ପେସା ଆଇନ ତୁରନ୍ତ କାର୍ଯ୍ୟକାରୀ କରିବା ଦାବୀ ରେ ପିଏମଜି ରେ ବିଶାଳ ଆଦିବାସୀ ସମାବେଶ

ଭୁବନେଶ୍ୱର, ସେପ୍ଟେମ୍ବର ୨୬ ରାଜ୍ୟରେ ତୁରନ୍ତ ଆଦିବାସୀ ଅଧ୍ୟୁଷିତ ଅଂଚଳରେ ପଂଚାୟତ ସମ୍ପ୍ରସାରଣ ଆଇନ(ପେସା) ୧୯୯୬ କାର୍ଯ୍ୟକ୍ଷମ କରିବା ଦାବିରେ ଆଜି ହଜ଼ାର ହଜ଼ାର ସଂଖ୍ୟରେ ଆଦିବାସୀ ପାରମ୍ପରିକ ବେଶଭୂଷା ରେ ସଜ୍ଜିତ ହୋଇ, ଆଦିବାସୀ ଅଧିକାର ସମ୍ପର୍କରେ ସ୍ଲୋଗାନ ଦେଇ ଭୁବନେଶ୍ୱରସ୍ଥ ବିଧାନସଭା ସାମନା ଗାନ୍ଧୀ ମାର୍ଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ l
ଓଡିଶା ରାଜ୍ୟ ପେସା ଓ ଗ୍ରାମସଭା ସମନ୍ୱୟ କମିଟି ରା ସଂଯୋଜନା ରେ ଅନୁଷ୍ଠିତ ଏହି ସମାବେଶ ଓ ପ୍ରତିବାଦ ଶୋଭାଯାତ୍ରା ରେ ସୁନ୍ଦରଗଡ, ମୟୁରଭଞ୍ଜ , କେଉଁଝର, ସମ୍ବଲପୁର, ଝାରସୁଗୁଡା, ଅବିଭକ୍ତ କୋରାପୁଟ, କନ୍ଧମାଳ ସନେଟ ବିଭିନ୍ନ ଆଦିବାସୀ ଅଧୁଷିତ ଜିଲାରୁ ପ୍ରତିନିଧି ମାନେ ଏହି ଆନ୍ଦୋଳନ ରେ ଯୋଗଦେଇଥିଲେ l
ପେସା ଆଇନ ଆସିବାର ୨୭ ବର୍ଷ ଓ ୭୩ ତମ ସମ୍ବିଧାନ ସଂଶୋଧନର ପ୍ରଣୟନ ହେବାର 30 ବର୍ଷ ହୋଇଗଲା ପରେ ମଧ୍ୟ ରାଜ୍ୟରେ ପେସା ଆସିନିୟମ ଜାରି ହୋଇନଥିବା ଉଦବେଗର କାରଣ l
ଆଦିବାସୀ ସ୍ୱୟତ୍ତ ଶାସନ ପ୍ରତିଷ୍ଠା ଓ ଗ୍ରାମସଭା ର ପ୍ରଭୃତ୍ୱ ଜାହିର ପାଇଁ ୧୯୯୬ ମସିହାରୁ ଦେଶରେ ଲାଗୁ ହୋଇଥିବା ପେସା ଆଇନକୁ ରାଜ୍ୟରେ ଲାଗୁ କରିବା ପାଇଁ ଦୀର୍ଘ ଦିନ ହେଲା ଦାବି କରାଯାଉଥିଲେ ମଧ୍ୟ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଟାଳଟୁଳ ନୀତି ଅବଲମ୍ବନ କରୁଥିବା ଏହାର ପ୍ରତିବାଦ କରିବଳ, ମାନ୍ୟବର ରାଜ୍ୟପାଳ ଓ ରାଜ୍ୟ ସରକାର ଙ୍କୁ ସ୍ମାରକ ପତ୍ର ଦେବ ପାଈଁ, ଆଜି ଆଦିବାସୀ ମହା ସମାବେଶ ଅନୁଷ୍ଠିତ ହେଉଛି ବୋଲି ଓଡିଶା ରାଜ୍ୟ ପେସା ଓ ଗ୍ରାମସଭା ସମନ୍ୱୟ କମିଟିର ସଭାପତି ଆଡ଼ଭୋକେଟ ବୁଧୁଆ ଜୋଜ, ସମ୍ପାଦକ ପାଣ୍ଡୁରାମ ହେମ୍ବ୍ରମ ଓ ଉପଦେଷ୍ଟା ପରିବେଶବିତ ସୁଦର୍ଶନ ଛୋଟରାୟ ଜଣେଇଛନ୍ତ l
ରାଜ୍ୟରେ ତୁରନ୍ତ ପେସା ଆଇନ ଅଧିନିୟମ ପ୍ରଣୟନ କରି କାଳବିଳମ୍ବ ନକରି ଆଦିବାସୀ ଅଧିକାର ସମ୍ପର୍କିତ ଏହି ଜାତୀୟ ଆଇନ ଲାଗୁ କରିବା ପାଇଁ ସଂଗଠନ ପକ୍ଷରୁ ଦାବି କରାଯାଇ ହଜ଼ାର ହଜ଼ାର ଆଦିବାସୀ ଜନଗଣ ମାଷ୍ଟରକ୍ୟାଣ୍ଟିନ ଛକରୁ ଶୋଭାଯାତ୍ରା ରେ ବାହାରି ଲୋଏର ପି ଏମ ଜି ରେ ସଭା ଓ ପ୍ରତିବାଦ ଧାରଣl ସଂଗଠିତ କରିଛନ୍ତି l
ଏହି ବିଶାଳ ଆଦିବାସୀ ସମାବେଶରେ ପ୍ରମୁଖ ବକ୍ତା ଭାବେ ଓଡିଶା ରାଜ୍ୟ ପେସା ଗ୍ରାମସଭା ସମନ୍ୱୟ କମିଟିର ପ୍ରମୁଖ ଉପଦେଷ୍ଟା ଆଡ଼ଭୋକେଟ ନରେଶ ଜେନା ଓ ପରିବେଶବିତ ଓ ସାମାଜିକ କର୍ମୀ ସୁଦର୍ଶନ ଛୋଟରାୟ ପ୍ରମୁଖ ପେସା ଓ ଆସିବାସୀ ଅଧିକାର ଉପରେ ବକ୍ତ୍ୟବ ରଖିଥିଲେ l
ବକ୍ତାମାନେ କହିଛନ୍ତି ଯେ ରାଜ୍ୟର ସମୁଦାୟ 30 ଜ଼ିଲ୍ଲାରୁ ସାତ ଜ଼ିଲ୍ଲା ସମ୍ପୂର୍ଣ ଓ ଛଅଟି ଜ଼ିଲ୍ଲା ଆଂଶିକ ଭାବେ ଅଧିବାସୀ ଅଧ୍ୟୁଷିତ ଅର୍ଥାତ ସମ୍ବିଧାନର ପଞ୍ଚମ ଅନୁଛେଦ ଲାଗୁ ହୋଇଛି, ଯେଉଁଟି ସ୍ଥାନୀୟ ପ୍ରାକୃତିକ ସମ୍ବଳ, ଜମି, ଜଙ୍ଗଲ ଓ ସଂକୃତିକ ବୈଭବ ଉପରେ ଉଭୟ ପେସା ଆଇନ ଓ ଜଙ୍ଗଲ ଅଧିକାର ଆଇନ ଅନୁଯାଇ ଗ୍ରାମସଭା ରା ସମ୍ପୂର୍ଣ କ୍ଷମତା ରହୁଛି l
ଏହାସହ, ଆଦିବାସୀ ଅଂଚଳରେ ଅଣ ଆଦିବାସୀଙ୍କ ପାଈଁ ଜମି ହସ୍ତାନ୍ତର ବେଆଇନ କରାଯାଇଥିବା ୧୯୫୬ ରେଗୁଲେସନ-୨କୁ ରାଜ୍ୟସରକାର ସଂଶୋଧନ ଉଦ୍ୟମ କରୁଥିବାରୁ ଏଥିରୁ କ୍ଷlନ୍ତ ରହିବାକୁ ଦାବି କରାଯାଇଛି l
ସମାବେଶରେ ଅନ୍ୟ ମାନଙ୍କ ମଧ୍ୟରେ ଆଡ଼ଭୋକେଟ ବୁଧୁଆ ଯୋଯୋ, ସଭାପତି, ପାଣ୍ଡୁରାମ ହେମ୍ବରୁମ, ସମ୍ପାଦକ,ପେଟର ଟପ୍ନ, ଉପଦେଷ୍ଟା, ଶ୍ୟାମଳ କମଲ, ଦୁର୍ଗା ଚରଣ ମାରାଣ୍ଡି, ପ୍ରକାଶ କେରକେଟା, ଆଦି ଉପସଭାପତି, ଅଶୋକ କୁମାର ସିଂ, ମଙ୍ଗ ଓରାମ, ନବୀନ କୁମାର କାନ୍ଦୁଲନା, ଆଦି ସହ ସମ୍ପାଦକ, ମଙ୍ଗଳ ଭୂମିଜ, କୋଷlଦକ୍ଷ, ସୁଦାମ ସୋରେନ, ବ୍ରଜ ମୋହନ କିସ୍ସନ, ନିର୍ମଳ କୁମାର ପ୍ରଧାନ, ନନା ରାମ ମୁର୍ମୁ, ନିଶବେନ ସlମାଦ ଓ ଦୁଲାରାମ ମୁର୍ମୁ ପ୍ରମୁଖ ରାଜ୍ୟର ସମସ୍ତ ପେସା ଓ ଗ୍ରାମସଭା ସଂଗଠକ ପ୍ରମୁଖ ଯୋଗଦେଇ ବକ୍ତ୍ୟବ ରଖିଥିଲେ l