Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ସମ୍ବଲପୁର ମହାନଗର ନିଗମର ଅପୂର୍ବ ନୀତି : ପକ୍କା ରାସ୍ତା ଉପରେ ବିଛାଇଚାଲିଛି ଫେବର ବ୍ଲକ

ସମ୍ବଲପୁର:ଆଜିକୁ 10 ବର୍ଷରୁ ଉର୍ଦ୍ଧ୍ବ ଦିନ ହେଲା ନିର୍ବାଚନ ନାହିଁ ସମ୍ବଲପୁର ମହାନଗର ନିଗମରେ କି ନିର୍ବାଚିତ ପ୍ରତିନିଧି ବି ନାହାଁନ୍ତl ସେଇ ଦିନଠୁ ଚାଲିଛି ବାବୁ ରାଜ l କାହାକୁ କିଛି ପରବାୟ ନାହିଁ ମନଇଛା ଚାଲିଛି ଠିକାଦାର ପୋଷା ନୀତି lସମ୍ବଲପୁର ମହାନଗର ନିଗମ ଅଞ୍ଚଳରେ ଆଜିଭି ଗୁଡ଼ାଏ କଚ୍ଚା ମାଟି ରାସ୍ତା ଅଛି l ଗୁଡ଼ାଏ ରାସ୍ତାର ଅବସ୍ଥା ନ କହିଲେ ଭଲ l ଏହି ସବୁ ସମସ୍ୟାକୁ ନଜର ଆନ୍ଦାଜ କରି ମହାନଗର ନିଗରର ବାବୁ ମାନେ ଠିକାଦାରକୁ ବାଣ୍ଟି ଚାଲିଛନ୍ତି ୱାର୍କ ଅର୍ଡର ଓ ମୋଟା ଅର୍ଥ ରବିଲ lଏପରି ଏକ ସମସ୍ୟା ଦେଖିବାକୁ ମିଳିଛି ସମ୍ବଲପୁର ମହାନଗର ନିଗମ ଅଂଚଳ ର ୪୧ ନମ୍ବର ୱାର୍ଡ ଅନ୍ତର୍ଗତ ଡ୍ରାଇଭର ପଡା ( ମାରୁତି ନଗର ), ଗୋବିନ୍ଦତୋଳା ରେ ଳ ଏହି କଲୋନୀ ର ଏହି ରାସ୍ତା ରେ ବହୁ ପୂର୍ବରୁ କଂକ୍ରିଟ ରାସ୍ତା ନିର୍ମାଣ ହୋଇଛି ଏବଂ ଭଲ ଅବସ୍ଥା ରେ ଅଛି, କିନ୍ତୁ ଦୁର୍ଭାଗ୍ୟ ର ବିଷୟ ଯେ, ଏହି କଂକ୍ରିଟ ରାସ୍ତା ଉପରେ ହରଡ଼ଜୋର ନଦୀ ହିଡ଼ ରୁ ତଥା ସ୍ପୋର୍ଟିଙ୍ଗ ୟୁନିଅନ କ୍ଲବ ସାମ୍ନା ରୁ ମାରୁତି ନଗର କୁ ଯାଉଥିବା ରାସ୍ତା ରେ କଂକ୍ରିଟ ରାସ୍ତା ଉପରେ ଫେବର ବ୍ଲକ ବିଛା ଯାଉଛି, ଯାହାକି ସମ୍ପୂର୍ଣ୍ଣ ରୂପେ ଅନାବଶ୍ୟକ l ମହାନଗର ନିଗମ ର ଏହି କାର୍ଯ୍ୟ କୁ ଦେଖି ଜନସାଧାରଣ ରେ ତୀବ୍ର ପ୍ରତିକ୍ରିୟା ହେଉଛି, ଅନ୍ତତଃ ପକ୍ଷେ ଏହି ଅର୍ଥ କୁ କୌଣସି ଅତ୍ୟନ୍ତ ଆବଶ୍ୟକୀୟ ନାଳ କି ରାସ୍ତା ର ନିର୍ମାଣ ରେ ଉପଯୋଗ କରାଯାଇ ପାରି ଥାଆନ୍ତା ବୋଲି ମଧ୍ୟ ଜନସାଧାରଣ ଚର୍ଚ୍ଚା ହେଉଛି l ସମ୍ବଲପୁର ମହାନଗର ନିଗମ ର ଏହିପରି କାର୍ଯ୍ୟ କୁ ଦୂର ଦୃଷ୍ଟି ର ଅଭାବ ତଥା ଅପାରଦର୍ଶିତା କୁ ଜନସାଧାରଣ ରେ ନିନ୍ଦା କରାଯାଉଛି l