Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବଞ୍ଜାରୀ ଆଶ୍ରମ ସ୍କୁଲରେ ଆମେ ଜାଣିବା ଆମେ ଜିଣିବା ବୈଠକ

ଜମନକିରା : ଜମନକିରା ବ୍ଲକ ବଡ଼ମାଳ ପଞ୍ଚାୟତ ସରକାରୀ ସେବାଶ୍ରମ ବିଦ୍ୟାଳୟରେ ଆଜି ଅଭିଭାବକ ଆମ ଅଂଶୀଦାର ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସ୍କୁଲର ପ୍ରଧାନ ଶିକ୍ଷକ ନୀଳମଣି ଝାଙ୍କର ଅଧ୍ୟକ୍ଷତା ଏବଂ ପରିଚାଳନା କରିଥିବା ବେଳେ ମୁଖ୍ୟଅତିଥି ଭାବେ ଗୋଷ୍ଟି ସମାଜ ମଙ୍ଗଳ ଅଧିକାରୀ ଐଶର୍ଯ୍ୟ ନାୟକ ଯୋଗଦେଇ ମାତାପିତା ମାନେ କିପରି ନିଜର ପିଲାଙ୍କର ଭଲ ମନ୍ଦ ବିଷୟରେ ଅଧିକ ଜାଣି ପାରିବେ। ଅସୁବିଧାକୁ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ସହ ଯୋଗ ସ୍ଥାପନ କରି ଦୂର କରି ପାରିବେ ସେ ନେଇ ବକ୍ତବ୍ୟ ପ୍ରଦାନ କରିଥିଲେ। ମୁଖ୍ୟବକ୍ତା ଭାବେ ଟିକିଲିପଡ଼ା ପ୍ରଧାନ ଶିକ୍ଷକ ପଙ୍କଜ କୁମାର ବେହେରା ଯୋଗ ଦେଇ ଆମେ ଜାଣିବା ଓ ଆମେ ଜିଣିବା ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ। ସମ୍ମାନୀୟ ଅତିଥି ଭାବେ ପରିଚାଳନା କମିଟିର ସଭାପତି କର୍ମୁ ଚରଣ ବାଘ, ଜମୁମାଳ ପ୍ରଧାନ ଶିକ୍ଷକ ବିଷ୍ଣୁ ଚରଣ ଧାନ ପ୍ରମୁଖ ମଞ୍ଚାଷିନ ହୋଇ ବୈଠକର ଆବଶ୍ୟକତା ଓ ଉପକାରିତା ଉପରେ ଅଭିଭାବକ ଅଭିଭାବିକା ମାନଙ୍କୁ ଆପଣ ମାନେ ହିଁ ଆମ ସ୍କୁଲର ଅଂଶୀଦାର ବୋଲି ଅଭିଭାଷଣ ମାଧ୍ୟମରେ ବୁଝାଇଥିଲେ। ବୈଠକ ପୂର୍ବରୁ ଛାତ୍ରୀ ମାନେ ସ୍ବାଗତ ସଙ୍ଗୀତ ପରିବେଷଣ କରିଥିଲେ। ସଭା ପୂର୍ବରୁ ଦୀପ ପ୍ରଜ୍ବଳନ କରାଯାଇଥିବା ବେଳେ ପ୍ରଧାନ ଶିକ୍ଷକ ଶ୍ରୀ ପ୍ରସାଦ ବାର୍ଷିକ ବିବରଣୀ ପଠନ କରିଥିଲେ। ମଞ୍ଚ ପରିଚାଳନା ସହକାରୀ ଶିକ୍ଷକ ସୁନିଲ କୁମାର ସାହୁ କରିଥିବା ବେଳେ ଶେଷରେ ସହକାରୀ ଶିକ୍ଷୟିତ୍ରୀ କେଥ୍ରୀନା କୁଳୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ କୃଷି ବିଭାଗ, ସମ୍ମନ୍ଵିତ ଶିଶୁ ଓ ମାତୃ ବିଭାଗ, ପ୍ରାଣୀ ଧନ, ମୌଳିକ ସାକ୍ଷରତା ସଂଖ୍ୟା ଜ୍ଞାନ ବିଭାଗ ଏବଂ ସ୍ବାସ୍ଥ୍ୟ ବିଭାଗର ବିଭିନ୍ନ ଷ୍ଟଲ ପଡ଼ିଥିବା ବେଳେ ଏହାର ଆବଶ୍ୟକତା ନେଇ ବିଭାଗୀୟ ଅଧିକାରୀ ବୃନ୍ଦ ବୁଝାଇଥିଲେ। ଏଥିରେ ମାଟ୍ରନ, ଅଭିଭାବକ, ଅଭିଭାବକା, ଛାତ୍ରୀ, ଛାତ୍ର ଏବଂ ଚତୁର୍ଥ କର୍ମଚାରୀ ପ୍ରମୁଖ ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ