେଳେ ତାଙ୍କୁ ଅନ୍ୟତ୍ର ବଦଳି କରାଯାଇଥିଲେ ସୁଦ୍ଧା ସେହି ସ୍ଥାନରେ ଅନ୍ୟ କାହାରିକୁ ମଧ୍ୟ ଅଦ୍ୟାବଧି ସୁଦ୍ଧା କାହାରିକୁ ନିଯୁକ୍ତି ଦିଆଯାଇନାହିଁ । ଯାହା ଫଳରେ ରୋଗୀମାନେ ନାହିଁ ନ ଥିବାର ଅସୁବିଧାର ସମ୍ମୁଖୀନ ଭୋଗୁଛନ୍ତି। ସେହିପରି ସ୍ବାସ୍ଥ୍ୟକେନ୍ଦ୍ରରେ ଜରୁରୀକାଳୀନ ସେବା ପାଇଁ ମାତ୍ର ଗୋଟିଏ ରୋଗୀ ଶଯ୍ୟା ରହିଛି ଫଳରେ ଏକାଧିକ ରୋଗୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆସିଲେ ଶଯ୍ୟା ଆବଶ୍ୟକ ପଡିଲେ ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡୁଛି। ସେହିପରି ପରୀକ୍ଷା କେନ୍ଦ୍ର ଅସ୍ଥାୟୀ କୋଠାରେ କରାଯିବା ବ୍ୟବସ୍ଥା କରାଯାଇଥିବା ବେଳେ ଜଣେ ଲ୍ୟାବ କର୍ମଚାରୀଙ୍କୁ ମାତ୍ର ସପ୍ତାହରେ ଦୁଇଦିନ ନିଯୁକ୍ତି ଦିଆଯାଉଛି। ଫଳରେ ଜରୁରୀକାଳୀନ ପରିସ୍ଥିତିରେ ମ୍ୟାଲେରିଆ ଓ ଅନ୍ୟାନ୍ୟ ରୋଗର ଚି଼ହ୍ନଟ ପାଇଁ ଲୋକେ ରକ୍ତ ଆଦି ପରୀକ୍ଷା କରାଇବା ପାଇଁ ଦାରିଙ୍ଗବାଡି, ବାଲିଗୁଡା, ଫୁଲବାଣୀ ଓ ବ୍ରହ୍ମପୁର ଯାଇ ପରୀକ୍ଷା କରାଇ ବହୁ ଖର୍ଚ୍ଚାନ୍ତ ଭୋଗୁଛନ୍ତି। ଆଉ ଗରିବ ଶ୍ରେଣୀର ଲୋକମାନେ ଏହା କରି ନ ପାରି ହଇରାଣ ହେଉଛନ୍ତି। ସେହିପରି ଆରୋଗ୍ୟ କେନ୍ଦ୍ରରେ କାର୍ଯ୍ୟରତ କର୍ମଚାରୀ, ଡାକ୍ତର ଓ ଆସୁଥିବା ରୋଗୀମାନଙ୍କ ପାଇଁ ଶୌଚାଳୟ ନ ଥିବାରୁ ବହୁତ ହଟହଟା ହେବାକୁ ପଡୁଛି ବିଶେଷ କରି ମହିଳା ରୋଗୀ ଓ କର୍ମଚାରୀ ଏଥିପାଇଁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ସେହିପରି ଉକ୍ତ ଆରୋଗ୍ୟ କେନ୍ଦ୍ର ପରିସର ମଧ୍ୟରେ ୩୩ କେଭି ବିଦ୍ୟୁତ ତାର ଯାଇଥିବାରୁ ଆରୋଗ୍ୟ କେନ୍ଦ୍ରକୁ ଆସୁଥିବା ରୋଗୀ ଓ କେନ୍ଦ୍ରରେ କାର୍ଯ୍ୟରତ କର୍ମଚାରୀମାନେ ବିଦ୍ୟୁତକୁ ନେଇ ଭୟଭୀତ ହେଉଛନ୍ତି। କାରଣ ବହୁ ପୁରାତନ ବିଦ୍ୟୁତ ଲାଇନ ହୋଇଥିବାରୁ ତାର ଛିଣ୍ଡି ଯିବା ଆଶଙ୍କା ମଧ୍ୟ କରାଯାଉଛି। ସେହିପରି କେନ୍ଦ୍ର ପରିସରରେ ବିଦ୍ୟୁତ ଟ୍ରାନ୍ସଫର୍ମର ମଧ୍ୟ ରହିଥିବାରୁ କୌଣସି ନୂତନ କୋଠା କାର୍ଯ୍ୟ କରାଯାଇପାରୁ ନ ଥିବା ଜଣାପଡିଛି। ଏହି ସବୁ ସମସ୍ୟା ସମ୍ପର୍କରେ ସମସ୍ତ ଅଧିକାରୀ, ଜିଲା ପ୍ରଶାସନକୁ ଜଣାଯାଇଛି। ହେଲେ ଏହାର କୌଣସି ସମାଧାନ ହୋଇପାରି ନ ଥିବା ଆରୋଗ୍ୟ କେନ୍ଦ୍ରର ଇନଚାର୍ଜ ଅବିନାଶ ମଲିକ କହିଛନ୍ତି। ଷ୍ଟାଫ ନର୍ସ ନିଯୁକ୍ତି ନିହାତି ଜରୁରୀ ବୋଲି ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି। ଏନେଇ ଦାରିଙ୍ଗବାଡି ବିଡ଼ିଓ ଗଦାଧର ପାତ୍ରଙ୍କ ସହ ଯୋଗାଯୋଗ କରାଯିବାରୁ ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି। ଏବେ ୯୬ ଲକ୍ଷ ଟଙ୍କା ବିନିମୟରେ ନୂତନ ସ୍ବାସ୍ଥ୍ୟକେନ୍ଦ୍ର କୋଠା କରାଯିବ ଟେଣ୍ଡର ସରିଛି। ଏକ ସପ୍ତାହ ମଧ୍ୟରେ ଏହି କାର୍ଯ୍ୟ ଆରମ୍ଭ କରାଯିବ ଏବଂ ଉକ୍ତ ସ୍ବାସ୍ଥ୍ୟକେନ୍ଦ୍ରରେ ପ୍ରସୂତି ଗୃହ ସମେତ ଶୌଚାଳୟର ବ୍ୟବସ୍ଥା ରହିବ। ଏହି ପୁରାତନ ଆରୋଗ୍ୟ କେନ୍ଦ୍ରରେ ଯଦି କିଛି ମରାମତି କରାଯିବାକୁ ଆବଶ୍ୟକ ରହିଛି ତାକୁ ମଧ୍ୟ କରାଯିବ ବୋଲି କହିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories