Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭବାନୀପାଟଣା ଠାରେ ଜିଲ୍ଲା ସ୍ତରୀୟ ଜାତୀୟ ପୋଷଣ ମାସ – ୨୦୨୩ ପାଳନ

ଭବାନୀପାଟଣା, ୩୦/୦୯ (ଜଗନ୍ନାଥ ନାଏକ) : ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସମାଜ କଲ୍ୟାଣ ବିଭାଗ ଆନୁକୁଲ୍ୟରେ ଚଳିତ ବର୍ଷର ଜିଲ୍ଲା ସ୍ତରୀୟ ଜାତୀୟ ପୋଷଣ ମାସ ଆଜି ଜିଲ୍ଲାପାଳଙ୍କ ସଦ୍ ଦ୍ଭାବନା ସଭାଗୃହ ଠାରେ ପାଳିତ ହୋଇଯାଇଅଛି । ଏହି ଦିବସରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ତନ୍ମୟ କୁମାର ଦରୱାନ , କାର୍ଯ୍ୟକ୍ରମର ଶୁଭଉଦ୍ଘାଟନ କରିଥିଲେ, ତାଙ୍କ ସହିତ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ.ନିହାର ରଞ୍ଜନ ପଣ୍ଡା, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ପ୍ରଭାତୀ ରାଣୀ ତ୍ରିପାଠୀ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀଯୁକ୍ତ ଯେ.ଏସ.ରାଓ, ଉଦ୍ୟାନ ଉପ ନିର୍ଦ୍ଦେଶକ ଶ୍ରୀଯୁକ୍ତ କିଶୋର ମହାଲିଙ୍ଗ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀଯୁକ୍ତ ମନୋଜକୁମାର ବେହେରା, ଜିଲ୍ଲା ମିଶନ ଶକ୍ତି ଜିଲ୍ଲା ପ୍ରକଳ୍ପ ସଂଯୋଜକ ଶ୍ରୀଯୁକ୍ତ ଅମ୍ରିତ ପାଢୀ, ଜିଲ୍ଲା ମିଲେଟ ମିସନ ପ୍ରକଳ୍ପ ସଂଯୋଜକ ଶ୍ରୀଯୁକ୍ତ ଜିତୁ ନାୟକ, ଜିଲ୍ଲା ଶିକ୍ଷା ବିଭାଗରୁ ପ୍ରତିନିଧି ମଞ୍ଚାସୀନ ଅତିଥି ଭାବେ ଯୋଗଦେଇଥିଲେ । ଅଂଶଗ୍ରହଣକାରି ମଧ୍ୟରେ ବାଲ୍ୟ ବିବାହ ସୁରକ୍ଷା କାର୍ଯ୍ୟକ୍ରମ ଅଧୀନରେ ଥିବା ଜିଲ୍ଲା ପରାମର୍ଶ ଦାତା ଶ୍ରୀଯୁକ୍ତ ଦିବ୍ୟରଞ୍ଜନ ଯୋଷି, ମମତା କାର୍ଯ୍ୟକ୍ରମ ଅଧୀନରେ ଥିବା ଜିଲ୍ଲା ପ୍ରକଳ୍ପ ସଂଯୋଜକ ଶ୍ରୀଯୁକ୍ତ ରାମାନୁଜ ପୁରୋହିତ, କନିଷ୍ଠ ପରିସଂଖ୍ୟନ ସହାୟିକା ଶ୍ରୀମତୀ ଜ୍ୟୋତ୍ସ୍ନା ରାଣୀ ଶବର, ଜିଲ୍ଲାର ସମସ୍ତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ, ଆଇ. ସି. ଡି. ଏସ. ର ସମସ୍ତ ମହିଳା ପରିଦର୍ଶୀକା, ପୋଷଣ କାର୍ଯ୍ୟକ୍ରମ ଅଧୀନରେ କାର୍ଯ୍ୟରତ ସମସ୍ତ ବ୍ଲକ ସଂଯୋଜକ, ଅଙ୍ଗନୱାଡି କର୍ମୀ, ଓ ସ୍ଵୟଂ ସହାୟକ ଗୋଷ୍ଠୀର ସଭ୍ୟା ମାନେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମର ଆରମ୍ଭରେ ଜିଲ୍ଲା କାର୍ଯ୍ୟକ୍ରମ ପରିଚାଳକ ଶ୍ରୀଯୁକ୍ତ ବିଶ୍ଵନାଥ ଦାଶ ପୋଷଣ ଅଭିଯାନ ଆନୁକୁଲ୍ୟରେ ପାଳିତ ହେଉଥିବା ଷଷ୍ଠତମ ଜାତୀୟ ପୋଷଣ ମାସର ଆଭିମୁଖ୍ୟ, କାର୍ଯ୍ୟ।ବଳି ଓ ଜିଲ୍ଲାରେ ପାଳିତ ହୋଇଥିବା ମୁଖ୍ୟ ମୁଖ୍ୟ କାର୍ଯ୍ୟକ୍ରମ ଗୁଡିକୁ ଉପସ୍ଥାପନ କରିଥିଲେ। ନିଜ ନିଜ ଅଭିଭାଷଣ ଆନୁକୁଲ୍ୟରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ଦରୱାନ ଖାଦ୍ୟ ସହିତ ଶରୀର, ବୌଦ୍ଧିକ ଓ ଆଧ୍ୟାତ୍ମିକ ସମନ୍ଵୟକୁ ପ୍ରତିପାଦନ କରିଥିବା ବେଳେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ତ୍ରିପାଠୀ ସମନ୍ଵିତ ଶିଶୁ ବିକାଶ କାର୍ଯ୍ୟକ୍ରମ ମାଧ୍ୟମରେ ପୁଷ୍ଟି ବର୍ଦ୍ଧନ ସମ୍ବନ୍ଧୀୟ ପଦକ୍ଷେପ ଗୁଡିକୁ ଜଣାଇଥିଲେ । ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ. ପଣ୍ଡା ଖାଦ୍ୟ କିପରି ହେବା ଉଚିତ ଓ ଚଳିତ ସମାଜରେ କିଭଳି ଦେହ ପାଇଁ ଅହିତ ଖାଦ୍ୟର ଆଦର ରହିଛି ତଥା ସେସବୁ କିଭଳିଭାବେ ଶରୀର ଓ ସମାଜ ପ୍ରତି ବିପଦ ସୃଷ୍ଟି କରୁଛି ବୁଝାଇଥିଲେ। ନିଜର ଅଭିଭାଷଣରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀଯୁକ୍ତ ରାଓ କ୍ଷୁଦ୍ର ଶସ୍ୟର ଉପାଦେୟତା ଓ ଜିଲ୍ଲାରେ ମିଳୁଥିବା କ୍ଷୁଦ୍ରଶସ୍ୟ ବିଷୟରେ ଅବଗତ କରାଇଥିଲେ । ଜିଲ୍ଲା ଉଦ୍ୟାନ କୃଷି ବିଭାଗରୁ ଉପ ନିର୍ଦ୍ଦେଶକ ଶ୍ରୀଯୁକ୍ତ ମହାଲିଙ୍ଗ, ପୁଷ୍ଟି ସଂପ୍ରସାରଣ ପାଇଁ ନିଜ ବାଡିବାଗିଚାରେ ପାଞ୍ଚଟି ଅତିଦରକାରି ଗଛ ଓ ସେସବୁରୁ ମିଳୁଥିବା ପୁଷ୍ଟି ତଥା ଔଷଧୀୟ ଉପକାରିତାକୁ ବିସ୍ତ୍ରୁତଭାବେ ବୁଝାଇବା ସହିତ ପ୍ରତ୍ୟେକ ବାସଗୃହ ପରିସର ମଧ୍ୟରେ ଏହିସବୁ ଗଛ ରହିବା ଉଚିତ ବୋଲି ଉପସ୍ଥାପନ କରିଥିଲେ । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଅଙ୍ଗନବାଡ଼ି ଦିଦି ଙ୍କ ଦାୟିତ୍ୱ ଓ କାର୍ଯ୍ୟନିର୍ବାହ କୁ ପ୍ରଶଂସା କରି ଜିଲ୍ଲାକୁ ଆନେମିଆ ମୁକ୍ତ କରିବା ଦିଗରେ ବିଶେଷ ପ୍ରଚାରର ଆବଶ୍ୟକତା ରହିଛି ବୋଲି କହିଥିଲେ। ଜିଲ୍ଲା ପ୍ରକଳ୍ପ ସଂଯୋଜକ ମିଲେଟର ଗୁଣବତ୍ତା ଉପରେ ଆଧାରିତ ଏକ ବିବରଣୀ ଉପସ୍ଥାପନ କରିଥିଲେ । କାର୍ଯ୍ୟକ୍ରମ ଆନୁକୁଲ୍ୟରେ ଭବାନୀପାଟଣା ସହରାଞ୍ଚଳର ଅଙ୍ଗନୱାଡି କର୍ମୀ ଓ ସ୍ଵୟଂ ସହାୟକ ଗୋଷ୍ଠୀର ସଭ୍ୟା ମାନଙ୍କ ଦ୍ଵାରା ପ୍ରସ୍ତୁତ ପୁଷ୍ଟିକର ଖାଦ୍ୟ ପ୍ରଦର୍ଶନୀ ଯଥା ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ ପୁଷ୍ଟି ଯୋଜନା ମାଧ୍ୟମରେ ମଳିବାକୁ ଥିବା ପୁଷ୍ଟି ସେବା, କ୍ଷୁଦ୍ର ଶସ୍ୟରୁ ପ୍ରସ୍ତୁତ ପୁଷ୍ଟିକର ଖାଦ୍ୟ, ପୁଷ୍ଟି ପତାକା ସମ୍ବନ୍ଧୀୟ ଖାଦ୍ୟ, ମୋ ଉପକାରୀ ବଗିଚାର ପ୍ରତିରୂପ, ଅଙ୍ଗନୱାଡି କେନ୍ଧ୍ର ମାଧ୍ୟମରେ ମିଳୁଥିବା ୬ଟି ସେବା ଇତ୍ୟାଦିକୁ ପ୍ରଦର୍ଶିତ କରିଥିଲେ। ଚଳିତ ବର୍ଷ ପୋଷଣ ମାସ ପାଳନ ଅବସରରେ ଜିଲ୍ଲାର ସ୍ଥିତି ରାଜ୍ୟସ୍ତରରେ ଭଲଥିବାକୁ ଜଣାଇ ସମସ୍ତ କର୍ମକର୍ତ୍ତାଙ୍କୁ ଅଭିନନ୍ଦନ ଜଣାଇବା ସହିତ ଆଗୁଆ ଭାବେ ଲକ୍ଷ ହାସଲ କରିଥିବା ତିନୋଟି ପ୍ରକଳ୍ପ ଯଥା କୋକସରା, କେସିଙ୍ଗା ଓ ଧର୍ମଗଡକୁ ଏବଂ ସବୁଠାରୁ ଅଧିକ ସଫଳତା ହାସଲ କରିଥିବା ତିନୋଟି ପ୍ରକଳ୍ପ ଯଥା ଭବାନୀପାଟଣା ସହରାଞ୍ଚଳ, ଭବାନୀପାଟଣା ଗ୍ରାମାଞ୍ଚଳ ଓ କଲମପୁର ପ୍ରକଳ୍ପକୁ ସମ୍ମାନିତ କରଯାଇଥିଲା । ଏତଦବ୍ୟତିତ ଖାଦ୍ୟ ପ୍ରଦର୍ଶନୀ ପ୍ରତିଯୋଗୀତାର ସମସ୍ତ ଅଂଶଗ୍ରହଣକାରୀ ମାନଙ୍କୁ ସ୍ଵାନ୍ତନା ମୂଳକ ପୁରସ୍କାର ଦ୍ଵାରା ପ୍ରୋତ୍ସାହିତ କରଯାଇଥିଲା । ଜିଲ୍ଲା କାର୍ଯ୍ୟକ୍ରମ ପରିଚାଳକ ଶ୍ରୀଯୁକ୍ତ ବିଶ୍ଵନାଥ ଦାଶ ମଞ୍ଚ ଓ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଶ୍ରୀଯୁକ୍ତ ରାମାନୁଜ ପୁରୋହିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ