Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରାଜ୍ୟ ସ୍ତରୀୟ ଅଧିକାରୀଙ୍କ ଜମନକିରା ବ୍ଲକ ଅଞ୍ଚଳ ପରିଦର୍ଶନ

ଜମନକିରା : ଓଡ଼ିଶା ଜୀବିକା ମିଶନ ରାଜ୍ୟ କାର୍ଯ୍ୟାଳୟରୁ ଆଜି ଦୁଇଜଣ ଅଧିକାରୀ ଜୟନ୍ତୀ ସୁତାର ଏବଂ ଯୁବ ନିରୀକ୍ଷିକା ଖୁସୁବୁ ଗୁପ୍ତା ପ୍ରମୁଖ ଜମନକିରା ବ୍ଲକ ଅନ୍ତର୍ଗତ ଗୁଣ୍ଡୁରୁଛୁଆଁ ଗ୍ରାମ ପଞ୍ଚାୟତର ବିଭିନ୍ନ ପ୍ରକଳ୍ପ ପରିଦର୍ଶନ କରିଥିଲେ। ଓଡ଼ିଶା ଜୀବିକା ମିଶନର ବିଭିନ୍ନ କାର୍ଯ୍ୟକ୍ରମ ପରିଦର୍ଶନରେ ପ୍ରଥମେ ସେହି ପଞ୍ଚାୟତର ପଞ୍ଚାୟତ ସ୍ତରୀୟ ଫେଡେରେସନ କାର୍ଯ୍ୟାଳୟର ଏକକ ସୁବିଧା କେନ୍ଦ୍ରକୁ ବୁଲି ଦେଖିଥିଲେ। ଏହାପରେ ମା” ସୁଭଦ୍ରା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ଵାରା ପରିଚାଳିତ ପୋଲି ହାଉସ ନର୍ସରୀ ପରିଦର୍ଶନ କରିଥିଲେ। ଏହି କାର୍ଯ୍ୟକ୍ରମ କୁ ବ୍ଲକ ଓଡ଼ିଶା ଜୀବିକା ମିଶନର ଭlରପ୍ରlପ୍ତ ଗୋଷ୍ଠୀ ଅଧିକାରୀ ସରୋଜ ମିଶ୍ର, ବୈଷୟିକ ସଂଯୋଜିକ ସୁନନ୍ଦା ମହାନ୍ତି, ଏମବିକେ ବବିତା ଦେହୁରୀ, ବିଡିଏସପି ଗାୟତ୍ରୀ ପଲେଇ, ରଞ୍ଜିତା ପଟେଲ, ପୁଷ୍ପିତ ବେହେରା, ଜଳ୍ପନା ବେହେରା, କଲ୍ପନା ସାହୁ ଏବଂ ନରେଶ ମାଝୀ ପ୍ରମୁଖ ଙ୍କ ସମେତ ବିଭାଗର ସିଆରପି, ଫେଡରେସନ ସଭ୍ୟା ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ।