Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଷଣ୍ଢପଥର ସରକାରୀ ଉଚ୍ଚ ବିଦ୍ୟାଳୟରେ ଆମେ ଜାଣିବା ଆମେ ଜିଣିବା ବୈଠକ ସହ ସାଂସ୍କୃତିକ କାର୍ଯ୍ୟକ୍ରମ

ଜମନକିରା : ଜମନକିରା ବ୍ଲକ ବଡ଼ରମା ପଞ୍ଚାୟତ ଷଣ୍ଢପଥର ସ୍ଥିତ ସରକାରୀ ଏସଏସଡି ଉଚ୍ଚ ବିଦ୍ୟାଳୟରେ ଆଜି ଅଭିଭାବକ ଆମ ଅଂଶୀଦାର ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସ୍କୁଲର ପ୍ରଧାନ ଶିକ୍ଷକ ରାଜେନ୍ଦ୍ର କୁମାର ଜଗତ ଅଧ୍ୟକ୍ଷତା ଏବଂ ପରିଚାଳନା କରିଥିବା ବେଳେ ମୁଖ୍ୟଅତିଥି ଭାବେ ପଞ୍ଚାୟତ ସମିତି ଅଧ୍ୟକ୍ଷା ଆଶ୍ରିତା ଭୋଇ ଯୋଗଦେଇ ମାତାପିତା ମାନେ କିପରି ନିଜର ପିଲାଙ୍କର ଭଲ ମନ୍ଦ ବିଷୟରେ ଅଧିକ ଜାଣି ପାରିବେ। ଅସୁବିଧାକୁ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ସହ ଯୋଗ ସ୍ଥାପନ କରି ଦୂର କରି ପାରିବେ ସେ ନେଇ ବକ୍ତବ୍ୟ ପ୍ରଦାନ କରିଥିଲେ। ମୁଖ୍ୟବକ୍ତା ଭାବେ ଜିଲ୍ଲା ସମାଜ ମଙ୍ଗଳ ଅତିରିକ୍ତ ଅଧିକାରୀ ସୁବାସ ସାହୁ ଯୋଗଦେଇ ଆମେ ଜାଣିବା ଏବଂ ଆମେ କିପରି ଜିଣିବା ତାଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ। ସମ୍ମାନୀୟ ଅତିଥି ଭାବେ ଜିଲ୍ଲା ପରିଷଦ ଜୋନ-୧ ସଭ୍ୟା ସୁଜାତା ଖୁଣ୍ଟିଆ, ଜୋନ- ୨ ସଭ୍ୟା ତନୟା ଧରୁଆ, ବଡରମା ସରପଞ୍ଚ ବିଜୟ ନାୟକ, ଟିକିବା ସରପଞ୍ଚ ମମତା ଭେଂଗ୍ରା, ଗୋଷ୍ଟି ମଙ୍ଗଳ ଅଧିକାରୀ ଐଶର୍ଯ୍ୟ ନାୟକ, ତିର୍ଥରାଜ ନାୟକ ଏବଂ କଲେଜ ଅଧ୍ୟକ୍ଷା ଜ୍ୟୋତିର୍ମୟୀ ଜ୍ୟୋତ୍ସ୍ନା ଦାଶ ପ୍ରମୁଖ ମଞ୍ଚାଷିନ ହୋଇ ବୈଠକର ଆବଶ୍ୟକତା ଓ ଉପକାରିତା ଉପରେ ଅଭିଭାବକ ଅଭିଭାବିକା ମାନଙ୍କୁ ଆପଣ ମାନେ ହିଁ ଆମ ସ୍କୁଲର ଅଂଶୀଦାର ବୋଲି ଅଭିଭାଷଣ ମାଧ୍ୟମରେ ବୁଝାଇଥିଲେ। ବୈଠକ ପୂର୍ବରୁ ଛାତ୍ରୀମାନେ ସ୍ବାଗତ ସଙ୍ଗୀତ ପରିବେଷଣ କରିଥିଲେ। ସଭା ପୂର୍ବରୁ ଦୀପ ପ୍ରଜ୍ବଳନ କରାଯାଇଥିବା ବେଳେ ପ୍ରଧାନ ଶିକ୍ଷକ ଶ୍ରୀ ଜଗତ ବୈଠକର ଆବଶ୍ୟକତା ଏବଂ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। ସ୍ଵାଗତ ଭାଷଣ ଓ ଧନ୍ୟବାଦ ଅର୍ପଣ ସହକାରୀ ଶିକ୍ଷୟତ୍ରି ସ୍ୱରୂପା ମାଝୀ ତୁଲେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଲକ୍ଷ୍ମୀପ୍ରିୟା ସାହୁ, ମମତା ପଣ୍ଡା, ଅଳକା ପଟେଲ, ନାରାୟଣ ପ୍ରଧାନ, ହେମନ୍ତ କଂଶରାଲି, ସୁଧୀର ପଣ୍ଡା, ଅଚ୍ୟୁତାନନ୍ଦ ପ୍ରଧାନ, ଚଉବେଦି ପାଢ଼ୀ, ତୃପ୍ତି ପଟେଲ, ସନ୍ତୋଷ ପ୍ରଧାନ, ଚନ୍ଦ୍ରକାନ୍ତ ବେରିହା, ପ୍ରଭାତ ଶତପଥୀ, ସଂଯୁକ୍ତା ମୁଦୁଲି ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସାଫଲ୍ୟ ମଣ୍ଡିତ କରିଥିଲେ। ଏହି ଅବସରରେ କୃଷି ବିଭାଗ, ସମ୍ମନ୍ଵିତ ଶିଶୁ ଓ ମାତୃ ବିଭାଗ, ପ୍ରାଣୀ ଧନ ବିଭାଗ, ମୌଳିକ ସାକ୍ଷରତା ସଂଖ୍ୟା ଜ୍ଞାନ ବିଭାଗ ଏବଂ ସ୍ବାସ୍ଥ୍ୟ ବିଭାଗର ବିଭିନ୍ନ ଷ୍ଟଲ ପଡ଼ିଥିବା ବେଳେ ଏହାର ଆବଶ୍ୟକତା ନେଇ ବିଭାଗୀୟ ଅଧିକାରୀ ବୃନ୍ଦ ବୁଝାଇଥିଲେ। ଏଥିରେ ମାଟ୍ରନ, ଅଭିଭାବକ, ଅଭିଭାବକା, ଛାତ୍ରୀ, ଛାତ୍ର ଏବଂ ଚତୁର୍ଥ କର୍ମଚାରୀ ପ୍ରମୁଖ ସହଯୋଗ କରିଥିଲେ। ଅପରାହ୍ନରେ ଛାତ୍ରୀ ଛାତ୍ରଙ୍କ ଦ୍ଵାରା ସାଂସ୍କୃତିକ ଓ ମନୋରଞ୍ଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ସହସ୍ରାଧିକ ଅଭିଭାବକ ଓ ଅବିଭାବିକା ଯୋଗ ଦେଇଥିଲେ।