Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମୁଦିପଡ଼ା ସରକାରୀ ପ୍ରାଥମିକ ବିଦ୍ୟାଳୟ “ମୋ ସ୍କୁଲ ଅଭିଯାନ ନୂତନ ପରିଚାଳନା ସମିତି” ଗଠିତ

ସମ୍ବଲପୁର: ମୁଦିପଡ଼ା ସରକାରୀ ପ୍ରାଥମିକ ବିଦ୍ୟାଳୟର ସର୍ବାଙ୍ଗୀନ ଉନ୍ନତି କଳ୍ପେ ଆଜି ଅପରାହ୍ନରେ ବିଦ୍ୟାଳୟର ନେତାଜୀ ସୁଭାଷ ଚନ୍ଦ୍ର ବୋଷ କକ୍ଷରେ ଅନୁଷ୍ଠିତ ସଭାରେ ମୋ ସ୍କୁଲ ଅଭିଯାନ ନୂତନ ପରିଚାଳନା ସମିତି ଗଠିତ ହୋଇ ଯାଇଛି | ବରିଷ୍ଠ ସମାଜସେବୀ ଶ୍ରୀଯୁକ୍ତ କାର୍ତ୍ତିକ ପ୍ରସାଦ ବହିଦାର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ଆବାହିକା ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ପୁଷ୍ପାଞ୍ଜଳି ସାହୁ ପ୍ରାରମ୍ଭିକ ବକ୍ତବ୍ୟ ପ୍ରଦାନ କରିଥିଲେ |
ସଭାରେ ସର୍ବ ସମ୍ମତି କ୍ରମେ ନୂତନ ପରିଚାଳନା ସମିତିର ସଭାନେତ୍ରୀ ଭାବରେ ବିଶିଷ୍ଟ ଶିକ୍ଷାବିଦ୍ ଡ଼ଃ କିଶୋରୀ ଦାଶ, କାର୍ଯ୍ୟକାରୀ ସଭାନେତ୍ରୀ ଭାବରେ ଶ୍ରୀମତୀ ରାଜଲକ୍ଷ୍ମୀ ପ୍ରଧାନ ମହାନ୍ତି, ଉପ ସଭାପତି ଭାବରେ ଡାକ୍ତର ମହେନ୍ଦ୍ର କୁମାର ନନ୍ଦ ଓ ବରିଷ୍ଠ ସମାଜସେବୀ ସଂସ୍କୃତିରତ୍ନ ଶ୍ରୀଯୁକ୍ତ କାର୍ତ୍ତିକ ପ୍ରସାଦ ବହିଦାର, ସାଧାରଣ ସମ୍ପାଦକ ଭାବରେ ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମାର ଦାଶ, ସଂଗଠନ ସମ୍ପାଦକ ଭାବରେ ଶ୍ରୀଯୁକ୍ତ ରାମକୃଷ୍ଣ ନାୟକ, ଯୁଗ୍ମ ସମ୍ପାଦିକା ଭାବରେ ଶ୍ରୀମତୀ ସ୍ୱସ୍ତିକା ନାୟକ, ଯୁଗ୍ମ ସମ୍ପାଦକ ଭାବରେ ଶ୍ରୀଯୁକ୍ତ ରାଜ କିଶୋର ବକ୍ସି ଓ ଶ୍ରୀ ଶିଶିର ରଞ୍ଜନ ବହିଦାର, କୋଷାଧ୍ୟକ୍ଷା ଭାବରେ ସୁଶ୍ରୀ ରଞ୍ଜୁରାଣୀ ପଟ୍ଟନାୟକ, ସହ କୋଷାଧ୍ୟକ୍ଷା ଭାବରେ ଶ୍ରୀମତୀ ରେଣୁକା ଦାଶ, କାର୍ଯ୍ୟକାରୀ କମିଟିର ସଭ୍ୟ ଭାବରେ ଶ୍ରୀଯୁକ୍ତ ଦେବାର୍ଚ୍ଚନ ଠାକୁର, ଶ୍ରୀମତୀ ନମିତା ପଟେଲ, ହେମଲତା ସାହୁ, ପ୍ରଭାସିନୀ ଜେନା, ମାନିନୀ ସେନାପତି, କବିତା ସାହୁ ସର୍ବ ସମ୍ମତି କ୍ରମେ ନିର୍ବାଚିତ ହୋଇ ଦାୟୀତ୍ବ ଗ୍ରହଣ କରିଛନ୍ତି | ଉପସ୍ଥିତ ସମସ୍ତ ନବ ନିର୍ବାଚିତ କର୍ମକର୍ତ୍ତା ଓ ସଭ୍ୟ ସଭ୍ୟା “ମୋ ସ୍କୁଲ ଅଭିଯାନ ପାଣ୍ଠି” କୁ ନିଜ ନିଜର ଦାନ ରାଶି ପ୍ରଦାନ ପାଇଁ ଘୋଷଣା କରିଥିଲେ | ଶେଷରେ ଯୁଗ୍ମ ସମ୍ପାଦିକା ଶ୍ରୀମତୀ ସ୍ୱସ୍ତିକା ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ