Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରକ୍ତଦାନ ଶିବିର ଅନୁଷ୍ଠିତ

ଖଡ଼ିଆଳ : ଖଡିଆଳ ସ୍ଥିତ ଖଡିଆଳ ଡିଗ୍ରୀ ମହିଳା ମହାବିଦ୍ୟାଳୟ ପରିସର ମଧ୍ୟରେ କଳାହାଣ୍ଡି ବିଶ୍ବ ବିଦ୍ୟାଳୟ ନିର୍ଦ୍ଧେଶ କ୍ରମେ ଖଡିଆଳ ଡିଗ୍ରୀ ମହିଳା ମହାବିଦ୍ୟାଳୟ ଜାତୀୟ ସେବା ଯୋଜନା ୟୁନିଟ ପକ୍ଷରୁ ସ୍ବଚ୍ଛତା ପକ୍ଷ ପାଳନ ଉପଲକ୍ଷେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଅଛି। ଏହି ରକ୍ତଦାନ ଶିବିର ନୂଆପଡ଼ା ଭଳି ଉପାନ୍ତ ଜିଲାରେ ଅନୁଷ୍ଠିତ ହେଉଥିବା ମହିଳା ମାନେ ରକ୍ତହୀନତା ବ୍ୟାପକ ପ୍ରଦ୍ୟୁର୍ଭାବ ରହିଥିବା ବେଳେ ସଂଗୃହିତ ରକ୍ତ ଅନ୍ୟଙ୍କ ସହାୟତା କରିବା ପାଇଁ ଗର୍ବିତ ବୋଲି କଲେଜ୍ ଅଧ୍ୟକ୍ଷା ଲିଜା ଆଚାର୍ଯ୍ୟ ପ୍ରକାଶ କରିଛନ୍ତି। । ଜିଲାର ଏକମାତ୍ର ଡିଗ୍ରୀ କଲେଜର ମହିଳା ମାନେ ରକ୍ତଦାନ ପାଇଁ ଆଗେଇ ଆସିଥିବା ଏହା ଏକ ପ୍ରଶଂସନୀୟ ବିଷୟ ଅଟେ। ରକ୍ତଦାନ ଶିବିର ରେ କଲେଜ ପରିଚାଳନା ସଭାପତି ବିନୋଦ ବିହାରୀ ପାଢୀ, ସଦସ୍ୟ ଅଜିତ ପଣ୍ଡା , ତପନ ଦାସ ଯୋଗ ଦେଇଥିବା ବେଳେ ଡ. ଦେବାଶିଷ ସିଂ, ଡ.ପ୍ରବୀଣ ମେହେର ଜାତୀୟ ସେବା ଯୋଜନା ଜିଲା ଅଧିକାରୀ ପ୍ରଣତି ପଣ୍ଡା, କଲେଜ ଅଧିକାରୀ ପୁଷ୍ପାଞ୍ଜଳୀ ପ୍ରଧାନୀଙ୍କ ସହିତ ଜିଲା ମୁଖ୍ୟ ସ୍ବାସ୍ଥ୍ୟକେନ୍ଦ୍ରର ରକ୍ତ ଭଣ୍ଡାର ୟୁନିଟ ଯୋଗ ଦେଇଥିଲେ। ଏଥିରେ ୯ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ