Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦୁର୍ବୃତ୍ତଙ୍କ ଉନ୍ମତ୍ତ କାଣ୍ଡ, ଦାସିଗାଁ ବ୍ୟାଙ୍କରେ ଭଙ୍ଗାରୁଜା

କଳାହାଣ୍ଡି, ୨୯/୦୯ : ଜୁନାଗଡ – ହାତରେ ଟାଙ୍ଗିଆଧରି ପସିଗଲା ଜୁନାଗଡ଼ ବ୍ଳକ ଦାସିଗାଁ ଏସବିଆଇ ବ୍ୟାଙ୍କ ଭିତରକୁ, ଭାଙ୍ଗି ପକାଇଲା ଗୋଟିଏ ପରେ ଗୋଟିଏ ଯାନ୍ତ୍ରିକ ସରଞ୍ଜାମ, ଲୋକେ କିଛି ବୁଝିବା ଆଗରୁ ଭାଙ୍ଗି ଦେଲା ଏଟିଏମ୍ ମେସିନ୍, ପୁଣି ଏକ ମଟର ସାଇକେଲ, ପୁଲିସକୁ ଫୋନ୍ କଲେ ଶାଖା ପରିଚାଳକ, ଜୁନାଗଡ଼ ଥାନା ଅନ୍ତର୍ଗତ ଚିଲିଗୁଡା ଫାଣ୍ଡି ପିସିଆର ଗାଡି ଆସି କାବୁ କରିବାରେ ସକ୍ଷମ ହେଲା, ଶାନ୍ତିରେ ଟିକେ ନିଶ୍ଵାସ ମାରିଲେ ଲୋକେ, ଆଜି ଗୁରୁବାର ଦିନ ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଥିଲା କଳାହାଣ୍ଡିରେ । ଶାଖ ପରିଚାଲକ ବିପୁଳ ଗୌରବ ପ୍ରଧାନ ଙ୍କ ଏତଲା କ୍ରମେ ମାମଲା ଦାୟର ହୋଇଛି, ଅଭିଯୁକ୍ତ ଜଣକ ହେଲେ ଦାସିଗାଁ ଗ୍ରାମର ହିମାଞ୍ଚଳ ବେମାଳ ବୋଲି ଏତଲା କପିରୁ ଜଣାପଡିଛି, ସୂଚନା ଯେ ପୂର୍ବରୁ ମଧ୍ୟ ଅଭିଯୁକ୍ତ ବିଭିନ୍ନ ସମୟରେ ବ୍ୟାଙ୍କ ଓ ଅନ୍ୟାନ୍ୟ ସ୍ଥାନରେ ଏପରି କରି ଆତଙ୍କ ଖେଲାଇ ଥିବା ଲୋକେ କହିଛନ୍ତି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ