Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଯୁବଶକ୍ତି ଝାଙ୍କଡ଼ ପାଇକ ସମାଜ ପକ୍ଷରୁ ନୂଆଁଖାଇ ଭେଟଘାଟ

କଳାହାଣ୍ଡି, ୧୨/୧୦ (ଜଗନ୍ନାଥ ନାଏକ) : କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ଅନ୍ତର୍ଗତ ଛିଲିପା ପଞ୍ଚାୟତ ଛିଲିପା ଗ୍ରାମ ହନୁମାନ ବାଟୀକା ଠାରେ ଗୁରୁବାର ଯୁବଶକ୍ତି ଝାଙ୍କଡ଼ ପାଇକ ସମାଜ ପକ୍ଷରୁ ନୂଆଁଖାଇ ଭେଟ ଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
କାର୍ଯ୍ୟକ୍ରମ ର ଆବାହକ ଛିଲିପା ଗ୍ରାମ ପଞ୍ଚାୟତ ର ଯୁବ ସରପଞ୍ଚ ବିଭୂଦତ୍ତ ପ୍ରଧାନୀ ଓ ଜନ୍ମେଜୟ ନାଏକ ଙ୍କ ତ୍ୱତ୍ବାବଧାନ ରେ ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଝଙ୍କଡ଼ ପାଇକ ସମାଜର କେନ୍ଦ୍ରୀୟ କମିଟିର ସମ୍ପାଦଜ ରାହସ କାନ୍ତ ରାଉତ, ମୁଖ୍ୟ ବକ୍ତା ଭାବେ ପୂର୍ବତନ ସଭାପତି ଟଙ୍କଧର ନାଏକ, ସମ୍ମାନିତ ଅତିଥି ଭାବେ ବୃନ୍ଦାବାହାଲ ସରପଞ୍ଚ ଇଂ. ଦିନେଶ କୁମାର ରାଉତ, ଗୋଳାମୁଣ୍ଡା ସରପଞ୍ଚ ପୁରୁଷୋତ୍ତମ ରାଉତ, ଜିଲ୍ଲା ପରିଷଦ ସଭ୍ୟା ହେମାଙ୍ଗିନୀ ରାଉତ, ମହେନ୍ଦ୍ର ପ୍ରଧାନୀ, ଅଧ୍ୟାପକ ମୋହନ ଚରଣ ବିଶି,ଭଗବାନ ପ୍ରଧାନୀ, ପ୍ରସନ୍ନ ରାଉତ, ହିମାଦ୍ରୀ ରାଉତ,ଜଗୁ ପ୍ରସାଦ ରାଉତ, ଦେବରାଜ ରାଉତ ପ୍ରମୁଖ ମଞ୍ଚ ରେ ଉପସ୍ଥିତ ରହି ଝଙ୍କଡ଼ ପାଇକ ଙ୍କ ଆରାଧ୍ୟ ଦେବୀ ମା ଶାରଳା ଙ୍କ ନିକଟରେ ପୂଜାର୍ଚ୍ଚନା ପରେ ନୂଆଁଖାଇ ର ଶୁଭେଚ୍ଛା ଜଣାଇଥିଲେ।
ଏହି ଅବସର ରେ ଉପସ୍ଥିତ ଅତିଥିମାନେ ଝଙ୍କଡ ପାଇକ ସମାଜ କୁ ଆଗକୁ ନେତୃତ୍ୱ ନେବାକୁ ହେଲେ ଯୁବ ଶକ୍ତି କୁ କ୍ରିୟାଶୀଳ କରିବାକୁ ପଡିବ ଓ ଯୁବଗୋଷ୍ଠୀ ଆଗକୁ ଆସିଲେ ସମାଜ ର ସାମଗ୍ରିକ ବିକାଶ ହେବ ବୋଲି ମତ ରଖିଥିଲେ। କାର୍ଯ୍ୟକ୍ରମ କୁ ଛିଲିପା ଗ୍ରାମ ର ଯୁବଗୋଷ୍ଠୀ ମାନେ ପରିଚାଳନା ରେ ସହଯୋଗ କରିଥିଲେ।ମଞ୍ଚ ପରିଚାଳନା ବିଭୂଦତ୍ତ ପ୍ରଧାନୀ କରିଥିଲେ ଓ ଆଗାମୀ ସମୟରେ ଝଙ୍କଡ଼ ସାମାଜିକ କାର୍ଯ୍ୟକ୍ରମ କୁ ତ୍ୱରାନ୍ୱିତ କରିବାକୁ ନିଷ୍ପତ୍ତି ନିଆଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ