Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଚାରି ଚକିଆ ଯାନ ଶୋଭାଯାତ୍ରାରେ ଆସି ଗଣ ଧାରଣାରେ ବସିଲେ ଧର୍ମଗଡ ଉପଖଣ୍ଡ ଡ୍ରାଇଭର ସଙ୍ଘଅକ୍ଟୋବର ୪ ତାରିଖ ଅଖ ଚକ ସଂପୂର୍ଣ୍ଣ ବନ୍ଦ ଘୋଷଣା

ଭବାନୀପାଟଣା, ୦୧/୧୦ (ଜଗନ୍ନାଥ ନାଏକ) : ଧର୍ମଗଡ ଜିଲ୍ଲା ଗଠନ ଦାବୀ ରେ ଆଜି ଧର୍ମଗଡ ଡ୍ରାଇଭର ସଙ୍ଘ ପକ୍ଷରୁ ଏକ ବିରାଟ ଚାରି ଚକିଆ ଯାନ ରାଳି ନଗର ପରିକ୍ରମା କରି ଗଣଧାରଣା ସ୍ଥଳ ରେ ପ୍ରତୀକ ସମର୍ଥନ ପ୍ରଦର୍ଶନ କରିଛନ୍ତି। ଧର୍ମଗଡ ଜିଲ୍ଲା ଗଠନ ଦାବୀ ଗଣଧାରଣା ର ଆଜି ୩୪ତମ ଦିବସ ରେ ଧର୍ମଗଡ ଡ୍ରାଇଭର ସଙ୍ଘ ପକ୍ଷରୁ ଜିଲ୍ଲା ଦାବୀ କୁ ନୈତିକ ସମର୍ଥନ କରି ଗଣ ଧାରଣା ଦେଇଛନ୍ତି। ଧର୍ମଗଡ ଉପଖଣ୍ଡ ଡ୍ରାଇଭର ସଙ୍ଘ ର ସଭାପତି ଲକ୍ଷ ବାଗ ଙ୍କ ନେତୃତ୍ବରେ ଡ୍ରାଇଭର ମାନେ ଚାରିଚକିଆ ଯାନରେ ଏକ ବିରାଟ ଶୋଭାଯାତ୍ରାରେ ଜିଲ୍ଲା ଦାବିର ସ୍ଲୋଗାନ ଦେଇ ସହର ପରିକ୍ରମା କରି ଉପଜିଲ୍ଲାପାଳଙ୍କୁ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଏକ ଦାବୀ ପତ୍ର ପ୍ରଦାନ କରି ଧର୍ମଗଡ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଠାରେ ଅନିର୍ଦ୍ଦିଷ୍ଟ କାଳପାଇଁ ଚାଲିଥିବା ଗଣଧାରଣାରେ ବସି ଧର୍ମଗଡ ଉପଖଣ୍ଡ କୁ ଜିଲ୍ଲା ମାନ୍ୟତା ଦାବି କରିଥିଲେ । ଜିଲ୍ଲା ଡ୍ରାଇଭର ସଙ୍ଘ ର ସଭାପତି କାର୍ତ୍ତିକ ପୁଞ୍ଜି, ଧର୍ମଗଡ ଡ୍ରାଇଭର ସଙ୍ଘର ସାନ ବାଗ, ନିତ୍ୟାନନ୍ଦ ଲହଜଲ, ପପୁ ବେହେରା, ନିରଞ୍ଜନ ଚଲାନ, ମୁକ୍ତେ ହଂସ, ଲିଙ୍ଗରାଜ ଦୁର୍ଗା, ଦୁର୍ଯ୍ୟୋଧନ ଲହଜଲ, ଡମ୍ବରୁ ନାଏକ ସମେତ ଶତାଧିକ ଡ୍ରାଇଭର ଏଥିରେ ସାମିଲ ହୋଇ ଡ୍ରାଇଭର ମାନଙ୍କ ଆନୁଷଙ୍ଗିକ ସୁବିଧା ଅସୁବିଧା ପାଇଁ ଧର୍ମଗଡ ଜିଲ୍ଲା ଜରୁରୀ ବୋଲି ପ୍ରକାଶ କରିଥିଲେ।ଜିଲ୍ଲା ମାନ୍ୟତା ଦାବୀ ରେ ଧର୍ମଗଡ ଜିଲ୍ଲା ଗଠନ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆଗାମୀ ଅକ୍ଟୋବର ୪ ତାରିଖ ୨୦୨୩ ଦିନ ଧର୍ମଗଡ ଉପଖଣ୍ଡ କୁ ଯେଉଁ ୧୨ ଘଣ୍ଟିଆ ସଂପୂର୍ଣ୍ଣ ବନ୍ଦ ଡାକରା ଦିଆ ଯାଇଛି ଏଥିରେ ଉପଖଣ୍ଡର ସମସ୍ତ ଡ୍ରାଇଭର ସାମିଲ ହୋଇ ଅଖ ଚକ ସଂପୂର୍ଣ୍ଣ ବନ୍ଦ କରିବ ବୋଲି ଘୋଷଣା କରିଥିଲେ।
ଧର୍ମଗଡ ଜିଲ୍ଲା ଦାବୀ କ୍ରିୟାନୁଷ୍ଠାନ କମିଟିର ସଦସ୍ୟ ଆଇନଜୀବି ରାଜେନ୍ଦ୍ର ମୁନି ସଭା ପରିଚାଳନା କରିଥିବା ବେଳେ ଆବାହକ ବରିଷ୍ଠ ଓକିଲ ତୁଷାର ରଞ୍ଜନ ପଟ୍ଟଯୋଷୀ, ବରିଷ୍ଠ ସଭ୍ୟ ବିଦ୍ୟାଧର ସାହୁ, ହୃଷୀକେଶ ମିଶ୍ର, ଇଙ୍ଗିତ ପଣ୍ଡା ଉପସ୍ଥିତ ଥିଲେ

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ