Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଧର୍ମଗଡ଼ କୁ ପରିଦର୍ଶନ କଲେ ଜାଗାମିଶନ ପରାମର୍ଶ ଦାତା

କଳାହାଣ୍ଡି, ୨୯/୦୯ (ଜଗନ୍ନାଥ ନାଏକ) : ଓଡିଶା ସରକାର ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଙ୍କ ବସ୍ତି ବାସିନ୍ଦାଙ୍କୁ ଭୁ ପ୍ରମାଣପତ୍ର ପ୍ରଦାନ କାର୍ଯ୍ୟକ୍ରମ “ଜାଗା ମିଶନ ” ର ସମୀକ୍ଷା କରି ଉପଯୁକ୍ତ ପରାମର୍ଶ ଦେବା ନିମନ୍ତେ ଓଡିଶା ସରକାର ଗୃହ ଓ ନଗର ଉନ୍ନୟନ ବିଭାଗ ତରଫରୁ ଶ୍ରୀଯୁକ୍ତ ହରିଶଙ୍କର ରାଉତ ,ଜାଗା ମିଶନ ପରାମର୍ଶ ଦାତା ଭବାନୀପାଟଣା ପୌରପାଳିକା ,କେସିଙ୍ଗା,ଜୁନାଗଡ ଏବଂ ଧର୍ମଗଡ ବିଜ୍ଞାପିତ ପରିଷଦ ଆଦି ର ବିଭିନ୍ନ ବସ୍ତି ଗୁଡିକୁ ବୁଲି ପରିଦର୍ଶନ କରିଥିଲେ l
ଜାଗା ମିଶନ ମାଧ୍ୟମରେ ବିଭିନ୍ନ ବସ୍ତି ମାନଙ୍କରେ ଦିଆଯାଇଥିବା ଭୂମି ଯୋଗ୍ୟତା ପତ୍ର ମାଧ୍ୟମରେ କେତେ ଜଣ ହିତାଧିକାରୀ ପଟ୍ଟା ପାଇଛନ୍ତି ଏବଂ ଅବଶିଷ୍ଠ ପ୍ରମାଣ ପତ୍ର କେଉଁ କାରଣରୁ ଦିଆଯାଇ ପାରିନାହିଁ ତଥା ସହରାଞ୍ଚଳ ର ବସ୍ତିକୁ ପୁନଃ ଉଦ୍ଧାର କରି ଅନ୍ୟ ସ୍ଥାନ କୁ ସ୍ଥାନାନ୍ତରିତ କରାଯାଇପାରିବ ଉକ୍ତ ବିଷୟରେ ପୋୖରାଧ୍ୟକ୍ଷ,ସି .ଏମ .ଏମ ଏବଂ ଏସ .ଡ଼ି.ଏ ସହିତ ଆଲୋଚନା କରାଯାଇଥିଲା l ଗତ ୨୭.୯.୨୦୨୩ ତାରିଖ ଦିନ ଭବାନୀପାଟଣା ପୌରପାଳିକା ର ବିଭିନ୍ନ ବସ୍ତି ଗୁଡିକ ପରିଦର୍ଶନ କରିଥିଲେ ତାଙ୍କ ସହିତ ଭବାନୀପାଟଣା ପୌରପାଳିକା ପୋୖରାଧ୍ୟକ୍ଷା ଶ୍ରୀମତୀ ସଂଯୁକ୍ତ ବେହେରା ଉପସ୍ଥିତ ରହି ବସ୍ତି ବାସିନ୍ଦା ଙ୍କ ପଟ୍ଟା ପାଇବା ବିଷୟରେ ଉପୁଜୁ ଥିବା ସମସ୍ୟା କୁ ପରାମର୍ଶ ଦାତାଙ୍କ ସମ୍ମୁଖ ରେ ଉପସ୍ଥାପନ କରି ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ କାର୍ଯ୍ୟାଳୟରେ ଏହି ବିଷୟରେ ଜଣାଇ ସମାଧାନ ନିମନ୍ତେ ନିବେଦନ କରିଥିଲେ l ଏହା ସହିତ ପରାମର୍ଶ ଦାତା ଶ୍ରୀଯୁକ୍ତ ହରିଶଙ୍କର ରାଉତ ୨୯.୦୯.୨୦୨୩ ତାରିଖ ରେ ଜୁନାଗଡ ଏବଂ ଧର୍ମଗଡ ବିଜ୍ଞାପିତ ଅଞ୍ଚଳ ଗୁଡିକ ପରିଦର୍ଶନ କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ