Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନବୀନ ପାଠାଗାର ଓ ସାହିତ୍ୟ ପ୍ରତିଷ୍ଠାନର ଶାରଦୀୟ ସାହିତ୍ୟ ସମାରୋହ

ବ୍ରହ୍ମପୁର : ଦକ୍ଷିଣ ଓଡ଼ିଶାର ଅଗ୍ରଣୀ ସାରସ୍ବତ ଅନୁଷ୍ଠାନ ନବୀନ ପାଠାଗାର ଓ ସାହିତ୍ୟ ପ୍ରତିଷ୍ଠାନ ତରଫରୁ ସ୍ଥାନୀୟ ନବୀନ ଭବନ ପରିସରରେ ରବିବାର ଅପରାହ୍ନରେ ରାଜ୍ୟସ୍ତରୀୟ ଶାରଦୀୟ ସାହିତ୍ୟ ସମାରୋହ ଅନୁଷ୍ଠିତ ହୋଇଯାଇଛି ପ୍ରତିଷ୍ଠାନର ସଭାପତି ରବି ରଥଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସମାରୋହରେ ମୁଖ୍ୟଅତିଥି ଭାବେ ଖଲିକୋଟ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ମନ୍ମଥ ପାଢ଼ୀ, ମୁଖ୍ୟବକ୍ତା ଭାବେ ଲିଙ୍ଗରାଜ ଆଇନ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ନାରାୟଣ ପଟ୍ଟନାୟକ, ସମ୍ମାନିତ ଅତିଥି ଭାବେ ବର୍ଷୀୟାନ କବି କୃଷ୍ଣଚନ୍ଦ୍ର ତ୍ରିପାଠୀ, ସମାଜସେବୀ ଡ଼ା. ଭବାନୀ ଶଙ୍କର ଦାଶ, ପ୍ରଫେସର ରମେଶ ଚନ୍ଦ୍ର ତ୍ରିପାଠୀ, ଡ଼. ପ୍ରଫୁଲ୍ଲ ଚନ୍ଦ୍ର ମହାନ୍ତି (ହାରିତସ) ଓ ପ୍ରାଧ୍ୟାପକ ଡ଼.ଲକ୍ଷ୍ମୀ ନାରାୟଣ ପଣ୍ଡା ପ୍ରମୁଖ ଯୋଗଦେଇ ଏଭଳି ସାରସ୍ବତ ସମାରୋହ ଅାୟୋଜନ କରି ନବୀନ ପାଠାଗାର ଓ ସାହିତ୍ୟ ପ୍ରତିଷ୍ଠାନ ସାହିତ୍ୟ ସ୍ରଷ୍ଟାମାନଙ୍କୁ ଉତ୍ସାହିତ କରି ଆସୁଥିବାରୁ ଏହା ସାହିତ୍ୟ ଜଗତ ପାଇଁ ଶୁଭଙ୍କର ବୋଲି କହିଥିଲେ ଏହି ଅବସରରେ ବର୍ଷିୟାନ କବି କୃଷ୍ଣଚନ୍ଦ୍ର ତ୍ରିପାଠୀଙ୍କ ରଚିତ ବସୁ ଦୁର୍ଗର ବାର ବରପୁତ୍ର ପୁସ୍ତକକୁ ଅତିଥିମାନେ ଉନ୍ମୋଚିତ କରିଥିବା ବେଳେ ସମାଜସେବା କ୍ଷେତ୍ରରେ ବିଶେଷ ଅବଦାନ ପାଇଁ ବ୍ରହ୍ମପୁରର ବିଶିଷ୍ଟ ସମାଜସେବୀ ତଥା ଆଧ୍ୟାତ୍ମିକବାଦୀ ପ୍ରକାଶ ଚନ୍ଦ୍ର ପଣ୍ଡାଙ୍କୁ ପ୍ରତିଷ୍ଠାନ ତରଫରୁ ମାନପତ୍ର, ଉପାୟନ, ଫଳକ ଓ ପୁଷ୍ପଗୁଚ୍ଚ ପ୍ରଦାନ ପୂର୍ବକ ସମ୍ମାନିତ କରାଯାଇଥିଲା ଶେଷରେ କରମ୍ଭା କମାଣ୍ଡୋର ଅଧ୍ୟକ୍ଷ ରାମକୃଷ୍ଣ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ପ୍ରଥମ ଅଧିବେଶନରେ ଅାୟୋଜିତ କବିତା ଅାସରକୁ କବି ରଞ୍ଜନ କୁମାର ବ୍ରହ୍ମା ସଂଯୋଜନା କରିଥିବା ବେଳେ ଏଥିରେ ପଚାଶରୁ ଊର୍ଦ୍ଧ୍ୱ କବି କବୟିତ୍ରୀ ଅଂଶଗ୍ରହଣ କରିଥିଲେ କାର୍ଯ୍ୟକ୍ରମ ପରିଚାଳନାରେ ଶିକ୍ଷାବିତ୍ ରଞ୍ଜନ କୁମାର ସାହୁ, ସମ୍ପାଦକ ସୁଶାନ୍ତ କୁମାର କର, ସାମ୍ବାଦିକ ପବିତ୍ର କୁମାର ଚୌଧୁରୀ, ନବୀନର ପ୍ରକାଶିକା ମଞ୍ଜୁ ରଥ, ଇଂ. ମାନସ ରଂଜନ ତ୍ରିପାଠୀ, ବି. ସତ୍ୟମ୍ ଆଚାରୀ, ବନ୍ଦନା ମହାପାତ୍ର, ରାଇରଞ୍ଜନ ନନ୍ଦ, ସୁଧାଞ୍ଜଳି ମିଶ୍ର, ସୁଚେତା ପାଣିଗ୍ରାହୀ ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ