Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସୁବର୍ଣ୍ଣଦୀପ ନୂଆଁଖାଇ ବିଶେଷାଙ୍କ ଲୋକାର୍ପିତ:ସ୍ମୃତି ସମ୍ମାନ ପ୍ରଦାନ

ସମ୍ବଲପୁର:ଆଜି ବରଗଡ ସ୍ଥିତ ବାପୁଜୀ ସ୍ୱତନ୍ତ୍ର ବିଦ୍ୟାଳୟ ପରିସରରେ ପଶ୍ଚିମ ଓଡିଶାର ଲୋକପ୍ରିୟ ଶିଶୁ କିଶୋର ପତ୍ରିକା “ସୁବର୍ଣ୍ଣଦୀପ”ପତ୍ରିକାର ନୂଆଁଖାଇ ସଂଖ୍ୟାର ଲୋକାର୍ପଣ ଉତ୍ସବ ପତ୍ରିକାର ମୁଖ୍ୟ ଉପଦେଷ୍ଟା ସର୍ଦ୍ଦାର ପ୍ରୀତମ ସିଂ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଵିଶିଷ୍ଟ ବୈଜ୍ଞାନିକ ଓ ସାହିତ୍ୟିକ ଇଂ ମାୟାଧର ସ୍ୱାଇଁ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଵିଶିଷ୍ଟ ଅଧିବକ୍ତା ତଥା ସମାଜସେବୀ ଶ୍ୟାମ ସୁନ୍ଦର ଅଗ୍ରୱାଲ,ସ୍କୁଲର ପ୍ରଧାନ ଶିକ୍ଷକ ଶ୍ରୀ ମେଘନାଦ ସାହୁ ଓ ଶ୍ରୀ କିଶୋର ଚନ୍ଦ୍ର ସାହୁ ଯୋଗଦେଇ ବକ୍ତବ୍ୟ ରଖି ସୁବର୍ଣ୍ଣଦୀପ ପତ୍ରିକାର ଭୂୟସୀ ପ୍ରଶଂସା କରିଥିଲେ।ଉକ୍ତ ସମାରୋହରେ ସାରସ୍ୱତ ସାଧନା ପାଇଁ ଶ୍ରୀ ମାୟାଧର ସ୍ୱାଇଁ ଙ୍କୁ ପତ୍ରିକା ଦ୍ୱାରା ସମ୍ମାନିତ ତଥା ସମ୍ବର୍ଦ୍ଧିତ କରାଯାଇଥିଲା।ଶ୍ରୀ ଦୟାନିଧି ପ୍ରଧାନ ଓ ଶ୍ରୀ ଜଗଦାନନ୍ଦ ମିଶ୍ର ଙ୍କ ଉପସ୍ଥିତିରେ ପଶ୍ଚିମ ଓଡିଶା ଧନୁଯାତ୍ରା କଳାକାର ସଂଘ ମଧ୍ଯ ଶ୍ରୀ ସ୍ୱାଇଁଙ୍କୁ ସମ୍ମାନିତ କରିଥିଲେ।ଅତିଥି ମାନଙ୍କୁ ମଞ୍ଚକୁ ଆମନ୍ତ୍ରଣ ସହ ମାନପତ୍ର ଗୁଡିକ ପଠନ କରିଥିଲେ ପତ୍ରିକାର ଉପ ସମ୍ପାଦକ ନବକୃଷ୍ଣ ମିଶ୍ର।ଅତିଥି ପରିଚୟ ପ୍ରଦାନ କରିଥିଲେ ସମ୍ପାଦକ ଶ୍ରୀ ପ୍ରଦୀପ୍ତ ଭାନୁ ମହାନ୍ତି ଓ ସ୍ୱାଗତ ସଙ୍ଗୀତ ଗାନ କରିଥିଲେ ଶ୍ରୀମତୀ କାମିନୀ ଦାଶ।ଶିଶୁ କଳାକାର ଅର୍ଚ୍ଚିତା ମହାପାତ୍ର ଓ ରୋଶନ ମେହେର ସମ୍ବଲପୁରୀ ନୃତ୍ୟ ପରିବେଷଣ କରିଥିଲେ।ନୂଆଁଖାଇ ଉପରେ ଲିଖିତ ୪୦ ଜଣ କବି ଓ ଲେଖକ ମାନଙ୍କୁ “ନୂଆଁଖାଇ ସ୍ମୃତି ସମ୍ମାନ”ପ୍ରଦାନ କରାଯିବା ସହ ଆୟୋଜିତ କବିତା ପାଠୋତ୍ସଵରେ ପଠନ କରିଥିବା ୩୫ ଜଣ କବିମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା।କବିତା ପାଠୋତ୍ସଵକୁ ସଂଚାଳନ କରିଥିଲେ ଶ୍ରୀ ଦୁଃଖି ସେବକ ସାହୁ ଓ ଶ୍ରୀମତୀ ମିନତୀ ଦାଶ।ଏହି ସଭାରେ ଆଶାଵତୀ କୁମ୍ଭାର,ବିଜୟ ପ୍ରଧାନ,ପ୍ରମୋଦ ସାହୁ,ଶୁଶୀଳା ପଶାୟତ, ଜଗଦୀଶ ସୈନ,ସୁନୀଲ ଅଗ୍ରୱାଲ,ସଂଘମିତ୍ରା ପଟେଲ ପ୍ରମୁଖ ସହଯୋଗ କରିଥିଲେ।ପରିଶେଷରେ ଶ୍ରୀ କିଶୋର ଚନ୍ଦ୍ର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ