Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଜିଲ୍ଲାସ୍ତରୀୟ ବିଦ୍ୟାଳୟ ସମୁହ କ୍ରୀଡା ପ୍ରତିଯୋଗିତା ଉଦଘାଟିତ

କଳାହାଣ୍ଡି,୨୮।୦୯-କଳାହାଣ୍ଡି ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ବିଦ୍ୟାଳୟ ସମୁହ କ୍ରୀଡା ପ୍ରତିଯୋଗିତା ଆଜି ଜିଲ୍ଲାର ନର୍ଲା ବ୍ଲକ ଅନ୍ତର୍ଗତ ତୁଳାପଡ଼ା ହାଇସ୍କୁଲ ପଡ଼ିଆରେ ଉଦଘାଟିତ ହୋଇଯାଇଛି । ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂଦେଓ, ସମ୍ମାନିତ ଅତିଥି ଭାବେ ନର୍ଲା ବ୍ଳକ ଉପାଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି, କଳାହାଣ୍ଡି ଜିଲ୍ଲା ଶାରୀରିକ ଶିକ୍ଷାଧିକାରୀ ତଥା ଜିଲ୍ଲା କ୍ରୀଡା ସଂପାଦକ ସଞ୍ଜୟ ମିଶ୍ର, ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଟେମଲାଲ ଦୁବେ, ଗୋଷ୍ଠୀ ଶିକ୍ଷାଧିକାରୀ ତପିମଣି ଜାନୀ, ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ଗୋବର୍ଦ୍ଧନ ମାଝୀ, ସମାଜସେବୀ ମନମୋହନ ନାୟକ, ବିଦ୍ୟାଳୟ ପରିଚାଳନା କମିଟି ଅଧ୍ୟକ୍ଷା ଅଞ୍ଜଳି ପଧାନ, ପ୍ରଧାନ ଶିକ୍ଷୟିତ୍ରୀ ସୁଲତା ସାହୁ ପ୍ରମୁଖ ମଞ୍ଚାସୀନ ଥିଲେ । ଶିକ୍ଷକ ବିମଲ ରାସବିହାରୀ ପଧାନ ସଭା ପରିଚାଳନା କରିଥିଲେ ! ତୁଳାପଡାସ୍ଥିତ ଦାମୋଦର ଉଚ୍ଚ ବିଦ୍ୟାଳୟ ଖେଳପଡିଆରେ ଉଦଘାଟିତ ଏହି ପ୍ରତିଯୋଗିତାରେ ଜିଲ୍ଲାର ୧୩ଟି ବ୍ଲକର ବିଭିନ୍ନ ବିଦ୍ୟାଳୟରୁ ୨୪୧ ଛାତ୍ରୀ ଓ ୩୭୫ ଛାତ୍ରଙ୍କ ସମେତ ସମୁଦାୟ ୬୧୬ ଜଣ ପ୍ରତିଯୋଗୀ ଭାଗ ନେଇଛନ୍ତି । ଏହି କ୍ରୀଡା ପରିଚାଳନା ପାଇଁ ୩୬ ଜଣ ଅଫିସିଆଲ୍ ଓ ୫୨ ଜଣ ମ୍ୟାନେଜର୍ କୋଚ୍ ନିୟୋଜିତ ହୋଇଛନ୍ତି । ୨୮ରୁ ୩୦ ତାରିଖ ଯାଏଁ ଏହି କ୍ରୀଡା ପ୍ରତିଯୋଗିତା ତୁଳାପଡାରେ ଅନୁଷ୍ଠିତ ହେବ ।