Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

୨୮ ଦିନରେ ପହଞ୍ଚିଲା ଧର୍ମଗଡକୁ ଜିଲ୍ଲା ଦାବୀ ଗଣଧାରଣା।ସମର୍ଥନରେ ବସିଲେ ସାହାଜ ଖୋଲ ବନ ସୁରକ୍ଷା ମହାସଂଘ

କଳାହାଣ୍ଡି, ୨୫/୦୯ : ଧର୍ମଗଡ ଜିଲ୍ଲା ଗଠନ ଦାବୀ ଗଣଧାରଣା ର ଆଜି ୨୮ ତମ ଦିବସ ରେ ଧର୍ମଗଡ ବନାଞ୍ଚଳ ଅନ୍ତର୍ଗତ ସାହାଜ ଖୋଲ ବନ ସୁରକ୍ଷା ମହାସଂଘ ପକ୍ଷରୁ ଜିଲ୍ଲା ଦାବୀ କୁ ନୈତିକ ସମର୍ଥନ କରି ସଙ୍ଘ ର କର୍ମକର୍ତ୍ତା ମାନେ ଜିଲ୍ଲା ଗଠନ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆଜି ଧର୍ମଗଡ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଠାରେ ଅନିର୍ଦ୍ଦିଷ୍ଟ କାଳପାଇଁ ଚାଲିଥିବା ଗଣଧାରଣାରେ ବସିଥିଲେ।
ସାହାଜ ଖୋଲ ବନ ସୁରକ୍ଷା ମହାସଂଘ ର ସଭାପତି ଭୂଜବଲ ସୋରୀ ଙ୍କ ନେତୃତ୍ବ ରେ ସଂପାଦକ ଟିକଚନ ମାଝୀ, ଉପସଭାପତି କ୍ଷେତ୍ର ମାଝୀ, କୋଷାଧ୍ୟକ୍ଷ ନିରଞ୍ଜନ ବାଗ, ଦୈତାରି ଦଳ ପତି, ଶବର ଚଲାନ, ରଘୁନାଥ ନାଏକ, ନିରଞ୍ଜନ ନାଏକ, ପରୀକ୍ଷିତ ଵେଶ୍ରା, ବେଣୁ ଧର ଦାସ,ସୁବାସ ଖରସେଲ, ଦ୍ରୋଣାଚାର୍ଯ୍ୟ ପୁଝାରୀ, ସିମାଞ୍ଚଳ ପୁଝାରୀ, ଉମେନ୍ ନାଏକ, ଚନ୍ଦ୍ର ଚନ୍ଦନ ପ୍ରମୁଖ ଯୋଗଦେଇ ଧର୍ମଗଡ କୁ ଜିଲ୍ଲା ଦାବୀ ପ୍ରସଙ୍ଗକୁ ଦୋହରାଇ ଥିଲେ ଓ “କଥା ଦେଇଥିଲେ ବିଜୁ ବାବୁ, ପୁରଣ କର ନବୀନ ବାବୁ” ବୋଲି ସ୍ଲୋଗାନ ଦେଇଥିଲେ।
୯୦ ଦଶକରେ ବୀର ସିପକା ଧର୍ମଗଡ ବିଧାୟକ ଥିବା ସମୟରେ ଓଡିଶାର ତତ୍ କାଳୀନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକ ଧର୍ମଗଡ ପଞ୍ଚାୟତ ମହାବିଦ୍ୟାଳୟ ସମ୍ମୁଖରେ ଥିବା ପଡ଼ିଆରେ ଏକ ଜନ ସମାବେଶରେ ଯୋଗ ଦେଇ ଧର୍ମଗଡ କୁ ଏକ ରାଜସ୍ୱ ଜିଲ୍ଲା କରିବା ପାଇଁ ପ୍ରତିଶୃତି ଦେଇଥିଲେ। ମାତ୍ର ଇତି ମଧ୍ୟରେ ୩୦ ବର୍ଷ ବିତିଗଲାଣି କିନ୍ତୁ ଧର୍ମଗଡ ଉପଖଣ୍ଡ ଜିଲ୍ଲା ମାନ୍ୟତା ପାଇ ନାହିଁ ତେଣୁ ଧର୍ମଗଡ ଉପଖଣ୍ଡ କୁ ଶୀଘ୍ର ଜିଲ୍ଲା ଘୋଷଣା କରିବା ପାଇଁ ସାହାଜ ଖୋଲ ବନ ସୁରକ୍ଷା ମହାସଂଘ ପକ୍ଷରୁ ଦାବୀ କରା ଯାଇଥିଲା।
ଧର୍ମଗଡ ଜିଲ୍ଲା ଦାବୀ କ୍ରିୟାନୁଷ୍ଠାନ କମିଟିର ବରିଷ୍ଠ ଓକିଲ ଦିଗାମ୍ବର ଦୁରିଆ ସଭା ପରିଚାଳନା କରିଥିବା ବେଳେ କ୍ରିୟାନୁଷ୍ଠାନ କମିଟି ର ସଦସ୍ୟ ସନ୍ତୋଷ ପାଢ଼ୀ,ଡାକେଶ୍ୱର ଲହଜଲ, ଶ୍ୟାମସୁନ୍ଦର ଅଗ୍ରୱାଲ, ରମଣୀ ଜାଲ ପ୍ରମୁଖ ଏହି ଅବସରରେ ଉପସ୍ଥିତ ଥିଲେ।
ସୂଚନା ଯୋଗ୍ୟ ଯେ, ଧର୍ମଗଡ ଉପଖଣ୍ଡ କୁ ଜିଲ୍ଲା ମାନ୍ୟତା ପ୍ରଦାନ ଦାବିରେ ଧର୍ମଗଡ ଜିଲ୍ଲା ଗଠନ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଚାଲିଥିବା ଗଣ ଧାରଣା ଆଜି ୨୮ ଦିନରେ ପହଞ୍ଚିଛି । ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗତ ୨୮ ତାରିଖ ଠାରୁ ଜିଲ୍ଲା ଗଠନ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆରମ୍ଭ ହୋଇ ଥିବା ଗଣ ଧାରଣା ରେ ପ୍ରତ୍ୟହ ବିଭିନ୍ନ ସଂଗଠନ ର କାର୍ଯ୍ୟକର୍ତ୍ତା ଯୋଗ ଦେଇ ଧର୍ମଗଡ ଜିଲ୍ଲା ଗଠନ ଦାବୀ କୁ ସମର୍ଥନ ଦେଉଛନ୍ତି।