Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କେତେ ମାରାତ୍ମକ କିଡ୍‌ନୀ ସଂକ୍ରମଣ?; ଲକ୍ଷଣ ଓ ପ୍ରତିରୋଧ

ନୂଆଦିଲ୍ଲୀ: ଜୀବନଶୈଳୀରେ ପରିବର୍ତ୍ତନ ଦିନକୁ ଦିନ ନୂଆ ରୋଗର ଆଶଙ୍କାକୁ ବଢାଇବାରେ ଲାଗିଛି। ଏଇ ଯେମିତି ଲୋକପ୍ରିୟ ଟେଲିଭିଜନ ଅଭିନେତ୍ରୀ ଶିବାଙ୍ଗୀ ଯୋଶୀ କିଛିଦିନ ତଳେ କିଡ୍‌ନୀ ସଂକ୍ରମଣରେ ଆକ୍ରାନ୍ତ ହୋଇଥିଲେ। ଏ ନେଇ ସେ ସୋସିଆଲ ମିଡିଆରେ ଏକ ପୋଷ୍ଟ ମଧ୍ୟ କରିଥିଲେ। ଏହା ଜାଣିଲା ପରେ ତାଙ୍କ ପ୍ରଶଂସକଙ୍କ ବେଶ୍‌ ନିରାଶ ହୋଇଥିଲେ। ତେବେ ସେ ଏବେ ଧୀରେ ଧୀରେ ସୁସ୍ଥ ହୋଉଥିବା କହିଛନ୍ତି। ଏଥିପାଇଁ ସେ ତାଙ୍କ ଫ୍ୟାନ୍ସଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି।

ତେବେ କିଡ୍‌ନୀ ଆମ ଶରୀରର ଏକ ଗୁରୁତ୍ବପୂର୍ଣ୍ଣ ଅଙ୍ଗ। କିଡନୀର ମୁଖ୍ୟ କାର୍ଯ୍ୟ ହେଉଛି ରକ୍ତ ସଫା କରିବା ଏବଂ ପରିସ୍ରା ମାଧ୍ୟମରେ ଶରୀରରୁ ବର୍ଜ୍ୟବସ୍ତୁ ବାହାର କରିବା। ଶରୀରରେ ରକ୍ତଚାପ ନିୟନ୍ତ୍ରଣ କରିବାରେ ଏବଂ ଲାଲ ରକ୍ତ କଣିକା ଉତ୍ପାଦନରେ ଶରୀରର ପିଏଚ୍‌ ସ୍ତରକୁ ନିୟନ୍ତ୍ରଣ କରିବାରେ କିଡନୀ ସାହାଯ୍ୟ କରେ। ଯଦି କିଡନୀରେ କୌଣସି ପ୍ରକାରର ସମସ୍ୟା ଥାଏ, ତେବେ ଅନେକ ପ୍ରକାରର ରୋଗର ସମ୍ମୁଖୀନ ହେବାକୁ ପଡିଥାଏ।

କାହିଁକି ହୁଏ କିଡ୍‌ନୀ ସଂକ୍ରମଣ?

ମୂତ୍ରାଶୟରେ (E.coli) କାରଣରୁ କିଡନୀ ସଂକ୍ରମଣ ହୁଏ। ଜୀବାଣୁ ମୂତ୍ରନଳୀ ଦେଇ ଶରୀରରେ ପ୍ରବେଶ କରି କିଡନୀରେ ପହଞ୍ଚି ସଂକ୍ରମଣ ସୃଷ୍ଟି କରନ୍ତି।

କିଡନୀ ସଂକ୍ରମଣର ଲକ୍ଷଣଗୁଡ଼ିକ କ’ଣ?
*ଯେତେବେଳେ କିଡନୀ ସଂକ୍ରମଣ ହୁଏ ସେତେବେଳେ ତଳି ପେଟରେ ଯନ୍ତ୍ରଣା ଅନୁଭବ ହୁଏ।
*ବ୍ୟକ୍ତିଙ୍କୁ ଉଚ୍ଚ ଜ୍ୱର ହେବା।
*ଅତ୍ୟଧିକ ଦୁର୍ବଳତା ଅନୁଭବ ହେବା
*ଭୋକ ନ ହେବା
* କେତେକ କ୍ଷେତ୍ରରେ ବ୍ୟକ୍ତିଙ୍କଠାରେ ଡାଇରିଆ ଭଳି ଲକ୍ଷଣ ମଧ୍ୟ ଦେଖାଦେଇପାରେ।

*ପରିସ୍ରା ଦୁର୍ଗନ୍ଧ ହେବା ଓ ରକ୍ତ ପଡିବା ଭଳି ଲକ୍ଷଣ ଦେଖା ଦେଇଥାଏ
କିଡ୍‌ନୀ ସଂକ୍ରମଣରୁ ରକ୍ଷା ପାଇବା ଲାଗି ହାଇଡ୍ରେଟେଡ୍ ରହିବା ଅତ୍ୟନ୍ତ ଜରୁରୀ ହୋଇଥାଏ।
କିଡନୀ ସଂକ୍ରମଣରେ ପୀଡିତ ଲୋକଙ୍କୁ ପାଣି ପିଇବାକୁ ପରାମର୍ଶ ଦିଆଯାଏ କାରଣ ଏହା କିଡନୀରୁ ଜୀବାଣୁ ବାହାର କରିବାରେ ସାହାଯ୍ୟ କରିଥାଏ।

ଏନସିବିଆଇର ଏକ ରିପୋର୍ଟ ଅନୁଯାୟୀ, ଡିହାଇଡ୍ରେସନ୍ ଯଥା କମ୍ ପାଣି ପିଇବା ଆପଣଙ୍କୁ ମୂତ୍ରନଳୀ ସଂକ୍ରମଣ (UTI) ବିପଦରେ ପକାଇପାରେ। କେବଳ ଏତିକି ନୁହେଁ, ପର୍ଯ୍ୟାପ୍ତ ପରିମାଣର ପାଣି ନ ପିଇବା ଦ୍ୱାରା କିଡନୀ ରୋଗ ଏବଂ କିଡନୀ ଫେଲ ହେବାର ଆଶଙ୍କା ମଧ୍ୟ ରହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ