Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଏକାସାଙ୍ଗରେ ୩ ଜଣଙ୍କ ମୃତଦେହ : ଜୁନାଗଡ଼ ଥାନା ଶଙ୍କରପଲା ଗାଁ ରାସ୍ତାରୁ ମୃତଦେହ ମାଆ, ୨ ବର୍ଷର ପୁଅ ଓ ଜଣେ ପଡ଼ୋଶୀଙ୍କ ମୃତଦେହ ଉଦ୍ଧାର

କଳାହାଣ୍ଡି, ୦୧/୧୦ (ଜଗନ୍ନାଥ ନାଏକ) : କଳାହାଣ୍ଡିରେ ଖେଳିଯାଇଛି ଚାଞ୍ଚଲ୍ୟ। କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ଅନ୍ତର୍ଗତ ଶଙ୍କରପଲା ଗାଁରେ ଘଟିଯାଇଛି ଟ୍ରିପଲ୍ ମର୍ଡର। ଗାଁ ମୁଣ୍ଡରେ ଆଜି ସନ୍ଧ୍ୟା ସମୟର ଟ୍ରିପଲ୍ ମର୍ଡର ହୋଇଥିବା ଜଣାପଡିଛି। ଗୋଟିଏ ପରିବାରର ଜଣେ ମହିଳା, ଶିଶୁ ଓ ବୃଦ୍ଧଙ୍କୁ ହତ୍ୟା କରାଯାଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଛି।
ଶଙ୍କରପଲା ଗାଁ ମୁଣ୍ଡ ରାସ୍ତାକଡ଼ରୁ ଏକାସାଙ୍ଗରେ ୩ ମୃତଦେହ ଉଦ୍ଧାର କରାଯାଇଛି। ମୃତ୍ୟୁକମାନେ ହେଲେ ରାଏମତି ମାଝୀ ଓ ତାଙ୍କ ଦୁଇବର୍ଷ ର ପୁଅ ଶିବଶକ୍ତି ମାଝୀ ଏବଂ ଗ୍ରାମର ମହେନ୍ଦ୍ର କୁମାର। କେଉଁ କାରଣରୁ ହତ୍ୟା କରାଯାଇଛି ଓ କିଏ ଏହି ହତ୍ୟାକାଣ୍ଡ ଘଟାଇଛି ତାହା ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ । ପ୍ରାଥମିକ ସୂଚନା ଅନୁଯାୟୀ ରାଏମତି ମାଝୀଙ୍କ ସ୍ଵାମୀ ପୂର୍ବରୁ ହତ୍ୟା ଅଭିଯୋଗରେ ଜେଲରେ ଥିବା ଜଣାପଡିଛି। ୨୦୧୯ ମସିହାରେ ସେହି ଗାଁର ଜଣେ ଯୁବକଙ୍କୁ ହତ୍ୟା କରି ଜେଲ ଯାଇଥିବା ଜଣାପଡିଛି। ଅନ୍ୟ ପକ୍ଷରେ ଜୁନାଗଡ଼ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ