Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରାସନ କାର୍ଡ କରାଇ ଦେବା ପାଇଁ ଲାଞ୍ଚ ନେବା ମହଙ୍ଗା ପଡିଲା: ଭିଜିଲାନ୍ସ ଜାଲରେ ଥୁଆମୂଳ ରାମପୁର ଲାଞ୍ଚୁଆ ଏମ.ଆଇ. ସୁମନ୍ତ ମଲ୍ଲିକ

ଭବାନୀପାଟଣା, ୦୪/୧୦(ଜଗନ୍ନାଥ ନାଏକ) : କଳାହାଣ୍ଡି ଜିଲ୍ଲା ର ଦୁର୍ଗମ ଅଞ୍ଚଳ ଥୁଆମୁଲ ରାମପୁର ବ୍ଲକ ଅନ୍ତର୍ଗତ ଲୁହୁରା ଜୋର୍ ଗାଁର ଜୟ ନାଏକ ବ୍ଲକ ରେ ନିଯୁକ୍ତ ଥିବା ଏମଆଇ ସୁମନ୍ତ ମଲ୍ଲିକ ଙ୍କୁ ରାସନ କାର୍ଡ କରାଇ ଦେବା ପାଇଁ କାର୍ଯ୍ୟାଳୟ ରେ ସାକ୍ଷାତ କରି କହିବା ରୁ ଏମ, ଆଇ,ଲାଞ୍ଚ ମାଗିଥିଲେ। ସେହି ଗୋଟିଏ ଗାଁର ୭ ଜଣଙ୍କ ରାସନ କାର୍ଡ ପାଇଁ କାର୍ଡ ପିଛା ୨ ହଜାର ଟଙ୍କା ଲେଖାଏଁ ଲାଞ୍ଚ ମାଗିଥିଲେ। ଏନେଇ ଜୟ ମାଝୀ ଭିଜିଲାନ୍ସ ବିଭାଗ ର ଦ୍ୱାରସ୍ଥ ହୋଇଥିଲେ। ଭିଜିଲାନ୍ସ ବିଭାଗ ଜୟ ନାଏକ ଙ୍କ ଅଭିଯୋଗ କୁ ଭିତ୍ତି କରି ଲାଞ୍ଚୁଆ ଏମଆଇ ବାବୁ ଙ୍କୁ ଧରିବା ପାଇଁ ଜାଲ ବିଛାଇଥିଲା। ଯୋଜନା ମୁତାବକ ଆଜି କାର୍ଡ କରାଇ ଦେବା ପାଇଁ ଏମ,ଆଇ, ଜଣଙ୍କ ହିତାଧିକାରୀ ଜୟ ନାଏକ ଙ୍କ ଠାରୁ ବ୍ଲକ କାର୍ଯ୍ୟାଳୟ ମଧ୍ୟରେ ୧୪ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡି ବସିଥିଲା ଭିଜିଲାନ୍ସ ବିଭାଗ। ଏମଆଇ ଙ୍କ ଠାରୁ ରଙ୍ଗବୋଲା ଟଙ୍କା ଜବତ କରିବା ସହ ତାଙ୍କ ସରକାରୀ ବାସ ଭବନ ଓ କାର୍ଯ୍ୟାଳୟ ରେ ଚଢାଉ ଜାରି ରଖିଛି ଭିଜିଲାନ୍ସ ବିଭାଗ। ତେବେ ଅନୁନ୍ନତ ଥୁ, ରାମପୁର ଦୁର୍ଗମ ଅଞ୍ଚଳ ର ସାଧାରଣ ଲୋକ କିପରି ସରକାରୀ ସହାୟତା ପାଉ ଥିବେ ଏଥିରୁ ସ୍ପଷ୍ଟ ଜଣା ପଡ଼ୁଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ