Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗାନ୍ଧି ଜୟନ୍ତୀରେ କଂଗ୍ରେସ ଦେଖାଇଲା ବଳ

ସମ୍ବଲପୁର :ପବିତ୍ର ଗାନ୍ଧୀ ଜନ୍ମ ଜୟନ୍ତୀ ଅବସରରେଜିଲ୍ଲା କଂଗ୍ରେସ ଦେଖାଇଛି ତାର ନୂତନ ବଳ। ଭତରା ଗାନ୍ଧୀ ମନ୍ଦିର ରେ ମହାତ୍ମା ଗାନ୍ଧିଙ୍କ ଠାରେ ପୁଜା ଅର୍ଚନା କରି ଦିନ ୧୧ଘଣ୍ଟା ସମୟରେ ଏକ ପଦଯାତ୍ରା ବାହାରି ଧନୁପାଲି ,ଗୋବିନ୍ଦ ତୁଳା ଛକ କମିଶନର କଲୋନୀ ଗାନ୍ଧୀ ପ୍ରତି ମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଏହାପାରେ ଜେଳଛକରେ ବୀରସୁରେନ୍ଦ୍ର ସାଏଙ୍କ ପ୍ରତି ମୂର୍ତ୍ତି ଓ ଜିଲ୍ଲା ସ୍କୁଲଛକ ଅବଦୁଲ କଲାମଙ୍କ ପ୍ରତି ମୂର୍ତ୍ତି ପୁଷ୍ପ ମାଳ୍ୟ ଅର୍ପଣ କରି ଜିଲ୍ଲା କଂଗ୍ରେସ ରେ ପହଞ୍ଚିଥୋଲା । କାର୍ଯ୍ୟଳୟରେ ପହଞ୍ଚି ଜଲ୍ଲା ସଭାପତି ରାଜେନ୍ଦ୍ର ଛତ୍ରିଆଙ୍କ ସଭାପତିତ୍ୱରେ ଏକ ଜୟନ୍ତୀ ସଭାର ଆୟୋଜନ କରାଯାଇଥିଲା। ଏଥିରେ ରେଙ୍ଗାଲିର ପୁର୍ବତନ ବିଧାୟକ ଦୁର୍ଯୋଧନ ଗର୍ଡିଆ,ପ୍ରଦେଶ କଂଗ୍ରେସ ସାଧାରଣ ସଂପାଦକ ଦୁଲାଲ ପ୍ରଧାନ,ସଂପାଦକ ଅମିତ ଗୁରୁ,ବଣିଆ,ନିରଞ୍ଜନ ତ୍ରିପାଠୀ , ଜୟରାମ ବଣିଆ,ସୁତପା ମିତ୍ର,ପ୍ଲବନ ବହିଦାର,ବିଜୟ ଲକ୍ଷ୍ମୀ ବେହେରା ପ୍ରମୂଖଙ୍କ ସହିତ ଶତାଧିକ କଂଗ୍ରେସ କର୍ମୀ ଓ ସମର୍ଥକ ଯୋଗଦେଇ ଜୟନ୍ତୀ ମାଧ୍ୟମରେ କଂଗ୍ରେସ ଉପରକୁ ଜନସାଧାରଣଙ୍କ ଆତ୍ମବିଶ୍ୱାସ ଫେରାଇ ଆଣିବାକୁ ଖୁବ ଜୋର ଦେଇ ଆଜିଠୁ ଘରେ ଘରେ କଂଗ୍ରେସ ଘରେ ଘରେ ହାତକୁ ପହଞ୍ଚାଇବା ପାଇଁ ପ୍ରଦେଶ କଂଗ୍ରସର ଲକ୍ଷ ପୂରଣ ପାଇଁ ଓ ରାଜ୍ୟରେ ଗଣତନ୍ତ୍ରର ନବ ପ୍ରତିଷ୍ଠା ପାଇଁ ସଂକଳ୍ପ ନେଇଥିଲେ । ଆୟୋଜିତ ରାଲିରେ ଶତାଧିକ ମହିଳାଙ୍କ ସ୍ୱର୍ତ୍ତପ୍ରବୃତ୍ତ ଉପସ୍ଥିତି କଂଗ୍ରେସର ବଳକୁ ଉଜ୍ଜିବିତ କରିଥିବା ଆଜି ସର୍ବତ୍ର ଆଲୋଚନାର ବିଷୟ ହୋଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ