Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଯୁବ ରେଡକ୍ରସ ଶାଖା ଉଦଘାଟିତ (ମାନବିକତା ହିଁ ଶ୍ରେଷ୍ଠ ଧର୍ମ)

କଳାହାଣ୍ଡି, ୧୦/୧୦ (ଜଗନ୍ନାଥ ନାଏକ) : କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ଅନ୍ତର୍ଗତ ବେହେରା ଗ୍ରାମରେ ଥିବା ଭାରତୀୟ ବିଦ୍ଯା ଶ୍ରୀନିକେତନ ଉଚ୍ଚ ମାଧ୍ଯମିକ ବିଦ୍ୟାଳୟଠାରେ  ଯୁବ ରେଡକ୍ରସ ୟୁନିଟ ଉଦଘାଟିତ ହୋଇଯାଇଛି। କଲେଜ ପରିଚାଳନା ନିର୍ଦ୍ଦେଶକ କିଶୋର ଚନ୍ଦ୍ର ଶତପଥୀଙ୍କ ଅଧ୍ଯକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ଯ ଅତିଥି ରୂପେ ଲଖୀରାମ ଅଗ୍ରୱାଲ ଉଚ୍ଚ ମାଧ୍ଯମିକ ବିଦ୍ୟାଳୟର ଅଧ୍ଯକ୍ଷ ନିର୍ମଳ ଚନ୍ଦ୍ର ନାଏକ , ମୁଖ୍ଯ ବକ୍ତାଭାବେ କୋକସରା ପଞ୍ଚାୟତ ଡିଗ୍ରୀ ମହାବିଦ୍ୟାଳୟର ଯୁବ ରେଡକ୍ରସ ପରାମର୍ଶଦାତା ସୁବ୍ରତ କୁମାର ବେହେରା , ସମ୍ମାନୀତ ଅତିଥି ଭାବେ ଜିଲ୍ଲା ଯୁବ ରେଡକ୍ରସ ସଂଯୋଜକ ଶାନ୍ତନୁ କୁମାର ପରିଡା, କରଚଲା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଯୁବ ରେଡକ୍ରସ ପରାମର୍ଶଦାତା କ୍ୟାପଟେନ ଭବାନୀ ଶଙ୍କର ପଣ୍ଡା, ଧର୍ମଗଡ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଯୁବ ରେଡକ୍ରସ ପରାମର୍ଶଦାତା ସଂଜୀବ କୁମାର ମୁଣ୍ଡ, ବେହେରା ଲଖୀରାମ ଅଗ୍ରୱାଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଯୁବ ରେଡକ୍ରସ ପରାମର୍ଶଦାତା ମୋହନ ଚରଣ ବିଶି ପ୍ରମୁଖ ଯୋଗଦେଇ ମାନବିକତା ହିଁ ଶ୍ରେଷ୍ଠ ଧର୍ମ ବୋଲି ମତ ପ୍ରକାଶ କରିବା ସହ ରେଡକ୍ରସ ର ଇତିହାସ, ବିକାଶ, ଚିହ୍ନ,ମୌଳିକ ନୀତି, ପ୍ରାଥମିକ ଚିକିତ୍ସା , ରକ୍ତଦାନର ମହତ୍ତ୍ଵ ଇତ୍ୟାଦି ବିଷୟରେ କହିଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ଅତିଥି ମାନଙ୍କ ଦ୍ବାରା ରେଡକ୍ରସର ପତାକା ଉତ୍ତୋଳନ କରାଯାଇଥିଲା। କାର୍ଯ୍ୟକ୍ରମକୁ କଲେଜ ଅଧ୍ୟକ୍ଷ ସୁରେନ୍ଦ୍ର ନାଏକ ପରିଚାଳନା କରିଥିବା ବେଳେ ଅଧ୍ୟାପିକା ତନୁଜା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହେଇଥିଲା। ବିଦ୍ୟାଳୟର ଯୁବରେଡକ୍ରସ ସ୍ବେଚ୍ଛାସେବୀ ସଂଗୀତା କଟା, ନବୀନା ମେହେର, ନୀଳାକ୍ଷୀ ଟାକରୀ, କପିଲେଶ ଗଇନ୍ତା, ଜସ୍ମିତା ମାଝୀ, ନମିତା ଗୋପାଳ, ବିଭୂସୀତା ହଂସ , ଭାରତୀ ସୁନାନୀ, ପାୟଲ ସୁନାନୀ, ଚଦ୍ରମା ଓ ଚନ୍ଦ୍ରପ୍ରଭା ନ୍ରୁତ୍ୟ ପରିବେଷଣ କରିଥିଲେ । କାର୍ଯ୍ୟକ୍ରମ କୁ ଅଧ୍ୟାପକ ମଣ୍ଟୁ ରଣା, ସରିତା ଭରତିଆ, ଶାନ୍ତନୁ ବାଗ, ଦେବେନ୍ଦ୍ର ରଣା, ଭାଗ୍ୟବାନ ଦାଶ, ରିଙ୍କୁ ଖମାରୀ, ସୁମନ ସିନ୍ଦୁର, ବସନ୍ତ ରଣା, ରଣଜିତ ଅରେବେଡିଆ, ପରମେଶ୍ବର ଗୋପାଳ ପ୍ରମୂଖ ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ