Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବଡରମା ଆଶ୍ରମ ବିଦ୍ୟାଳୟରେ ଅଭିଭାବକ ଆମ ଅଂଶୀଦାର ବୈଠକ

ଜମନକିରା : ଜମନକିରା ବ୍ଲକ ବଡରମା ପଞ୍ଚାୟତ ସରକାରୀ ସେବାଶ୍ରମ ବିଦ୍ୟାଳୟରେ ଆଜି ଅଭିଭାବକ ଆମ ଅଂଶୀଦାର ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସ୍କୁଲର ପ୍ରଧାନ ଶିକ୍ଷକ ଜଗଦୀଶ ପାଣିଗ୍ରାହୀ ଅଧ୍ୟକ୍ଷତା ଏବଂ ପରିଚାଳନା କରିଥିବା ବେଳେ ମୁଖ୍ୟଅତିଥି ଭାବେ ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ସୁବାସ କୁମାର ସାହୁ ଯୋଗଦେଇ ମାତାପିତା ମାନେ କିପରି ନିଜର ପିଲାଙ୍କର ଭଲ ମନ୍ଦ ବିଷୟରେ ଅଧିକ ଜାଣି ପାରିବେ। ଅସୁବିଧାକୁ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ସହ ଯୋଗ ସ୍ଥାପନ କରି ଦୂର କରି ପାରିବେ ସେ ନେଇ ବକ୍ତବ୍ୟ ପ୍ରଦାନ କରିଥିଲେ। ମୁଖ୍ୟବକ୍ତା ଭାବେ ବଡରମା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ତପସ୍ଵିନୀ ପଟେଲ ଯୋଗ ଦେଇ ଆମେ ଜାଣିବା ଓ ଆମେ ଜିଣିବା ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ। ସମ୍ମାନୀୟ ଅତିଥି ଭାବେ ସମାଜ ସେବୀ ପର୍ଶୁରାମ ପଟେଲ, ଗୋଷ୍ଟି ମଙ୍ଗଳ ଅଧିକାରୀ ଐଶର୍ଯ୍ୟ ନାୟକ, ପରିଚାଳନା କମିଟିର ସଭାନେତ୍ରୀ ମନ୍ଦାକିନୀ ପ୍ରଧାନ, ଉପ ସଭାପତି ବନିତା ଦେହୁରୀ, ସିଆରସିଶି ପ୍ରତାପ ମହାପାତ୍ର ପ୍ରମୁଖ ମଞ୍ଚାଷିନ ହୋଇ ବୈଠକର ଆବଶ୍ୟକତା ଓ ଉପକାରିତା ଉପରେ ଅଭିଭାବକ ଅଭିଭାବିକା ମାନଙ୍କୁ ଆପଣ ମାନେ ହିଁ ଆମ ସ୍କୁଲର ଅଂଶୀଦାର ବୋଲି ଅଭିଭାଷଣ ମାଧ୍ୟମରେ ବୁଝାଇଥିଲେ। ବୈଠକ ପୂର୍ବରୁ ଛାତ୍ରୀ ମାନେ ସ୍ବାଗତ ସଙ୍ଗୀତ ପରିବେଷଣ କରିଥିଲେ। ସଭା ପୂର୍ବରୁ ଦୀପ ପ୍ରଜ୍ବଳନ କରାଯାଇଥିବା ବେଳେ ପ୍ରଧାନ ଶିକ୍ଷକ ଶ୍ରୀ ପାଣିଗ୍ରାହୀ ବାର୍ଷିକ ବିବରଣୀ ପଠନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସମସ୍ତ ବିଭାଗର ଅଧିକାରୀ, କର୍ମଚାରୀ ଉପସ୍ଥିତ ଥିଲେ। ମଞ୍ଚ ପରିଚାଳନା ଆକାଶ କୁମାର ପଟେଲ କରିଥିବା ବେଳେ ଶେଷରେ ସହକାରୀ ଶିକ୍ଷୟତ୍ରୀ ଶୁଭ୍ରାମଲ୍ଲିକ ପଟେଲ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ କୃଷି ବିଭାଗ, ସମ୍ମନ୍ଵିତ ଶିଶୁ ଓ ମାତୃ ବିଭାଗ, ପ୍ରାଣୀ ଧନ, ମୌଳିକ ସାକ୍ଷରତା ସଂଖ୍ୟା ଜ୍ଞାନ ବିଭାଗ ଏବଂ ସ୍ବାସ୍ଥ୍ୟ ବିଭାଗର ବିଭିନ୍ନ ଷ୍ଟଲ ପଡ଼ିଥିବା ବେଳେ ଏହାର ଆବଶ୍ୟକତା ନେଇ ବିଭାଗୀୟ ଅଧିକାରୀ ବୃନ୍ଦ ବୁଝାଇଥିଲେ। ଏଥିରେ ମାଟ୍ରନ, ଅଭିଭାବକ, ଅଭିଭାବକା, ଛାତ୍ରୀ, ଛାତ୍ର ଏବଂ ଚତୁର୍ଥ କର୍ମଚାରୀ ପ୍ରମୁଖ ସହଯୋଗ କରିଥିଲେ।