Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଧର୍ମଗଡ଼ ଉପଖଣ୍ଡରେ ସାଇବର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

କଳାହାଣ୍ଡି, ୧୧/୧୦ (ଜଗନ୍ନାଥ ନାଏକ) : ବିନା ପରିଶ୍ରମ ରେ ଅଧିକ ପଇସା ଲୋଭ ତଥା ନିଜର ଅଜ୍ଞାନତା ଏବଂ ନିଜର ଅସାବଧାନତା ଯୋଗୁଁ ଆଜିକାଲି ଆମେ ସାଇବର ସାଇବର ଅପରାଧୀଙ୍କ ଦ୍ଵାରା ଠକାମୀ ର ଶିକାର ହେଉଛୁ । ନିଜେ ନିଜକୁ ସଚେତନ କଲେ ଆମେ ସାଇବର ଅପରାଧୀ ଙ୍କ ଠାରୁ ନିଜକୁ ଏବଂ ନିଜ ଅର୍ଥ କୁ ରକ୍ଷା କରିପାରିବା ବୋଲି ଓଡ଼ିଶା ରାଜ୍ୟ ପୋଲିସ ଦ୍ଵାରା ଆୟୋଜିତ ସଭା ରେ ଅତିଥି ମାନେ ମତବ୍ୟକ୍ତ କରିଥିଲେ । ଆଜି କଳାହାଣ୍ଡି ପୋଲିସ ଦ୍ବାରା ପରିକ୍ରମା ହେଉଥିବା ସାଇବର ସଚେତନ ରଥ ଧର୍ମଗଡ଼ ଥାନା ଅଞ୍ଚଳ ରେ ପାହ୍ନଚିଥିଲା ।
ଧର୍ମଗଡ଼ ଭାରପ୍ରାପ୍ତ ଥାନା ଅଧିକାରୀ ଦାମୋଦର ବିହାରୀ ଙ୍କ ନେତୃତ୍ଵ ରେ ଧର୍ମଗଡ଼ ଉପଖଣ୍ଡ ଥାନା ଅଧିକାରୀ ଧିରଜ ଚୋପଦାର,ତହସିଲଦାର ହରେକୃଷ୍ଣ ବରିହା,ବିଡ଼ିଓ ଶରତ କୁମାର ସେଠୀ,ସାଇବର ଥାନା ଏଏସଆଇ ବଦ୍ୟନାଥ ନାୟକ,ବ୍ଲକ ଅଧ୍ୟକ୍ଷା ବବିତା ପଟ୍ଟଯୋଷି, ଏନଏସି ଉପାଧ୍ୟକ୍ଷା ମନିଷା ମିଶ୍ର ପ୍ରମୁଖ ମଞ୍ଚାସିନ ଥିଲେ ।ଏହି ଅବସର ରେ ସାଇବର ଅପରାଧ ଓ ତାର ନିୟନ୍ତ୍ରଣ କିଭଳି କରାଯିବ ସେ ନେଇ ଅଭିନୟ ମାଧ୍ୟମ ରେ ପ୍ରଦର୍ଶନ କରାଯାଇଥିଲା । ଏହି ସଭା ରେ ଅଞ୍ଚଳ ର ସମସ୍ତ ବିଦ୍ୟାଳୟ ମହାବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ଥିଲେ । ହାବିଲଦାର ଯତୀନ୍ଦ୍ର ପ୍ରଧାନ ମଞ୍ଚ ପରିଚାଳନା କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ