ଭୁବନେଶ୍ବର: ୨ ବରିଷ୍ଠ ବନ ଅଧିକାରୀଙ୍କ ବେଲ୍କୁ ଖାରଜ କରିଛନ୍ତି କୋର୍ଟ। ଆମ ଜଙ୍ଗଲ ଯୋଜନାରେ ଜଙ୍ଗଲ ରକ୍ଷଣାବେକ୍ଷଣ ପାଇଁ ଆସିଥିବା ପ୍ରାୟ ୨୩ ଲକ୍ଷ ଟଙ୍କା ଚଳୁ କରିବା ଅଭିଯୋଗ ଆସିଥିଲା। ଏହାପରେ ମାମଲାର ଶୁଣାଣି କୋର୍ଟରେ ଚାଲିଥିଲା। କିନ୍ତୁ କୋର୍ଟ ୨ ଅଧିକାରୀଙ୍କ ବେଲ୍କୁ ନାମଞ୍ଜୁର କରିଥିବା ଜଣାପଡ଼ିଛି।
ଏହି ୨ ବରିଷ୍ଠ ଅଧିକାରୀ ହେଉଛନ୍ତି କଳାହାଣ୍ଡି ଉତ୍ତର ବନଖଣ୍ଡର ପୂର୍ବତନ ଡିଏଫ୍ଓ ଲଳିତେନ୍ଦୁ ଜେନା ଓ ଏସିଏଫ୍ ସୁଶାନ୍ତ ସାମନ୍ତରାୟ ।
ଆମ ଜଙ୍ଗଲ ଯୋଜନାରେ ଜଙ୍ଗଲ ଉନ୍ନତୀକରଣ ନିମନ୍ତେ ଆସିଥିବା ଟଙ୍କା ଚଳୁ ଅଭିଯୋଗରେ ମୋଟ ୫ ଜଣଙ୍କ ବିରୋଧରେ ଭିଜିଲାନ୍ସ ମାମଲା ରୁଜୁ କରିଥିଲା। ସମନ ଆସିବା ପରେ ଗତକାଲି କେବଳ ଲଳିତେନ୍ଦୁ ଜେନା ଓ ସୁଶାନ୍ତ ସାମନ୍ତରାୟ କୋର୍ଟରେ ହାଜର ହୋଇଥିଲେ। ମାମଲା ଶୁଣାଣି ହୋଇଥିବା ବେଳେ ୨ ଅଧିକାରୀଙ୍କ ଜାମିନକୁ ନାମଞ୍ଜୁର କରି ଦେଇଛନ୍ତି କୋର୍ଟ। ଫଳରେ ୨ ବନ ଅଧିକାରୀଙ୍କୁ ଜେଲ ପଠାଯାଇଛି।