Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭାରତୀୟ ଡାକ ବିଭାଗ ପକ୍ଷରୁ ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମ ଅନୁଷ୍ଠିତ

ଭବାନୀପାଟଣା, ୦୩/୧୦ (ଜଗନ୍ନାଥ ନାଏକ) : କଳାହାଣ୍ଡି ଜିଲ୍ଲା ଧର୍ମଗଡ ଡାକବିଭାଗ ପକ୍ଷରୁ ଶୁକ୍ରବାର ରୁ ଶନିବାର ଦୁଇଦିନ ଧରି ମୋଦେଶ ମୋ ମାଟି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଦିଲ୍ଲୀ ଠାରେ ଅମର ଜବାନ ମାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ନିର୍ମାଣ ହେବାକୁ ଥିବା ଅମୄତ ବାଟିକା ପାଇଁ ଦେଶର କୋଣ ଅନୁକୋଣରୁ ପବିତ୍ର ମାଟି ସଂଗ୍ରହ କରାଯାଉଛି । ଏହି ପରିପ୍ରେକ୍ଷୀରେ ଆଜି ଧର୍ମଗଡ଼ ଡାକ ବିଭାଗ ପକ୍ଷରୁ ସମସ୍ତ କର୍ମଚାରୀ ଧର୍ମଗଡ ର ସମସ୍ତ ମନ୍ଦିର ଏବଂ ଘରଘର ବୁଲି ପବିତ୍ର ମାଟି ସଂଗ୍ରହ କରିଥିଲେ । ଡାକ ନୀରିକ୍ଷକ ଅନନ୍ତ ଚରଣ ସାହୁ ଙ୍କ ସମେତ ଉପଡାକପାଳ ଭବାନୀ ଶଙ୍କର ପାତ୍ର, ଓଭରସିଅର ଗୌରଚନ୍ଦ୍ର ମାଝୀ, ସୁନୀଲ ନାଏକ, କୈଳାସ ମାଝୀ,ଶ୍ରାବଣୀ ମହାପାତ୍ର, ସ୍ନେହାଶିଷ ମିଶ୍ର, ଦେବବ୍ରତ ଶବର ସମେତ ସମସ୍ତ ଗ୍ରାମୀଣ ଡାକ ସେବକ ସେବୀକା ଯୋଗ ଦେଇଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ