Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଜି ବିଶ୍ବ ପଖାଳ ଦିବସ

ଭୁବନେଶ୍ବର: ଆଜି ବିଶ୍ବ ପଖାଳ ଦିବସ। କଥାରେ ଅଛି ଓଡିଆଙ୍କ ପ୍ରାଣ ପଖାଳ କଂସାରେ ଥାଏ। ଏହା କେବଳ ଓଡ଼ିଆଙ୍କ ପ୍ରିୟ ଖାଦ୍ୟ ନୁହେଁ ବରଂ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ମଧ୍ୟ ପ୍ରିୟ ଖାଦ୍ୟ। ମହାପ୍ରଭୁଙ୍କ ଲାଗି ମଲ୍ଲିଫୁଲିଆ ପଖା, ଟଭା ପଖାଳ, ସୁବାସିତ ପଖାଳ, ଜିରା ପଖାଳ, ଘିଅ ପଖାଳ ପ୍ରସ୍ତୁତ ହୁଏ। ପଖାଳ ସାଙ୍ଗକୁ ଶାଗ ଭଜା, ବଡିଚୁରା, ମାଛଭଜା, ଆଳୁ ଭଜା ଟିକେ ହୋଇଗଲେ ଆସର ପୂରା ଜମିଲା। ଆଜି ଅନେକ ସ୍ଥାନରେ ବିଶ୍ବ ପଖାଳ ଦିବସ ପାଳନ କରାଯାଉଛି। ସମଗ୍ର ବିଶ୍ବରେ ପଖାଳକୁ ସ୍ବତନ୍ତ୍ର ପରିଚୟ ଦେବା ପାଇଁ ଓଡ଼ିଆମାନେ ପଖାଳ ଦିବସ ପାଳନ କରିଆସୁଛନ୍ତି। ଏହି ଉପଲକ୍ଷେ ବିଭିନ୍ନ ବଡ଼ ବଡ଼ ରେସ୍ତୋରାଁଗୁଡ଼ିକରେ ମଧ୍ୟ ପଖାଳ ଏକ ସ୍ବତନ୍ତ୍ର ମେନୁରେ ସ୍ଥାନ ପାଇଲାଣି। ପ୍ରତିବର୍ଷ ମାର୍ଚ୍ଚ ୨୦ରେ ଏହି ଦିବସ ପାଳନ କରାଯାଏ।

ଆଗରୁ ଓଡ଼ିଆଙ୍କ ପ୍ରିୟ ଖାଦ୍ୟ ପଖାଳ କେବଳ ଗାଁ ଗହଳିରେ ସୀମିତ ରହୁଥିଲା। ଏବେ କିନ୍ତୁ ସମୟ ବଦଳିଲାଣି। ତାସହିତ ବଦଳିଯାଇଛି ପଖାଳର ପରିଚୟ। ଖାଲି ରାଜ୍ୟ ନୁହେଁ ସାରା ବିଶ୍ବରେ ପଖାଳ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି। ବଡ଼ ବଡ଼ ହୋଟେଲ ଓ ରେସ୍ତୋରାଁଗୁଡିକରେ ପଖାଳ ସାଙ୍ଗକୁ ବିଭିନ୍ନ ଆଇଟମ୍‌ ପ୍ରସ୍ତୁତ କରାଯାଇ ଗ୍ରାହକମାନଙ୍କୁ ପରିବେଷଣ କରାଯାଉଛି। କିଛି ସ୍ଥାନରେ ପଖାଳ ପ୍ଲେଟ୧୦୦ ଟଙ୍କାରୁ ଆରମ୍ଭ ହେଉଥିବା ବେଳେ ଆଉ କିଛି ଜାଗାରେ ପଖାଳ ପ୍ରେମୀଙ୍କ ଲାଗି ଭିନ୍ନ ଭିନ୍ନ ରେଟ୍‌ ରଖାଯାଇଛି। ଲୋକେ ମଧ୍ୟ ବେଶ୍‌ ଆନନ୍ଦରେ ପଖାଳର ମଜା ନେଉଥିବା ଦେଖିବାକୁ ମିଳିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ