Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପୁୁଣି ତେଜିଲା ବାର୍ଦ୍ଧକ୍ୟ ଭତ୍ତା ବୃଦ୍ଧି ପାଇଁ ନକଟିକାନି ପଞ୍ଚାୟତରେ ଧାରଣା

କଳାହାଣ୍ଡି, ୧୧/୧୦ (ଜଗନ୍ନାଥ ନାଏକ) : ବୃଦ୍ଧ ବୃଦ୍ଧା ଏବଂ ବିକଳାଙ୍ଗ ଭତା ବୃଦ୍ଧି ପାଇଁ ଆଜି ବୁଧବାର ଦିନ ଶତାଧିକ ହିତଧି କାରୀ ଗଣଧାରଣା ଦେଇଛନ୍ତି , ଆଜି ବୁଧବାର ଦିନ ଦଶଟା ସମୟରେ ଏଭଳି ପଦକ୍ଷେପ ଗ୍ରହଣ ନେଇଛନ୍ତି କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ନକଟିକାନି ଗ୍ରାମ ପଞ୍ଚାୟତସମ୍ମୁଖରେ, ବହୁ ସଂଖ୍ୟକ ଭାବେ ମହିଳା ଓ ପୁରୁଷ ମାନେ ବାର୍ଦ୍ଧକ୍ୟ ଭତ୍ତା ବୃଦ୍ଧି ପାଇଁ ଗଣଧାରଣା ଦେଇଛନ୍ତି, ଅନ୍ୟ ରାଜ୍ୟ ଅପେକ୍ଷାରେ ଓଡ଼ିଶା ରାଜ୍ୟ ସରକାରଙ୍କ ପକ୍ଷରୁ ବୃଦ୍ଧ ବୃଦ୍ଧା ବିକଳାଙ୍ଗ ଙ୍କୁ ବାର୍ଦ୍ଧକ୍ୟ, ଭତା କମ୍ ଦେଉ ଥିବାରୁ ଦୁଇ ହଜାରଟଙ୍କା ବୃଦ୍ଧି କରିବା ପାଇଁସରକାରଙ୍କୁ ନିବେଦନ କରିଛନ୍ତି ଯେ, ନିତ୍ୟ ଆବଶ୍ୟତା ବ୍ୟବହୃତ ଜିନିଷ ପତ୍ରର ଦର ଆକାଶ ଛୁଆଁ ହୋଇ ଥିବା ବେଳେ ପାଞ୍ଚ ଶହ ଟଙ୍କାରେ ଚଳି ପାରିବା କଷ୍ଟ କର ବୋଲି କହିଛନ୍ତି, ତେଣୁ ରାଜ୍ୟସରକାର ତୁରନ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରି ଆମ୍ବର ଦାବୀ ପୂରଣ କରନ୍ତୁ ନଚେତ୍ ଧାରଣାରୁ ଓହ୍ଲାଇବୁ ନାହି ବୋଲି ଚେତବନୀ ଦେଇଛନ୍ତି, ଉକ୍ତ ଧାରଣାରେ ପୂର୍ବତନ ସରପଞ୍ଚ ଯତୀନ୍ଦ୍ରସେନାପତିଙ୍କ ନେତୃତ୍ୱରେ ଥିବା ବେଳେ, ନିରାକାର ତାଣ୍ଡି, ଚନା ବୁଟୁ ତାଣ୍ଡି, ଓ ଲଖିଧର ମାଝୀ ପ୍ରମୁଖ ଉପସ୍ଥିତରହି ସହୋଜୋଗ୍ କରିଛନ୍ତି , ଆସନ୍ତୁଦେଖିବା ଭତା ଖଣ୍ଡିକ ପାଇଁ କିଭଳି ଭାବରେ କାକୁତି ମିନତି ହୋଇ ଥିବାର ଦୃଶ୍ୟ ସମ୍ବେଦନା ଶିଳବୋଲି ବୁଦ୍ଧି ଯିବି ମହଲରେ ଅସନ୍ତୋଷ ପ୍ରକାଶ ପାଉଛି। କାରଣ ଉକ୍ତ ବାର୍ଦ୍ଧ୍ କ୍ୟ ଭତା ମଧ୍ୟ ସରକାରଂକଦୁଇ ପ୍ରକାର ନିୟମ ଅଛି , ଗୋଟାଏ ହେଲା ମଧୁବାବୁ ଯୋଜନାରେ ହାତରେ ନଗଦ ଟଙ୍କା ଯୋଗାଇ ଦେଉ ଥିବା ବେଳେ ମୋଦି ସରକାରଂକ ପକ୍ଷରୁ ଏନଏସଏ ପି ପକ୍ଷରୁ ଆକାଉଣ୍ଟରେ ଦିଆ ଯାଉଛି, ହେଲେ ବ୍ୟାଙ୍କରେ ଜେଉ ବୃଦ୍ଧ ବୃଦ୍ଧା ବିକଳାଙ୍ଗ ମାନେ ଭତା ପାଇଁ ଯାଉଛନ୍ତି ଓ ଯେ ଭଳି ହଇରାଣ ହରକତ ହେଉଛନ୍ତି ତାହା ଜାଣି ଶୁଣି ବି ନେତା ଅଫସରମାନେ ଅନ୍ଧ ପାଲଟିଛନ୍ତି ବୋଲି ସାଧାରଣ ଲୋକଙ୍କ ମନରେ ଦୁଃଖ ପ୍ରକାଶ ପାଉଛି, ତେଣୁ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ହାତରେ ଭତା ପୈଠ ଯୋଗାଇ ଦେଲେ ଚିରୋପକୃତ୍ ହୋଇବେ ବୋଲି ବୁଦ୍ଧି ଯିବି ମହଲରେ ଚର୍ଚ୍ଚା ହେଉଛି

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ