Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଧର୍ମଗଡ଼ ଉପଖଣ୍ଡ କୁ ଜିଲ୍ଲା ମାନ୍ୟତା ଦାବି ନେଇ ଅଖ ଚକ ବନ୍ଦ ପାଳନ

ଭବାନୀପାଟଣା, ୦୪/୧୦ (ଜଗନ୍ନାଥ ନାଏକ) : ବର୍ତ୍ତମାନ ଧର୍ମଗଡ ଉପଖଣ୍ଡ କୁ ଜିଲ୍ଲା ମାନ୍ୟତାଦାବୀ ନେଇ ଧର୍ମଗଡ କ୍ରିୟାନୁଷ୍ଠାନ କମିଟି ଙ୍କ ଆହ୍ୱାନ କ୍ରମେ ଆଜି ଦିନ ସକାଳ ୬ଘଣ୍ଟା ସମୟ ରୁ ସନ୍ଧ୍ୟା ୬ ଘଣ୍ଟା ପର୍ଯ୍ୟନ୍ତ (୧୨ ଘଣ୍ଟିଆ) ବନ୍ଦ ଡାକରା ଦିଆଯାଇଛି ଏବଂ ଯାନବାହାନ ଚଲାଚଳ ବନ୍ଦ ରହିବା ସହିତ ସମସ୍ତ ଦୋକାନ ବଜାର ବନ୍ଦ ମଧ୍ୟ କରାଯାଇଛି l ଦୀର୍ଘ 37 ଦିନ ହେବ ଧର୍ମଗଡ଼ ଉପ ଜିଲ୍ଲାପାଳ ଙ୍କ କାର୍ଯ୍ୟାଲୟ ସମ୍ଭୁଖରେ ଧାରଣା ଦେଲା ପରେ ଆଜି ସମସ୍ତ ବ୍ଲକର ଜନସାଧାରଣ ଓ ବିଭିନ୍ନ ସଂଗଠନ ମାନଙ୍କ ମିଳିତ ଉଦ୍ୟମରେ ଆଜି ଧର୍ମଗଡ଼ ଉପଖଣ୍ଡ କୁ ବନ୍ଦ ଡ଼ାକରା ଦିଆଯାଇଛି । ବର୍ତ୍ତମାନ ଶାଗଡା ନଦୀ ବ୍ରିଜ, ଜୁନାଗଡ ହାତୀନଦୀ ବ୍ରିଜ,ବଳଦିଆମାଲ ଛକ, ଧର୍ମଗଡ ଚାରିଛକ, ବଡ଼ ବସୁଲ ଛକ, ମୋଟେର ଛକ, କୋକସରା, କଳମପୁର, ଜୟପାଟଣା, ସନ୍ଧିକୁଳିହାରୀ ଓଡିଶା ବୋର୍ଡର, ଗୋଲାମୁଣ୍ଡା,ସିନାପାଲି ବୋର୍ଡର, ମହାଳିଙ୍ଗ, ଆମପାଣି, ଫରଙ୍ଗ, ଆଟିଗାଁ ନଦୀ ବ୍ରିଜ, ବନ୍ଦାଗାଁ ନଦୀ ବ୍ରିଜ, ଲଡ଼ୁଗାଁ, ଗୋତୋମୁଣ୍ଡା, ବାନେର, ପର୍ଲା, ଗୋଡ଼ଭଞ୍ଜା , ବର୍ତ୍ତମାନ ଅନେକ ସ୍ଥାନ ମାନଙ୍କରେ ବନ୍ଦ ପାଳନ କରା ଯାଉଥିବା ଜଣାଯାଇଛି l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ