Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଧର୍ମଗତ ଜିଲ୍ଲା ଦାବିକୁ ସମର୍ଥନ କଲେ ଦୁଇ କଲାକାର ଗାନ୍ଧୀ ଓ ଶାସ୍ତ୍ରୀଜୀଙ୍କ ବେଶରେ

ଭବାନୀପାଟଣା, ୦୩/୧୦ (ଜଗନ୍ନାଥ ନାଏକ) : ଗାନ୍ଧୀ ଜୟନ୍ତୀରେ ଗର୍ଜିଲେ ପ୍ରାଥମିକ ଶିକ୍ଷକ ସଂଘ ଗାନ୍ଧୀ ଓ ଶାସ୍ତ୍ରୀଜୀ ଅଭିନୟ ବେଶରେ ଧର୍ମଗତ ଜିଲ୍ଲା ଦାବି କୁ ସମର୍ଥନ କଲେ ଦୁଇ କଲାକାର । ଆଜି ଗାନ୍ଧୀ ଜୟନ୍ତୀ ଅବସରରେ ଧର୍ମଗତ ଜିଲ୍ଲା ଗଠନ ଦାବି ଗଣଧାରଣା ର ଆଜି ୩୬ ତମ ଦିବସରେ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପ ମାଲ୍ୟାର୍ପଣ କରି ଏକ ଶୋଭାଯାତ୍ରାରେ ବାହାରି ଧର୍ମଗତ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନିର୍ଦ୍ଧିଷ୍ଟ କାଳ ଚାଳିଥିବା ଗଣଧାରଣା ବସି ଧର୍ମଗତ ଉପଖଣ୍ଡ କୁ ଜିଲ୍ଲା ମାନ୍ୟତା ଦାବି କରିଥିଲେ। ଧର୍ମଗଡ଼ ବ୍ଳକ ପ୍ରାଥମିକ ଶିକ୍ଷକ ସଂଘ ସଭାପତି କ୍ଷେତ୍ର ମୋହନ ମାଝୀ ଓ ସଭାନେତ୍ରୀ ରାଜ କୁମାରୀ ନାଏକ ଙ୍କ ନେତୃତ୍ୱରେ ସଂପାଦକ ଆଶିଷ ପ୍ରଧାନୀ ଉପସଭାପତି ବେଣୁଧର ନାଏକ କୋଷାଧ୍ୟକ୍ଷ ଲୋକେଶ୍ଵର ପାରି ଜିଲ୍ଲା ସହ ସଂପାଦକ ଲଲିତ କୁମାର ନାଏକ ପୂର୍ବତନ ଵ୍ଳକ ସଭାପତି ବିଶ୍ବଜିତ ବେହେରା ଏନ୍ ଟି ଏସ ସଂଘ ସଭାପତି ମାର୍କଣ୍ଡ ନାଗ ସଂପାଦକ ଗିରିଧାରୀ ସାହୁ ଓ ଜେ ଟି ଏ ସଂଘ ସଭାପତି ବିକ୍ରମ ପ୍ରଧାନ ସଂପାଦକ ନୟନ ରଞ୍ଜନ ସାହୁ ଶିକ୍ଷକ ଚିତ୍ତରଞ୍ଜନ ଦୁର୍ଲଭ ପଟେଲ ପରମାନନ୍ଦ ନାଏକ ପ୍ରମୁଖ ଧର୍ମଗତ ଉପଖଣ୍ଡ କୁ ଶୀଘ୍ର ଜିଲ୍ଲା ମାନ୍ୟତା ଦେବା ଦାବି କରିଥିଲେ
ମୁଖ୍ୟ ମନ୍ତ୍ରୀ ଙ୍କ ଉଦ୍ଧେଶ୍ୟରେ ଏକ ଦାବି ଧର୍ମଗତ ଉପଜିଲ୍ଲାପାଳ ଙ୍କ ପ୍ରତିନିଧି ଙ୍କୁ ପତ୍ର ପ୍ରଦାନ କରିଥିଲେ ଗାନ୍ଧୀ ଓ ଶାସ୍ତ୍ରୀଜୀ ଙ୍କ ଅଭିନୟ ବେଶରେ ଧର୍ମଗତ ଜିଲ୍ଲା ଦାବି କୁ ସମର୍ଥନ କରି ଦୁଇ କଲାକାର ଧର୍ମଗତ ଜିଲ୍ଲା କରି ମଞ୍ଚ ନିକଟରେ ନିରବ ହେଇ ସମର୍ଥନରେ କରିଥିଲେ । ଧର୍ମଗଡ ଜିଲ୍ଲା ଦାବୀ କ୍ରିୟାନୁଷ୍ଠାନ କମିଟିର ସଦସ୍ୟ ଆଇନଜୀବି ତୁଷାର ରଞ୍ଜନ ପାଟଯୋଷୀ ରାଜିନ୍ଦ୍ର ମୁନି ଦିଗାମ୍ବର ଦୁରିଆ ସନ୍ତୋଷ କୁମାର ପାଢ଼ୀ ଡାକେଶ୍ଵର ଲହଜ ମଧ୍ୟ ଉପସ୍ଥିତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ