Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମୁଖ୍ୟମନ୍ତ୍ରୀଙ୍କ ଉପରେ ବର୍ଷିଲେ ଜୟ ନାରାୟଣ, କହିଲେ- ସିଏମଓ କାହାକୁ କହନ୍ତି, ଜଣେ ସଚିବ କ’ଣ ଅଫିସ କି ?

ଭୁବନେଶ୍ଵର: ଗୃହରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସିଏମଓ ଜନଶୁଣାଣି ଓ ହେଲିକପ୍ଟର ଖର୍ଚ୍ଚ ବାବଦରେ ବିବୃତି ରଖିଛନ୍ତି। ତେବେ ମୁଖ୍ୟମନ୍ତ୍ରୀଙ୍କ ବିବୃତିକୁ ବିରୋଧୀ ଦଳ ଗ୍ରହଣ କରି ପାରି ନାହାନ୍ତି। ବିଧାନସଭା ବାହାରେ ବର୍ଷିଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର। ସେ କହିଛନ୍ତି ବିଧାନସଭାରେ ପ୍ରଥମ ଥର ବିରୋଧୀ ଦଳ ନେତାଙ୍କ ଲାଇନ୍ କାଟି ଦିଆଗଲା। ମୁଁ କହୁଥିବା ବେଳେ ମୋ ଲାଇନ କାଟି ଦିଆଗଲା। ସିଏମଓ କାହାକୁ କହନ୍ତି, ଜଣେ ସଚିବ କଣ ଅଫିସ କି ବୋଲି ସେ ପ୍ରଶ୍ନ କରିଛନ୍ତି।

ସେ କହିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ବିବୃତିରେ କୌଣସି କ୍ଲାରିଟି ନାହିଁ। ଲୋକେ ମୁଖ୍ୟମନ୍ତ୍ରୀଙ୍କୁ ଭୋଟ୍ ଦେଉଛନ୍ତି, ତେଣୁ ସେ ଉତ୍ତରଦାୟୀ। ମନ୍ତ୍ରୀମାନଙ୍କୁ ସେ ଦେଖା କରୁ ନାହାନ୍ତି, ଆଉ ଲୋକଙ୍କୁ କଣ ଦେଖା କରିବେ। ବିଧାୟକ ନାଉରୀ ନାଏକ ଓ ମୁକେଶ ମହାଲିଙ୍ଗଙ୍କ ପ୍ରଶ୍ନ କାହିଁକି ରିଜେକ୍ଟ କରାଗଲା। ଯଦି ରିଜେକ୍ଟ କଲେ ୫ ଦିନ ପୂର୍ବରୁ ଜଣାଇବା କଥା, କାହିଁକି ଜଣାଗଲାନି।

ଜୟନାରାୟଣ କହିଛନ୍ତି, ଖଣ୍ଡପଡ଼ାର ତାଙ୍କ ଦଳ ବିଧାୟକ ଫାଇଭ ଟି ସଚିବଙ୍କ ଗସ୍ତ କଥା କହିଛନ୍ତି। ଚନ୍ଦ୍ରଯାନ ଖର୍ଚ୍ଚ ସହ ୫ଟି ସଚିବଙ୍କ ଗସ୍ତ ଖର୍ଚ୍ଚ ସମାନ ବୋଲି କହିଛନ୍ତି। ତେଣୁ ଆମେ ଏ ନେଇ ଗୃହରେ ପ୍ରଶ୍ନ କରିଥାନ୍ତୁ। କିନ୍ତୁ ଏ ସରକାର ପ୍ରଶ୍ନ କରାଇ ଦେଉନି। ଏଠାରେ ଗଣତନ୍ତ୍ରକୁ ହତ୍ୟା କରାଯାଇ ଅଫିସର ଶାସନ ଚାଲିଛି ବୋଲି ଜୟନାରାୟଣ ମିଶ୍ର କହିଛନ୍ତି।

ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ଗୃହରେ ବିବୃତି ରଖି କହିଛନ୍ତି ଯେ, ମୋ ନିର୍ଦ୍ଦେଶରେ ସିଏମଓର ଅଫିସରମାନେ ଜିଲ୍ଲାଓ୍ଵାରି ଗସ୍ତ କରି ଅଭିଯୋଗ ଆଣିଲେ। ଅନ୍ୟମାନେ ଘରେ ଥିବା ବେଳେ ସିଏମଓ ଟିମ୍ ଜୀବନକୁ ବାଜିରେ ଲଗାଇ ବୁଲୁଥିଲା। ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠ ସର୍ବଦା ସିଏମଓ ଦ୍ଵାରା ପରିଚାଳିତ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ମନ୍ତ୍ରୀମାନଙ୍କ ଆବଶ୍ୟକତା ନ ଥାଏ। ବିଭାଗୀୟ ମୁଖ୍ୟ ହିସାବରେ ସମସ୍ୟାର ସମାଧାନରେ ମନ୍ତ୍ରୀଙ୍କ ଯଥେଷ୍ଟ ଭୂମିକା ରହିଛି। ଯଦି ୫୭ ହଜାର ଆବେଦନକାରୀ ଭୁବନେଶ୍ଵର ଆସିଥାନ୍ତେ ତେବେ କେତେ ଖର୍ଚ୍ଚାନ୍ତ ହୋଇଥାନ୍ତେ। ସିଏମଓ ସେମାନଙ୍କ ନିକଟକୁ ଯାଇ ସେମାନଙ୍କ ଅର୍ଥବ୍ୟୟ ରୋକି ପାରିଛି ବୋଲି ନିଜ ବିବୃତିରେ ସିଏମ ନବୀନ ପଟ୍ଟନାୟକ କହିଛନ୍ତି।