Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଖଲିଆପାଲିରେ କରମଶୁଣି ପୂଜା

ସମ୍ବଲପୁର(ଖଲିଆପାଲି): କରମ ଦେବତୀ (କରମଶୁଣି)ଙ୍କ ପୂଜା ଆଜି ପଡିଆବାହାଲ ନିକଟସ୍ଥ ଖଲିଆପାଲି ଗ୍ରାମରେ ଧୁମଧାମ ସହିତ ପାଳିତ ହୋଉଛି। ଭାଦ୍ରବ ଶୁକ୍ଲ ଏକାଦଶୀରେ ଏହା ଆରମ୍ଭ ହୋଇ କିଛି ଦିନ ପର୍ଯ୍ୟନ୍ତ ଚାଲି ଥାଏ । ଏହି ନୃତ୍ୟ ଓଡ଼ିଶାର ସମ୍ବଲପୁର, ମୟୂରଭଞ୍ଜ, ଢେଙ୍କାନାଳ ଏବଂ ସୁନ୍ଦରଗଡ଼ ଜିଲ୍ଲାରେ ଦେଖା ଯାଏ । ପୂଜା ଦିନ ଦୁଇ ଜଣ ଯୁବତୀ କନ୍ୟା “କରମା” ଗଛର ଡାଳକୁ ଆଣି ଦେବତାଙ୍କ ଆସ୍ଥାନରେ ରଖିଥାନ୍ତି । ଏହି କରମା ଡାଳକୁ “କରମଶୁଣି “ ଦେବୀ ହିସାବରେ ପୂଜା କରା ଯାଏ । ଏହା ସହିତ ଅଙ୍କୁରିତ ଗଜା, ଘାସ ଫୁଲ ଏବଂ ଦେଶୀ ମଦ୍ୟ ମଧ୍ୟ ଦେବତୀଙ୍କୁ ଅର୍ପଣ କରାଯାଏ । ପୂଜା ପରେ ଯୁବକ ଯୁବତୀମାନେ ମାଦଳର ତାଳେ ତାଳେ ନୃତ୍ୟ କରି ଥାନ୍ତି । ପ୍ରାୟତଃ ଏହି ନାଚରେ ଗୋଡ଼ ଏବଂ ପାଦର ବ୍ୟବହାର ଅଧିକ ହୁଏ । ଅଣ୍ଟାରେ ହାତ ଛନ୍ଦା ଛନ୍ଦି ହୋଇ ଆଦିବାସୀ ଯୁବକ ଯୁବତୀମାନେ ନାଚ ଆରମ୍ଭ କରି ଥାନ୍ତି । ନୃତ୍ୟ ଆରମ୍ଭ ଯଦିଓ ମନ୍ଥର ଗତିରେ ଆରମ୍ଭ ହୁଏ, ଧୀରେ ଧୀରେ ନାଚର ଗତି ମାଦଳର ଶବ୍ଦଠାରୁ ମଧ୍ୟ ଦ୍ରୁତତର ହୁଏ । ଏହି ନୃତ୍ୟ ଗ୍ରାମ ଦେବତୀଙ୍କ ଆସ୍ଥାନ ନିକଟରେ ହୋଇ ଥାଏ ଏବଂ ସାରା ରାତି ଏହି ନାଚ ଚାଲି ଥାଏ । ଏଭଳି ଦୃଷ୍ଟାନ୍ତର ମୁକସାକ୍ଷୀ ସାଜିଛି ଖଲିଆପାଲି।ଆୟୋଜକ ବେଦବ୍ୟାସ ପଣ୍ଡା(ବାବୁଲୁ)ଙ୍କ ଦ୍ୱାରା ଏହି କରମସାନୀ ପୂଜାରେ ଆଜି ପଣ୍ଡିତ ଭାବେ ବିଶ୍ୱରଞ୍ଜନ ବଡପଣ୍ଡା ରହିଥିବା ବେଳେ ପଣ୍ଡିତ ମହେଶ୍ୱର ନାୟକ କରମସାନୀ ପୂଜା କଥାନି ପାଠ କରିଥିଲେ।ଅର୍ନ୍ନ ପଣ୍ଡା,ଜ୍ୟୋତିଷ ମିଶ୍ର,ଅମିତ ପଣ୍ଡା,ପ୍ରକାଶ ସୂପକାର, ଗୋପାଳମଣୀ ମିଶ୍ର,ବିଜୟ ଦେହୂରୀ, ପ୍ରବୀଣ ସୂପକାର,ଟିମା ଥପା,ରତ୍ନାକର ଦୀପ,କ୍ଷିରୋଦ ମାଝୀ ପ୍ରମୂଖଙ୍କ ସହିତ ଖଲିଆପାଲି ଗ୍ରାମବାସୀ ଏଥିରେ ପରିଚାଳନା ଓ ସହଯୋଗ କରିଥିଲେ।ପାରମ୍ପରିକ ଢୋଲ , ମହୁରି ବାଦ୍ୟର ତାଲ ସହିତ ଏହି କରମା ନୃତ୍ୟ ଖୁବ ଆକର୍ଷଣୀୟ ହୋଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ